ଏଲନ୍‌ ମସ୍କଙ୍କୁ ଚୀନ୍‌ରୁ ଝଟ୍‌କା, ୧୦ ମୂଲ୍ୟବାନ କମ୍ପାନୀ ତାଲିକାରୁ ବାଦ୍‌

The Sakala Picture
Published On

ନୂଆଦିଲ୍ଲୀ : ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଏଥର ମସ୍କଙ୍କୁ ଚାଇନାରୁ ଝଟ୍‌କା ଲାଗିଛି। ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ ହୋଇଯାଇଛି। ଏଥିଯୋଗୁ କମ୍ପାନୀର ସେୟାର ମୂଲ୍ୟ ୬୯% ହ୍ରାସ ଘଟିଛି। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ବାଦ୍‌ ପଡିଛି। ଚଳିତବର୍ଷ ମସ୍କଙ୍କ ସମ୍ପତ୍ତିରେ ୧୪୦ ବିଲିୟନ୍‌ ଡଲାର ହ୍ରାସ ଘଟିଛି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଚାଇନାରେ ବିକ୍ରି ଚାହିଦାରେ ହ୍ରାସ […]

ନୂଆଦିଲ୍ଲୀ : ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଏଥର ମସ୍କଙ୍କୁ ଚାଇନାରୁ ଝଟ୍‌କା ଲାଗିଛି। ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ ହୋଇଯାଇଛି। ଏଥିଯୋଗୁ କମ୍ପାନୀର ସେୟାର ମୂଲ୍ୟ ୬୯% ହ୍ରାସ ଘଟିଛି। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ବାଦ୍‌ ପଡିଛି। ଚଳିତବର୍ଷ ମସ୍କଙ୍କ ସମ୍ପତ୍ତିରେ ୧୪୦ ବିଲିୟନ୍‌ ଡଲାର ହ୍ରାସ ଘଟିଛି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଚାଇନାରେ ବିକ୍ରି ଚାହିଦାରେ ହ୍ରାସ ଯୋଗୁ ଟେସ୍‌ଲାକୁ ଏଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ଟେସ୍‌ଲା ସେୟାର ମୂଲ୍ୟରେ ହ୍ରାସ ପାଇଛି। ୨୦୧୮ ପରଠାରୁ ଏହା ପ୍ରଥମ ଘଟଣା ଯେବେ ଟେସ୍‌ଲାର ସେୟାର ମୂଲ୍ୟ କ୍ରମାଗତ ଭାବେ ଅନେକ ଦିନ ଧରି ହ୍ରାସ ଘଟିବାରେ ଲାଗିଛି। କମ୍ପାନୀ ବର୍ତ୍ତମାନ ଏହାର ଚାଇନା କାରଖାନାରେ ଉତ୍ପାଦନ ବନ୍ଦ କରି ଦେଇଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହାଦ୍ୱାରା କମ୍ପାନୀର କାରଗୁଡିକର ଚାହିଦା ହ୍ରାସ ପାଉଥିବା ନେଇ ଆଶଙ୍କା ବଢ଼ିଛି। ଏଥିଯୋଗୁ ଟେସଲାର ଷ୍ଟକ୍ ମୂଲ୍ୟରେ ୧୧ ପ୍ରତିଶତ ହ୍ରାସ ହୋଇ ୧୦୯.୧୦ ଡଲାରରେ ପହଞ୍ଚିଛି। ଏପ୍ରିଲ୍‌ଠାରୁ କମ୍ପାନୀର ଷ୍ଟକ୍‌ ମୂଲ୍ୟରେ ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ ପତନ। ଏହି କାରଣରୁ ମସ୍କଙ୍କର ନିଟ୍ ସମ୍ପତ୍ତି ମୂଲ୍ୟରେ ୮.୮୦ ବିଲିୟନ ଡ଼ଲାରରେ ହ୍ରାସ ଘଟି ୧୩୦ ବିଲିୟନ ଡ଼ଲାରକୁ ଖସିଆସିଛି। ଉଲ୍ଲେଖଥାଉ କି, ଟେସଲା ସେୟାର ଚଳିତବର୍ଷ ୬୯ ପ୍ରତିଶତ ହ୍ରାସ ପାଇଥିବାବେଳେ ମସ୍କଙ୍କର ନିଟ୍ ସମ୍ପତ୍ତି ମୂଲ୍ୟ ୧୪୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସେୟାର ମୂଲ୍ୟରେ ହ୍ରାସ ହେତୁ ଟେସଲାର ବଜାର ପୁଞ୍ଜି ୩୪୫ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି। ଏବେ କମ୍ପାନୀର ବଜାର ପୁଞ୍ଜି ୱାଲମାର୍ଟ ଏବଂ ଜେପି ମୋର୍ଗାନ୍‌ଠାରୁ କମ୍। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ଓହରି ଯାଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଡିସେମ୍ବର ୨୦୨୦ଠାରୁ କମ୍ପାନୀ କ୍ରମାଗତ ଭାବରେ ଏହି ସମ୍ମାନଜନକ କ୍ଲବରେ ସାମିଲ ହୋଇଥିଲା। ଚଳିତବର୍ଷ କମ୍ପାନୀର ବଜାର ପୁଞ୍ଜି ୭୨୦ ବିଲିୟନ ଡ଼ଲାର ହ୍ରାସ ପାଇଛି। ତେେବ ସର୍ବସାଧାରଣ ଆଲୋଚନା ଚାଲିଛି ଯେ ମସ୍କ ଟ୍ୱିଟରରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ତାଙ୍କ ବୈଦ୍ୟୁତିକ କାର କମ୍ପାନୀ ଟେସଲାକୁ ଭୁଲି ଯାଇଛନ୍ତି। ଏହି କାରଣରୁ, ଟେସଲାର ସେୟାର ବହୁ ମାତ୍ରାରେ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ କହିବା ହେଉଛି, ଟେସଲାର ସେୟାର ମୂଲ୍ୟରେ ହ୍ରାସ ଏହି ତସଙ୍କେତ ଦେଉଛି ଯେ, କମ୍ପାନୀର ଏବେ ବଡ଼ ସମସ୍ୟା ଦେଇ ଗତି କରୁଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

କମ୍ପାନୀ ପ୍ରଥମ ଥର ପାଇଁ ଇଅର ଏଣ୍ଡ୍‌ ସେଲ୍‌ ଘୋଷଣା କରିଛି। ଏହା ଦୁର୍ବଳ ଚାହିଦାର ଲକ୍ଷଣ। ପୂର୍ବରୁ କମ୍ପାନୀ ଗାଡି ଉପରେ ୩୭୫୦ ଡଲାର ରିହାତି ଘୋଷଣା କରିଥିଲା ​​ଏବଂ ବର୍ତ୍ତମାନ ଏହି ରିଆତିକୁ ୭୫୦୦ ଡଲାରକୁ ବୃଦ୍ଧି କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍ ଏବଂ ଆମେରିକାର ବଜାରରେ ଚାହିଦା ହ୍ରାସ ପାଉଛି। ଆହୁରି ମଧ୍ୟ, ଟେସଲା ଅନ୍ୟ କମ୍ପାନୀଗୁଡିକ ଆଡୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଟେସଲା ସେୟାର ହ୍ରାସ ହେବାର ଆଉ ଏକ କାରଣ ହେଉଛି ୨୦୨୩ରେ ଆମେରିକା ମୁନ୍ଦାବସ୍ଥାର ଶିକାର ହେବାକୁ ଯାଉଥିବା ଆଶଙ୍କା କରାଯାଉଛି। ଏହା ସେଠାରେ ଟେସ୍‌ଲା କାର ବିକ୍ରିକୁ ପ୍ରଭାବିତ କରୁଛି।

29 Dec 2022 By The Sakala

ଏଲନ୍‌ ମସ୍କଙ୍କୁ ଚୀନ୍‌ରୁ ଝଟ୍‌କା, ୧୦ ମୂଲ୍ୟବାନ କମ୍ପାନୀ ତାଲିକାରୁ ବାଦ୍‌

ନୂଆଦିଲ୍ଲୀ : ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଏଥର ମସ୍କଙ୍କୁ ଚାଇନାରୁ ଝଟ୍‌କା ଲାଗିଛି। ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ ହୋଇଯାଇଛି। ଏଥିଯୋଗୁ କମ୍ପାନୀର ସେୟାର ମୂଲ୍ୟ ୬୯% ହ୍ରାସ ଘଟିଛି। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ବାଦ୍‌ ପଡିଛି। ଚଳିତବର୍ଷ ମସ୍କଙ୍କ ସମ୍ପତ୍ତିରେ ୧୪୦ ବିଲିୟନ୍‌ ଡଲାର ହ୍ରାସ ଘଟିଛି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଚାଇନାରେ ବିକ୍ରି ଚାହିଦାରେ ହ୍ରାସ ଯୋଗୁ ଟେସ୍‌ଲାକୁ ଏଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ଟେସ୍‌ଲା ସେୟାର ମୂଲ୍ୟରେ ହ୍ରାସ ପାଇଛି। ୨୦୧୮ ପରଠାରୁ ଏହା ପ୍ରଥମ ଘଟଣା ଯେବେ ଟେସ୍‌ଲାର ସେୟାର ମୂଲ୍ୟ କ୍ରମାଗତ ଭାବେ ଅନେକ ଦିନ ଧରି ହ୍ରାସ ଘଟିବାରେ ଲାଗିଛି। କମ୍ପାନୀ ବର୍ତ୍ତମାନ ଏହାର ଚାଇନା କାରଖାନାରେ ଉତ୍ପାଦନ ବନ୍ଦ କରି ଦେଇଛି।

ଏହାଦ୍ୱାରା କମ୍ପାନୀର କାରଗୁଡିକର ଚାହିଦା ହ୍ରାସ ପାଉଥିବା ନେଇ ଆଶଙ୍କା ବଢ଼ିଛି। ଏଥିଯୋଗୁ ଟେସଲାର ଷ୍ଟକ୍ ମୂଲ୍ୟରେ ୧୧ ପ୍ରତିଶତ ହ୍ରାସ ହୋଇ ୧୦୯.୧୦ ଡଲାରରେ ପହଞ୍ଚିଛି। ଏପ୍ରିଲ୍‌ଠାରୁ କମ୍ପାନୀର ଷ୍ଟକ୍‌ ମୂଲ୍ୟରେ ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ ପତନ। ଏହି କାରଣରୁ ମସ୍କଙ୍କର ନିଟ୍ ସମ୍ପତ୍ତି ମୂଲ୍ୟରେ ୮.୮୦ ବିଲିୟନ ଡ଼ଲାରରେ ହ୍ରାସ ଘଟି ୧୩୦ ବିଲିୟନ ଡ଼ଲାରକୁ ଖସିଆସିଛି। ଉଲ୍ଲେଖଥାଉ କି, ଟେସଲା ସେୟାର ଚଳିତବର୍ଷ ୬୯ ପ୍ରତିଶତ ହ୍ରାସ ପାଇଥିବାବେଳେ ମସ୍କଙ୍କର ନିଟ୍ ସମ୍ପତ୍ତି ମୂଲ୍ୟ ୧୪୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସେୟାର ମୂଲ୍ୟରେ ହ୍ରାସ ହେତୁ ଟେସଲାର ବଜାର ପୁଞ୍ଜି ୩୪୫ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି। ଏବେ କମ୍ପାନୀର ବଜାର ପୁଞ୍ଜି ୱାଲମାର୍ଟ ଏବଂ ଜେପି ମୋର୍ଗାନ୍‌ଠାରୁ କମ୍। ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ଓହରି ଯାଇଛି।

ଡିସେମ୍ବର ୨୦୨୦ଠାରୁ କମ୍ପାନୀ କ୍ରମାଗତ ଭାବରେ ଏହି ସମ୍ମାନଜନକ କ୍ଲବରେ ସାମିଲ ହୋଇଥିଲା। ଚଳିତବର୍ଷ କମ୍ପାନୀର ବଜାର ପୁଞ୍ଜି ୭୨୦ ବିଲିୟନ ଡ଼ଲାର ହ୍ରାସ ପାଇଛି। ତେେବ ସର୍ବସାଧାରଣ ଆଲୋଚନା ଚାଲିଛି ଯେ ମସ୍କ ଟ୍ୱିଟରରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ତାଙ୍କ ବୈଦ୍ୟୁତିକ କାର କମ୍ପାନୀ ଟେସଲାକୁ ଭୁଲି ଯାଇଛନ୍ତି। ଏହି କାରଣରୁ, ଟେସଲାର ସେୟାର ବହୁ ମାତ୍ରାରେ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ କହିବା ହେଉଛି, ଟେସଲାର ସେୟାର ମୂଲ୍ୟରେ ହ୍ରାସ ଏହି ତସଙ୍କେତ ଦେଉଛି ଯେ, କମ୍ପାନୀର ଏବେ ବଡ଼ ସମସ୍ୟା ଦେଇ ଗତି କରୁଛି।

କମ୍ପାନୀ ପ୍ରଥମ ଥର ପାଇଁ ଇଅର ଏଣ୍ଡ୍‌ ସେଲ୍‌ ଘୋଷଣା କରିଛି। ଏହା ଦୁର୍ବଳ ଚାହିଦାର ଲକ୍ଷଣ। ପୂର୍ବରୁ କମ୍ପାନୀ ଗାଡି ଉପରେ ୩୭୫୦ ଡଲାର ରିହାତି ଘୋଷଣା କରିଥିଲା ​​ଏବଂ ବର୍ତ୍ତମାନ ଏହି ରିଆତିକୁ ୭୫୦୦ ଡଲାରକୁ ବୃଦ୍ଧି କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍ ଏବଂ ଆମେରିକାର ବଜାରରେ ଚାହିଦା ହ୍ରାସ ପାଉଛି। ଆହୁରି ମଧ୍ୟ, ଟେସଲା ଅନ୍ୟ କମ୍ପାନୀଗୁଡିକ ଆଡୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଟେସଲା ସେୟାର ହ୍ରାସ ହେବାର ଆଉ ଏକ କାରଣ ହେଉଛି ୨୦୨୩ରେ ଆମେରିକା ମୁନ୍ଦାବସ୍ଥାର ଶିକାର ହେବାକୁ ଯାଉଥିବା ଆଶଙ୍କା କରାଯାଉଛି। ଏହା ସେଠାରେ ଟେସ୍‌ଲା କାର ବିକ୍ରିକୁ ପ୍ରଭାବିତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର