ଉତ୍ପାଦନକାରୀଙ୍କ ସହମତି: ୧୦ ଟଙ୍କା କମିପାରେ ଖାଇବାତେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଭଲ ଖବର। ଖୁବ୍‌ ଶୀଘ୍ର ଖାଇବା ତେଲର ଉଚ୍ଚ ଦରଦାମରୁ ଖାଉଟିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିପାରେ। କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ସହ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଖାଇବା ତେଲ ଉତ୍ପାଦନକାରୀ ଏବଂ ପ୍ରକ୍ରିୟାକାରୀ କମ୍ପାନୀ। ବିଦେଶୀ ବଜାରରେ ଖାଇବା ତେଲ ଦାମ୍ କମିବା ପରେ ଏବେ ଘରୋଇ ବଜାରରେ ଏହାର ଦାମ୍ କମାଇବାକୁ ସରକାର ଚିନ୍ତା କରୁଛନ୍ତି। […]

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଭଲ ଖବର। ଖୁବ୍‌ ଶୀଘ୍ର ଖାଇବା ତେଲର ଉଚ୍ଚ ଦରଦାମରୁ ଖାଉଟିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିପାରେ। କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ସହ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଖାଇବା ତେଲ ଉତ୍ପାଦନକାରୀ ଏବଂ ପ୍ରକ୍ରିୟାକାରୀ କମ୍ପାନୀ। ବିଦେଶୀ ବଜାରରେ ଖାଇବା ତେଲ ଦାମ୍ କମିବା ପରେ ଏବେ ଘରୋଇ ବଜାରରେ ଏହାର ଦାମ୍ କମାଇବାକୁ ସରକାର ଚିନ୍ତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ସୂଚନାନୁଯାୟୀ, ବିଶ୍ବ ବଜାରରେ ତୈଳ ଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଇବା ତେଲର ଦାମ୍ କମ୍‌ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ। ଏଥିଯୋଗୁ ଆଗାମୀ ଦିନରେ ବଜାରରେ ଖାଇବା ତେଲ ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି। ଗତ ମାସରେ ମଧ୍ୟ ତୈଳ ଦର ହ୍ରାସ କରିଥିଲେ କମ୍ପାନୀ। ଭାରତ ଖାଇବା ତେଲର ପ୍ରାୟ ଦୁଇ ତୃତୀୟାଂଶ ତେଲର ଆମଦାନୀ କରିଥାଏ। ତେବେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଇଣ୍ଡୋନେସିଆ ଦ୍ୱାରା ପାମୋଲିନ୍‌ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ଖାଇବା ତେଲ ଦର ବୃଦ୍ଧି ପାଇଥିଲା। ତେବେ ନିକଟରେ ଇଣ୍ଡୋନେସିଆର ପ୍ରତିବନ୍ଧକ ହଟାଇବା ପରେ ବୈଶ୍ୱିକ ବଜାରରେ ତେଲ ଦର ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର