ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି କି ? ତେବେ ଆପଣଙ୍କୁ ହୋଇପାରେ ମଧୁମେହ ରୋଗ…

The Sakala Picture
Published On

ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌ ବୋତଲର ବ୍ୟବହାର କିଛି ବର୍ଷ ହେଲା ବଢ଼ିଯାଇଛି। ଏହି ଅଭ୍ୟାସ କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ଲାଷ୍ଟିକ୍ ବୋତଲ ପାଣି ପିଇବା ଦ୍ବାରା ମଧୁମେହ ହେବା ଆଶଙ୍କା ବୃଦ୍ଧି ପାଇଥାଏ। ଆମେରିକା ଡାଇବେଟିସ୍‌ ଆସୋସିଏସନ୍‌ର ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ‘ବିପିଏ’ ବା ‘ବିସ୍ଫେନଲ ଏ’ ଖାଦ୍ୟ ତଥା ପାନୀୟ ପ୍ୟାକେଜିଂରେ ଅଧିକ […]

ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌ ବୋତଲର ବ୍ୟବହାର କିଛି ବର୍ଷ ହେଲା ବଢ଼ିଯାଇଛି। ଏହି ଅଭ୍ୟାସ କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ଲାଷ୍ଟିକ୍ ବୋତଲ ପାଣି ପିଇବା ଦ୍ବାରା ମଧୁମେହ ହେବା ଆଶଙ୍କା ବୃଦ୍ଧି ପାଇଥାଏ। ଆମେରିକା ଡାଇବେଟିସ୍‌ ଆସୋସିଏସନ୍‌ର ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ‘ବିପିଏ’ ବା ‘ବିସ୍ଫେନଲ ଏ’ ଖାଦ୍ୟ ତଥା ପାନୀୟ ପ୍ୟାକେଜିଂରେ ଅଧିକ ମାତ୍ରାରେ ବ୍ୟବହୃତ ହୋଇଥାଏ। ତେବେ ପ୍ଲାଷ୍ଟିକ୍‌ରେ ବ୍ୟବହୃତ ଏହି ବିପିଏ ଇନ୍‌ସୁଲିନ୍‌କୁ ହ୍ରାସ କରିଥାଏ। ଯାହାର ଫଳସ୍ବରୂପ ଟାଇପ-୨ ମଧୁମେହ ରୋଗ ଆଶଙ୍କା ବୃଦ୍ଧି ହୋଇଥାଏ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ତେବେ ଫୁଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁଯାୟୀ, ଖାଦ୍ୟ, ପାନୀୟ ପାତ୍ର ପ୍ରସ୍ତୁତିରେ ୫ ମିଲିଗ୍ରାମ ବିପିଏ ବ୍ୟବହାରକୁ ସୁରକ୍ଷିତ ମଣାଯାଏ। କିନ୍ତୁ ନୂତନ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଏହାର ମାତ୍ରା ବିପଦଜ୍ଜନକ ଭାବେ ବୃଦ୍ଧି ହେବାରେ ଲାଗିଛି। ତେଣୁ ବିଶେଷଜ୍ଞମାନେ ୨୦୨୪ର ଶେଷଆଡ଼କୁ ଖାଦ୍ୟ ତଥା ପାନୀୟ ସଂସ୍ପର୍ଶରେ ଆସୁଥିବା ଏହି ବିପିଏକୁ ନିଷେଧ କରିବାପାଇଁ ଦାବି କରିଛନ୍ତି। ଏହି ଅଧ୍ୟୟନର ନିଷ୍କର୍ଷ ଅନୁସାରେ, ଏହି ବିପିଏ ପରିମାଣକୁ ହ୍ରାସ କରିବାପାଇଁ ଷ୍ଟେନଲେସ ଫ୍ରି, କାଚବୋତଲ, କିମ୍ବା ବିପିଏ ମୁକ୍ତ କଣ୍ଟେନର ବ୍ୟବହାର କରି ମଧୁମେହ ରୋଗକୁ ରୋକା ଯାଇପାରିବ। ତେବେ ବିପିଏ ବା ବିସ୍ଫୋନେଲ ପ୍ଲାଷ୍ଟିକ୍‌ ତଥା ଖାଦ୍ୟ କଣ୍ଟେନରରେ ବ୍ୟବହାର କରାଯାଇଥାଏ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର