ମିଛ ରିପୋର୍ଟ କାର୍ଡ ଦେଇ ବାହାବାହା ସାଉଁଟୁଛନ୍ତି ଅହଂକାରୀ ସାଂସଦ, ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟରେ ୫ ଫର୍ଦ୍ଦ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟ କାର୍ଡ଼ ମିଛ। ସେ ମିଛ ରିପୋର୍ଟ ଦେଇ ବାହାବାହା ସାଉଁଟୁଛନ୍ତି। ଅହଂକାରୀ ସାଂସଦ ଦଳୀୟ ସଙ୍ଗଠନକୁ ଦୁର୍ବଳ କରୁଛନ୍ତି। ସାଂସଦ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଦାନ କରୁଛନ୍ତି। ଏହାକୁ ବିରୋଧ କଲେ ଜିଲ୍ଲା ସଭାପତିଙ୍କୁ ହାତ ବାରିସୀ କରି ଦଳରୁ ବହିଷ୍କାର କରିବାକୁ ଧମକ ଦେଉଛନ୍ତି। ଅପରାଜିତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କରି ଦଳର କର୍ମୀ ଓ ନେତା। […]

ଭୁବନେଶ୍ୱର : ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟ କାର୍ଡ଼ ମିଛ। ସେ ମିଛ ରିପୋର୍ଟ ଦେଇ ବାହାବାହା ସାଉଁଟୁଛନ୍ତି। ଅହଂକାରୀ ସାଂସଦ ଦଳୀୟ ସଙ୍ଗଠନକୁ ଦୁର୍ବଳ କରୁଛନ୍ତି। ସାଂସଦ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଦାନ କରୁଛନ୍ତି। ଏହାକୁ ବିରୋଧ କଲେ ଜିଲ୍ଲା ସଭାପତିଙ୍କୁ ହାତ ବାରିସୀ କରି ଦଳରୁ ବହିଷ୍କାର କରିବାକୁ ଧମକ ଦେଉଛନ୍ତି। ଅପରାଜିତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କରି ଦଳର କର୍ମୀ ଓ ନେତା। ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ବହୁ କର୍ମୀ ଓ ନେତା ଦଳର ଶୀର୍ଷ ନେତୃତ୍ୱ ନିକଟରେ ଏହି ମର୍ମରେ ୫ ଫର୍ଦ୍ଦିଆ ଅଭିଯୋଗ ଦାଖଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଏହି ଅଭିଯୋଗପତ୍ର ପ୍ରଦାନ କରାଯାଇଥିବାବେଳେ ଏହାର ନକଲ ଦଳର ରାଷ୍ଟ୍ରୀୟ ସଭାପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ପଠାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ ନିଜକୁ ସଚ୍ଚୋଟ ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାଂସଦ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ତିଳେମାତ୍ର ସତ୍ୟତା ନାହିଁ। କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀ ନିର୍ବାଚନ ମଣ୍ଡଳୀ ଗସ୍ତ କରି ତଦନ୍ତ କଲେ ରିପୋର୍ଟ କାର୍ଡର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ସାଂସଦ ଅନୁଦାନ ଅର୍ଥକୁ ନିଜସ୍ୱ ସ୍ୱାର୍ଥ ପୂରଣ ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ବ୍ୟବହାର କରୁଛନ୍ତି। ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁଦାନ ପ୍ରଦାନ କରାଯାଉଛି। ସାଂସଦ ୟୁଥ୍‍ ଫର ଆକ୍ସନ, ଅଜିତା ଏବଂ ସମର୍ଥ ପରି ନିଜସ୍ୱ ସଂଗଠନ ମାଧ୍ୟମରେ ଦଳୀୟ ସଂଗଠନକୁ ଦୁର୍ବଳ କରିବା ପାଇଁ ସେ ଷଡ଼ଯନ୍ତ୍ର ଚଳାଇଛନ୍ତି ଏବଂ ଏହାକୁ ବିରୋଧ କରୁଥିବା ବିଜେପିର ସଚ୍ଚୋଟ ନେତା ଏବଂ କର୍ମୀଙ୍କୁ ଦଳର ଜିଲ୍ଲା ସଭାପତିଙ୍କ ଜରିଆରେ ବହିଷ୍କାର ଧମକ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନରେ ମୁଁ ନୁହେଁ ଆମେ ସ୍ଲୋଗାନ ଦେଉଥିବା ଅପରାଜିତା ଏବେ ସମ୍ପୂର୍ଣ୍ଣ ଅହଙ୍କାରୀ ହୋଇପଡ଼ିଛନ୍ତି। ନିର୍ବାଚନରେ ତାଙ୍କ ବିଜୟ ଦଳ ପାଇଁ ନୁହେଁ ବରଂ ନିଜ ପ୍ରଶାସନିକ ଅଭିଜ୍ଞତା ପାଇଁ ସମ୍ଭବ ହେଲା ବୋଲି କହି ବୁଲୁଛନ୍ତି। ନିଜର ସମାନ୍ତରାଳ ସଂଗଠନ କରି ଦଳର ଯୁବ, ମହିଳା ଏବଂ କୃଷକ ମୋର୍ଚ୍ଚା ସଂଗଠନକୁ ଦୁର୍ବଳ କରି ଚାଲିଛନ୍ତି। ଏଥିରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି ବୋଲି ବେଗୁନିଆ ଓ ବୋଲଗଡ଼ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବେଗୁନିଆ-ବୋଲଗଡ଼ରେ ବିନା ସାଂସଦଙ୍କ ଅନୁପସ୍ଥିତିରେ ଦଳ ୬୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୩ଟି ଜିଲ୍ଲା ପରିଷଦ ଜୋନ୍‍ ହାତେଇଥିଲା। ମାତ୍ର ସାଂସଦଙ୍କ ଅହଙ୍କାର, ନିଜ ପସନ୍ଦର ପ୍ରାର୍ଥୀ ଚୟନ, ସର୍ବୋପରି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ୩୦ ହଜାରରୁ କମ୍‍ ଭୋଟ ମିଳିଲା। ଏପରିକି ଦଳ ସବୁ ଜୋନ୍‍ରେ ପରାଜିତ ହୋଇଥିବା ବେଳେ ତିନି ନମ୍ବରକୁ ଖସି ଆସିଥିଲା। ଅପରାଜିତାଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାଜପା ସଂଗଠନ ସହ ଜଡ଼ିତ ନଥିବା ନିଜ ପସନ୍ଦର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି।

ଅନ୍ୟପକ୍ଷରେ କୌଣସି କାରଣ ନଥାଇ ମଣ୍ଡଳ ସଭାପତିମାନଙ୍କୁ କାରଡ଼ଣ ଦର୍ଶାଅ ନୋଟିସ୍‍ ଜାରି କରି ଦଳୀୟ ମଣ୍ଡଳ ସବାପତିମାନଙ୍କୁ ବହିଷ୍କାର କରୁଛନ୍ତି। ଯାହାଫଳରେ ନିର୍ବାଚନମଣ୍ଡଳୀରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେଣୁ ସାଂସଦଙ୍କ ବିରୋଧରେ ଦଳର ଶୀର୍ଷ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏଥିରେ ଅନୁରୋଧ କରାଯାଇଛି।

ଏହି ଅଭିଯୋଗପତ୍ରରେ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ସଞ୍ଜୟ କୁମାର ବେହେରା, ଦୌଲତ ଅଲ୍ଲୀ, ଅଶୋକ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ୍‍ କେ ହାଇଦର ଅଲ୍ଲୀ, ମନୋଜ ମହାପାତ୍ରଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ କୁମାର, ସୁବାସ ଚନ୍ଦ୍ର ମିଶ୍ର, ଧ୍ରୁବ ଚରଣ ବାହିନୀପତି ଏବଂ ବୋଲଗଡ଼, ବେଗୁନିଆର ବହୁ ପଦାଧିକାରୀ ସ୍ୱାକ୍ଷର କରିଛନ୍ତି। ଏହି ଅଭିଯୋଗପତ୍ରର ନକଲ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲଙ୍କୁ ମଧ୍ୟ ସେମାନେ ପଠାଇଥିବା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର