ଆସନ୍ତା ୨୯ରେ ଓଡ଼ିଶାରେ ହେବ ଡିଜିପି ସମ୍ମିଳନୀ, ଦୁଇଦିନ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଥିବା ଡିଜିପି ସମ୍ମିଳନୀ ଲାଗି ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି। ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିପି ସମ୍ମିଳନୀ ୩ଦିନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦୁଇ ଦିନ ଉପସ୍ଥିତ ରହିପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। […]

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଥିବା ଡିଜିପି ସମ୍ମିଳନୀ ଲାଗି ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି। ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିପି ସମ୍ମିଳନୀ ୩ଦିନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦୁଇ ଦିନ ଉପସ୍ଥିତ ରହିପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଅନୁରୂପ ଭାବେ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ଯୋଗଦେବେ। ଏହି ୩ଦିନିଆ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏହି ସମ୍ମିଳନୀରେ ଦେଶ ସୁରକ୍ଷା ସମ୍ପର୍କିତ ୨୫ରୁ ୩୦ଟି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଆତଙ୍କବାଦ, ଅନୁପ୍ରବେଶ, ସାଇବର ସିକ୍ୟୁରିଟି, ଆଇନଶୃଙ୍ଖଳା, ମାଓ ମୁକାବିଲା, ପୁଲିସିଂ ଟେକ୍ନୋଲୋଜି, ଜେଲ୍‌ ସଂସ୍କାର, ନିଶା କାରବାର ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ବିଚାରବିମର୍ଶ ହେବ। ଏହା ବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଓ ନିରାପତ୍ତା କ୍ଷେତ୍ରରେ ଏଆଇ ଓ ଡିପ୍‌ଫେକ ସହ ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନ ଓ ଏହାର ମୁକାବିଲା ଉପରେ ବିସ୍ତୁତ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ସମସ୍ତ ରାଜ୍ୟର ଡିଜିପିମାନେ ରାଜ୍ୟଗୁଡିକର ସମସ୍ୟା ଓ ସମାଧାନ ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ମତ ଦେବେ ବୋଲି ସୂଚନା ମିଳିଛି।
ସେହିପରି ଏହି ବୈଠକରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଡିଜିଙ୍କ ସମେତ ବିଏସ୍‌ଏଫ୍‌ ଡିଜି, ସିଆର୍‌ପିଏଫ୍‌ ଓ ସିଆଇଏସ୍‌ଏଫ୍‌ ଡିଜିି, ଏନ୍‌ଆଇଏ ମୁଖ୍ୟ, ର’ ମୁଖ୍ୟ, ଆଇବି, ଏନ୍‌ଏସ୍‌ଜି, ଏସ୍‌ପିଜି, ବିପିଆର୍‌ଡି, ଆଇଟିବିପି, ଏନ୍‌ସିବି ଡିଜିଙ୍କ ସହ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଏଜେନ୍ସିର ମୁଖିଆମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିସହ ସମସ୍ତ ରାଜ୍ୟର ଆଇଜି ମାନେ ଭର୍ଚୁଆଲ୍‌ରେ ଯୋଗଦେବେ।

ଅନୁରୂପ ଭାବେ ୩ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଲାଗି ରୂପରେଖ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଡିଜିପିମାନେ ପ୍ରସ୍ତାବ ଦେବା ପରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବଗୁଡିକ କାର୍ଯ୍ୟାନ୍ବୟନ ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏହି ସମ୍ମିଳନୀ ହେବାକୁ ଯାଉଛି। ସେହିପରି ଓଡିଶାରେ ଥିବା ସମସ୍ୟାଗୁଡିକୁ ବି ଆଲୋଚନା କରାଯିବ। ଓଡ଼ିଶାରେ ମାଓବାଦୀ ଦମନ, ସାଇବର ଅପରାଧ, ବାଲାଂଦେଶୀ ଅନୁପ୍ରବେଶ ଓ ନିଶା କାରବାର ଭଳି ପ୍ରସଙ୍ଗକୁ ନେଇ ମାନସମନ୍ଥନ କରାଯିବ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ପ୍ରଥମଥର ପାଇଁ ବୈଠକ ହେଉଥିବାରୁ ସବୁ ଦିଗକୁ ଗୁରୁତ୍ୱ ଦେଇଛି ଓଡିଶା ପୁଲିସ। ଭୁବନେଶ୍ୱରରେ ଏହି ସମ୍ମିଳନୀ ହେବାକୁ ଯାଉଥିବାରୁ ସୁରକ୍ଷାଦୃଷ୍ଟି କୋଣରୁ ପର୍ଯ୍ୟାପ୍ତ ପରିମାଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଜଧାନୀକୁ ହାଇଆଲର୍ଟ ରଖାଯିବା ସହ ସୁରୁଖୁରରେ ଏହି ସମ୍ମିଳନୀ ଶେଷ କରିବା ଲାଗି ଡିଜି ୱାଇ.ବି ଖୁରାନିଆ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫୯ ତମ ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ହେବାକୁ ଯାଉଛି। ଚଳିତବର୍ଷ ଦ୍ୱିତୀୟ ଥର ଲାଗି ଏହି ସମ୍ମିଳନୀ ହେବ। ଚଳିତବର୍ଷ ଜାନୁଆରୀ ମାସରେ ୩ଦିନ ଧରି ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ହୋଇଥିଲା।

14 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର