ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି, ଲୋକଙ୍କୁ ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର […]

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ଗମ୍ଭୀର ରହିଛି। ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି କରିଦିଆଯାଇଛି। ଅନ୍‌ଲାଇନରେ ପାଠ ପଢ଼ାଇବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏୟାର କମିଶନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଏନ୍‌ସିଆର ଅର୍ଥାତ୍‌ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ବସ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସିଏନ୍‌ଜି ଏବଂ ଇଲେକ୍‌ଟ୍ରିକ୍‌ ଗାଡ଼ି ସହିତ ବିଏସ୍‌-୬ ଡିଜେଲ ବସ୍‌କୁ କଟକଣା ମୁକ୍ତ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଏପରି ସମୟରେ ଆମେରିକା ବୈଜ୍ଞାନିକ ହିରେନ ଜେଠୱା ଦିଲ୍ଲୀର ଉପଗ୍ରହ ଚିତ୍ର ସେୟାର କରିଛନ୍ତି। ଗୁରୁବାରର ଏହି ଚିତ୍ରରେ ଦିଲ୍ଲୀ ପ୍ରଦୂଷଣ ବଳୟରେ ଥିବା ଦେଖାଯାଉଛି। ହିରେନଙ୍କ ଫଟୋକୁ ନାସା ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆଜିଠାରୁ ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌-୩) କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ, ଖନନ ଏବଂ ଭଙ୍ଗାରୁଜା ହୋଇପାରିବ ନାହିଁ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧନଗରରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ ନାହିଁ। ଏହା ମଧ୍ୟରେ ଭିଡ଼ରୁ ବର୍ତ୍ତିବା ଲାଗି କେନ୍ଦ୍ର, ଏମ୍‌ସିଡି ଏବଂ ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

16 Nov 2024 By The Sakala

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି, ଲୋକଙ୍କୁ ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ଗମ୍ଭୀର ରହିଛି। ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି କରିଦିଆଯାଇଛି। ଅନ୍‌ଲାଇନରେ ପାଠ ପଢ଼ାଇବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏୟାର କମିଶନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଏନ୍‌ସିଆର ଅର୍ଥାତ୍‌ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ବସ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସିଏନ୍‌ଜି ଏବଂ ଇଲେକ୍‌ଟ୍ରିକ୍‌ ଗାଡ଼ି ସହିତ ବିଏସ୍‌-୬ ଡିଜେଲ ବସ୍‌କୁ କଟକଣା ମୁକ୍ତ ରଖାଯାଇଛି।

ଏପରି ସମୟରେ ଆମେରିକା ବୈଜ୍ଞାନିକ ହିରେନ ଜେଠୱା ଦିଲ୍ଲୀର ଉପଗ୍ରହ ଚିତ୍ର ସେୟାର କରିଛନ୍ତି। ଗୁରୁବାରର ଏହି ଚିତ୍ରରେ ଦିଲ୍ଲୀ ପ୍ରଦୂଷଣ ବଳୟରେ ଥିବା ଦେଖାଯାଉଛି। ହିରେନଙ୍କ ଫଟୋକୁ ନାସା ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆଜିଠାରୁ ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌-୩) କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ, ଖନନ ଏବଂ ଭଙ୍ଗାରୁଜା ହୋଇପାରିବ ନାହିଁ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧନଗରରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ ନାହିଁ। ଏହା ମଧ୍ୟରେ ଭିଡ଼ରୁ ବର୍ତ୍ତିବା ଲାଗି କେନ୍ଦ୍ର, ଏମ୍‌ସିଡି ଏବଂ ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର