ବଢ଼ିଲା ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମା….

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମାରେ ବୃଦ୍ଧି କରିଛନ୍ତି। ଏହି ଅନୁଯାୟୀ, ଭାରତୀୟ ସ୍ବତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣା ଅନଲାଇନ୍ ଆଧାର ଡକ୍ୟୁମେଣ୍ଟ ଅପଡେଟ୍ ସମୟ ସୀମା ଏକ ବର୍ଷ ବଢ଼ାଇ ଦେଇଛନ୍ତି। ଏହା ଲୋକମାନଙ୍କୁ ସେମାନଙ୍କର ଆଧାରରେ ସଠିକ୍ ସୂଚନା ଅପଡେଟ୍ କରିବାରେ ସାହାଯ୍ୟ କରିବ। ଯେଉଁମାନେ ବିବାହ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଚାହୁଛନ୍ତି, ସେମାନେ […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମାରେ ବୃଦ୍ଧି କରିଛନ୍ତି। ଏହି ଅନୁଯାୟୀ, ଭାରତୀୟ ସ୍ବତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣା ଅନଲାଇନ୍ ଆଧାର ଡକ୍ୟୁମେଣ୍ଟ ଅପଡେଟ୍ ସମୟ ସୀମା ଏକ ବର୍ଷ ବଢ଼ାଇ ଦେଇଛନ୍ତି। ଏହା ଲୋକମାନଙ୍କୁ ସେମାନଙ୍କର ଆଧାରରେ ସଠିକ୍ ସୂଚନା ଅପଡେଟ୍ କରିବାରେ ସାହାଯ୍ୟ କରିବ। ଯେଉଁମାନେ ବିବାହ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଚାହୁଛନ୍ତି, ସେମାନେ ଏବେ ଏହି କାମ ମାଗଣାରେ କରିପାରିବେ। ଏହି ମାଗଣା ସେବା କେବଳ ‘ମାଇଁଆଧାର’ ପୋର୍ଟାଲରେ ଉପଲବ୍ଧ, ଯାହା ଫଳରେ ଲୋକମାନେ ସହଜରେ ସେମାନଙ୍କର ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରୁ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ତେବେ ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟ୍ କରିବାର ଶେଷ ତାରିଖ ୨୦୨୫ ଜୁନ୍ ୧୪ରୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହି ସମୟ ମଧ୍ୟରେ ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରି ଆଧାର କାର୍ଡରେ ଜନସଂଖ୍ୟାଗତ ସୂଚନା ଅପଡେଟ୍ କରିପାରିବେ ଏବଂ ଏଥିପାଇଁ, ଠିକଣା ପ୍ରମାଣ ଏବଂ ପରିଚୟ ପ୍ରମାଣ ସହିତ ଜଡିତ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ୟୁଆଇଡିଏଆଇ ପକ୍ଷରୁ ଏକ୍ସ’ ରେ ଏହି ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ପୋଷ୍ଟ ଅନୁଯାୟୀ, ଏହି ମାଗଣା ସେବା ଲକ୍ଷ ଲକ୍ଷ ଆଧାର କାର୍ଡ ଧାରକଙ୍କୁ ଲାଭ ପହଞ୍ଚାଇବା ପାଇଁ ହୋଇଛି। ଏହି ସମୟ ମଧ୍ୟରେ ଏହି ସେବା କେବଳ ‘ମାଇଁଆଧାର’ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ। ନିଜର ପରିଚୟ କିମ୍ବା ଠିକଣା ପ୍ରମାଣିତ କରିବା ପାଇଁ ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍, ରାସନ୍ କାର୍ଡ ଏବଂ ପାସପୋର୍ଟ ଭଳି ଡକ୍ୟୁମେଣ୍ଟଗୁଡ଼ିକୁ ଅପଲୋଡ୍ କରାଯାଇପାରିବ। ଡକ୍ୟୁମେଣ୍ଟ ଗୁଡ଼ିକ ପିଡିଏଫ୍‌, ପିଏନ୍‌ଜି, କିମ୍ବା ଜେପିଇଜି ଫର୍ମାଟରେ ହେବା ଉଚିତ ଏବଂ ସେଗୁଡିକର ଆକାର ୨ ଏମ୍‌ବିରୁ କମ୍ ହେବା ଜରୁରୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର