ତିନି କୋଟି ରେଳଯାତ୍ରୀଙ୍କ ଡାଟା ଲିକ୍‌

The Sakala Picture
Published On

ନୂଆଦିଲ୍ଲୀ: ଏମ୍ସର ଡାଟା ଲିକ୍‌ ହେବା ପରେ ଏବେ ବହୁ କୋଟି ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ସାଇବର ହ୍ୟାକରମାନେ ରେଳ ଟିକେଟ ବୁକିଂ କରିଥିବା ୩ କୋଟି ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛନ୍ତି। ଯାହା ଭାରତୀୟ ରେଳବାଇର ଚିନ୍ତା ବଢାଇଦେଇଛି। ଚୋରି ହୋଇଥିବା ଡାଟାରେ ଯାତ୍ରୀଙ୍କର ଇ-ମେଲ୍, ମୋବାଇଲ୍ ନମ୍ବର, ଠିକଣା, ବୟସ ଏବଂ ଲିଙ୍ଗ ସହିତ ଅନେକ ବ୍ୟକ୍ତିଗତ ତଥ୍ୟ ସୂଚନା ଆଦି ସାମିଲ ରହିଛି। ବର୍ତ୍ତମାନ ଏହି ତଥ୍ୟ ଡାର୍କୱେବ୍‌ […]

ନୂଆଦିଲ୍ଲୀ: ଏମ୍ସର ଡାଟା ଲିକ୍‌ ହେବା ପରେ ଏବେ ବହୁ କୋଟି ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ସାଇବର ହ୍ୟାକରମାନେ ରେଳ ଟିକେଟ ବୁକିଂ କରିଥିବା ୩ କୋଟି ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛନ୍ତି। ଯାହା ଭାରତୀୟ ରେଳବାଇର ଚିନ୍ତା ବଢାଇଦେଇଛି। ଚୋରି ହୋଇଥିବା ଡାଟାରେ ଯାତ୍ରୀଙ୍କର ଇ-ମେଲ୍, ମୋବାଇଲ୍ ନମ୍ବର, ଠିକଣା, ବୟସ ଏବଂ ଲିଙ୍ଗ ସହିତ ଅନେକ ବ୍ୟକ୍ତିଗତ ତଥ୍ୟ ସୂଚନା ଆଦି ସାମିଲ ରହିଛି। ବର୍ତ୍ତମାନ ଏହି ତଥ୍ୟ ଡାର୍କୱେବ୍‌ ମାଧ୍ୟମରେ ବିକ୍ରି କରଯkଉଛି। ଏବେ ଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣାରେ ଭାରତୀୟ ରେଳବାଇ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ। କିନ୍ତୁ ଦିଲ୍ଲୀ ଏମ୍ସ ପରେ ରେଳବାଇ ସାଇବର ସୁରକ୍ଷା କ୍ଷେତ୍ରରେ ଏହି ଘଟଣା ଏକ ବଡ ଉଲ୍ଲଂଘନ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅପରପକ୍ଷେ ଏହି ସାଇବର ଆକ୍ରମଣ ଆମ ସର୍ଭରରୁ କରାଯାଇନାହିଁ ବୋଲି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) କହିଛି। ଏହାଛଡା ଆଇଆରସିଟିସି ପକ୍ଷରୁ ଘଟଣାର ତଦନ୍ତ ଆମର୍ଭ କରାଯାଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ରେଳଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣା ଚଳିତମାସ ୨୭ରେ ଘଟିଥିଲା। ଏହି ରିପୋର୍ଟ ଅନୁଯାୟୀ, ଏକ ହ୍ୟାକର ଫୋରମ୍ ଏହି ଘଟଣା ଘଟାଇଛି। ଯଦିଓ ସେହି ହ୍ୟାକର୍ ଫୋରମ ନିଜର ପ୍ରକୃତ ପରିଚୟ ପ୍ରକାଶ କରୁନାହିଁ ହେଲେ ଏହା ‘ସ୍ୟାଡୋହ୍ୟାକର’ ନାମରେ ଜଣାଶୁଣା। ବର୍ତ୍ତମାନ ସେହି ହ୍ୟାକର୍ ଫୋରମ୍ ୩ କୋଟି ଯାତ୍ରୀଙ୍କ ସହ ଜଡ଼ିତ ତଥ୍ୟକୁ ଡାର୍କ ୱେବ ଜରିଆରେ ବିକ୍ରି କରୁଛନ୍ତି। ହ୍ୟାକରଙ୍କର କହିବା ହେଉଛି ସେମାନଙ୍କ ପାଖରେ ରେଳ ଟିକେଟ୍ ବୁକ୍ କରିଥିବା ୩ କୋଟି ଯାତ୍ରୀଙ୍କ ଇ-ମେଲ୍, ମୋବାଇଲ୍ ନମ୍ବର ସମେତ ଅନେକ ବ୍ୟକ୍ତିଗତ ସୂଚନା ଉପଲବ୍ଧ ରହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କେବଳ ଏତିକି ନୁହେଁ, ହ୍ୟାକର ଦାବି କରିଛନ୍ତି ଯେ ସେମାନେ ଅନେକ ସରକାରୀ ବିଭାଗର ଅଫିସିଆଲ ଇ-ମେଲ ଆକାଉଣ୍ଟ ମଧ୍ୟ ଚୋରି କରି ନେଇଛନ୍ତି। ଏହି ସରକାରୀ ଇ-ମେଲ ଆକାଉଣ୍ଟ ବିକ୍ରି ପାଇଁ ଡାର୍କ ୱେବ ପାଖରେ ରଖାଯାଇଛି। ଏହି ସାଇବର ହ୍ୟାକରମାନେ କିପରି ଭାବେ ରେଲବାଇର ସର୍ଭର ଭେଦ କରି କିପରି ସେମାନେ ଏହା ମଧ୍ୟକୁ ପ୍ରବେଶ କଲେ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ବିଭାଗରେ ହୋଇଥିବା ଏହି ତଥ୍ୟ ଉଲ୍ଲଂଘନ ଘଟଣାରେ ଭାରତୀୟ ରେଳବାଇ ମଧ୍ୟ ନୀରବ ରହିଛି। ବର୍ତ୍ତମାନ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ସାଇବର ହ୍ୟାକର କେବଳ ରେଳଯାତ୍ରୀଙ୍କ ତଥ୍ୟ ଚୋରି କରିନାହାଁନ୍ତି ବରଂ ସେମାନେ ରେଳ ୱେବସାଇଟ ସହ ମଧ୍ୟ ହେରଫେର କରିଥିବା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଭାରତୀୟ ରେଳବାଇ ୱେବସାଇଟ କିମ୍ବା ଏହା ଦ୍ୱାରା ପରିଚାଳିତ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ବୁକିଂ ପୋର୍ଟାଲ ହ୍ୟାକ୍ ହୋଇଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ସାଇବର ହ୍ୟାକରମାନେ ରେଳବାଇର ଡାଟା ଚୋରି କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଗତ ୨୦୨୦ରେ ହ୍ୟାକରମାନେ ମଧ୍ୟ ସମାନ ଘଟଣା ଘଟାଇ ୯୦  ଜଣ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଥିଲେ। ଯେଉଁଥିରେ ଯାତ୍ରୀଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଭଳି ଜରୁରୀ ସୂଚନା ଅନ୍ତର୍ଭୂକ୍ତ ରହିଥିଲା। ଏହାର ୨ ବର୍ଷ ପରେ ବର୍ତ୍ତମାନ ହ୍ୟାକର ୩ କୋଟି ଯାତ୍ରୀଙ୍କ ଡାଟା ଚୋରି କରି ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର