ଦିନ ମଜୁରିଆଙ୍କୁ ୩୭ ଲକ୍ଷର ଆୟକର ନୋଟିସ୍‌ !

The Sakala Picture
Published On

ପାଟନା: ଟିକସ ବିଭାଗର ଅଜ୍ଞତା ପାଇଁ ଦୈନିକ ମାତ୍ର ୫୦୦ ଟଙ୍କା ଆୟକାରୀଙ୍କୁ ଲକ୍ଷାଧିକ ଟଙ୍କାର ଟିକସ ନୋଟିସ୍‌ ମିଳିଛି। ବିହାରର ଖାଗରିଆରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଆଲାଉଲି ବ୍ଲକର ମାଗୁନା ଗ୍ରାମରେ ରହୁଥିବା ଜଣେ ଶ୍ରମିକଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ମିଳିଛି। ଆୟକର ବିଭାଗ ଏକ ବିଜ୍ଞପ୍ତି ଜାରି କରି ଶ୍ରମିକଙ୍କୁ ୩୭.୫୦ ଲକ୍ଷ ଟଙ୍କା ବକେୟା ଦେବାକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ନୋଟିସ ପାଇବା ପରେ ଶ୍ରମିକଙ୍କ ସମେତ […]

ପାଟନା: ଟିକସ ବିଭାଗର ଅଜ୍ଞତା ପାଇଁ ଦୈନିକ ମାତ୍ର ୫୦୦ ଟଙ୍କା ଆୟକାରୀଙ୍କୁ ଲକ୍ଷାଧିକ ଟଙ୍କାର ଟିକସ ନୋଟିସ୍‌ ମିଳିଛି। ବିହାରର ଖାଗରିଆରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଆଲାଉଲି ବ୍ଲକର ମାଗୁନା ଗ୍ରାମରେ ରହୁଥିବା ଜଣେ ଶ୍ରମିକଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ମିଳିଛି। ଆୟକର ବିଭାଗ ଏକ ବିଜ୍ଞପ୍ତି ଜାରି କରି ଶ୍ରମିକଙ୍କୁ ୩୭.୫୦ ଲକ୍ଷ ଟଙ୍କା ବକେୟା ଦେବାକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ନୋଟିସ ପାଇବା ପରେ ଶ୍ରମିକଙ୍କ ସମେତ ତାଙ୍କ ପରିବାର ସଦସ୍ୟ ସମସ୍ତେ ଚକିତ ହୋଇଯାଇଛନ୍ତି। ଶ୍ରମିକ ଜଣକ କହିଛନ୍ତି ଯେ ଦିନସାରା କାମ କରିବା ପରେ ତାଙ୍କୁ ଦୈନିକ ୫୦୦ ଟଙ୍କା ମଜୁରୀ ମିଳିଥାଏ, ତେଣୁ ସେ ଏହି ସମସ୍ୟାର କିପରି ମୁକାବିଲା କରିବେ। ଏବେ ସେ ସ୍ଥାନୀୟ ପୁଲିସ ଥାନାନରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବିଜ୍ଞପ୍ତି ଅନୁଯାୟୀ ଶ୍ରମିକଙ୍କ ନାମରେ ୩୭.୫୦ ଲକ୍ଷ ଟଙ୍କାର ଟିକସ ବକେୟା ରହିଛି। ରାଜସ୍ଥାନର ପାଲିରେ ତାଙ୍କ ନାମରେ ଏକ କମ୍ପାନୀ ପଞ୍ଜିକୃତ ହୋଇଛି। ତାଙ୍କ ନାମରେ ଦିଆଯାଇଥିବା ପ୍ୟାନ ନମ୍ବର ବିରୋଧରେ ଅଭିଯୋଗକାରୀ ଏକ ନୋଟିସ ପାଇଛନ୍ତି। ଏଥିସହିତ ଗିରିଶ କହିଛନ୍ତି ଯେ ସେ କେବେ ରାଜସ୍ଥାନ ଯାଇନାହାଁନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ପୁଲିସ କହିବାନୁଯାୟୀ, ଅଭିଯୋଗ ଆଧାରରେ ଆମେ ଏକ ମାମଲା ରୁଜୁ କରିଛୁ। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ପୁରା ଘଟଣା ଜଣାପଡିବ। ଶ୍ରମିକ ଜଣକ କହିଛନ୍ତି ଯେ ସେ ଦିଲ୍ଲୀର ଲୋକମାନଙ୍କ ଘରେ କାମ କରନ୍ତି। ଏଥିସହ ସେ ଥରେ ଦଲାଲଙ୍କ ମାଧ୍ୟମରେ ପ୍ୟାନ କାର୍ଡ ପାଇବାକୁ ଚେଷ୍ଟା କରିଥିଲେ, ଯାହା ସେ ଆଉ ପାଇଲେନାହିଁ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର