ପିପିଲିରେ ପଛରେ ପଡିଲା ହାତ, ୫ ହଜାର ପାର୍‌ କରିପାରିଲାନି କଂଗ୍ରେସ

The Sakala Picture
Published On

ଭୁବନେଶ୍ବର : ପିପିଲିରେ ଅମାନତ ହରାଇଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ୨୦୨୧ ଉପନିର୍ବାଚନରେ ଦଳର ସ୍ଥିତି ଆହୁରି ଖରାପ ହୋଇଛି। ପିପିଲି ଉପନିର୍ବାଚନରେ ଦଳର ଭୋଟ୍‌ ସଂଖ୍ୟା ୫ ହଜାର ମଧ୍ୟ ଛୁଇଁ ପାରିନି।  କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ […]

ଭୁବନେଶ୍ବର : ପିପିଲିରେ ଅମାନତ ହରାଇଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ୨୦୨୧ ଉପନିର୍ବାଚନରେ ଦଳର ସ୍ଥିତି ଆହୁରି ଖରାପ ହୋଇଛି। ପିପିଲି ଉପନିର୍ବାଚନରେ ଦଳର ଭୋଟ୍‌ ସଂଖ୍ୟା ୫ ହଜାର ମଧ୍ୟ ଛୁଇଁ ପାରିନି।  କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

ପିପିଲି ଉପନିର୍ବାଚନରେ ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ବହୁ ପଛରେ ପଡିଛନ୍ତି। ପିପିଲି ଉପ-ନିର୍ବାଚନରେ ବିଜେଡି-ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଲୋକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ସେତେଟା ସମର୍ଥନ ଦେଇନାହାନ୍ତି । ଭୋଟ୍‌ ଗଣତିର ପ୍ରଥମ ରାଉଣ୍ଡରୁ ବିଶ୍ୱକେଶନ ହରିଚନ୍ଦନଙ୍କ ଭୋଟ୍‌ ବ୍ୟବଧ୍ୟାନ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଅପେକ୍ଷା ବହୁ କମ୍‌ ରହିଥିଲା। ତେବେ ଭୋଟ୍‌ ଗଣତି ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ଯେତେବେଳ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬,୧୯୬ ଭୋଟ୍‌ ଓ ଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୫୮୯ ଭୋଟ୍‌ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ । ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଶେଷ ହେବା ପରେ କଂଗ୍ରେସ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇ ପଛରେ ପଡିଯାଇଛି।

03 Oct 2021 By The Sakala

ପିପିଲିରେ ପଛରେ ପଡିଲା ହାତ, ୫ ହଜାର ପାର୍‌ କରିପାରିଲାନି କଂଗ୍ରେସ

ଭୁବନେଶ୍ବର : ପିପିଲିରେ ଅମାନତ ହରାଇଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ୨୦୨୧ ଉପନିର୍ବାଚନରେ ଦଳର ସ୍ଥିତି ଆହୁରି ଖରାପ ହୋଇଛି। ପିପିଲି ଉପନିର୍ବାଚନରେ ଦଳର ଭୋଟ୍‌ ସଂଖ୍ୟା ୫ ହଜାର ମଧ୍ୟ ଛୁଇଁ ପାରିନି।  କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ପିପିଲି ଉପନିର୍ବାଚନରେ ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ବହୁ ପଛରେ ପଡିଛନ୍ତି। ପିପିଲି ଉପ-ନିର୍ବାଚନରେ ବିଜେଡି-ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଲୋକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ସେତେଟା ସମର୍ଥନ ଦେଇନାହାନ୍ତି । ଭୋଟ୍‌ ଗଣତିର ପ୍ରଥମ ରାଉଣ୍ଡରୁ ବିଶ୍ୱକେଶନ ହରିଚନ୍ଦନଙ୍କ ଭୋଟ୍‌ ବ୍ୟବଧ୍ୟାନ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଅପେକ୍ଷା ବହୁ କମ୍‌ ରହିଥିଲା। ତେବେ ଭୋଟ୍‌ ଗଣତି ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ଯେତେବେଳ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬,୧୯୬ ଭୋଟ୍‌ ଓ ଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୫୮୯ ଭୋଟ୍‌ ପାଇଛନ୍ତି।

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ । ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଶେଷ ହେବା ପରେ କଂଗ୍ରେସ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇ ପଛରେ ପଡିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର