ନୂଆପଡାବାସୀଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଭେଟି, ଲୋକାର୍ପିତ ହେବ ୨ହଜାର କୋଟିରେ ନିର୍ମିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କରିବେ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଲୋକାର୍ପଣ କରିବେ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ। ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଆସନ୍ତା ୧୦ରେ ନୂଆପଡ଼ା ଲାଇଫ୍ ଲାଇନର ହେବ ଶୁଭାରମ୍ଭ । ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପ ଓ […]

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କରିବେ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଲୋକାର୍ପଣ କରିବେ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଆସନ୍ତା ୧୦ରେ ନୂଆପଡ଼ା ଲାଇଫ୍ ଲାଇନର ହେବ ଶୁଭାରମ୍ଭ । ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ ପରେ ଖଡ଼ିଆଳ ହାଇସ୍କୁଲ ପଡ଼ିଆରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ଯକ୍ରମ ଅଛି । ନୂଆପଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଉପହାର ନେଇ ଆସୁଥିବା କହିଛନ୍ତି ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ତିଖାଲିଠାରେ ୨୦୨୦ ମେ’ ୭ ତାରିଖରେ ୨୦୦୦ କୋଟି ଟଙ୍କା ଅଟକଳରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ଲୋୟର ଇନ୍ଦ୍ରପ୍ରକଳ୍ପ ସହ ନୂଆପଡ଼ା ଜିଲ୍ଲାରେ ୭୫୦ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପକୁ ବି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପଗୁଡିକ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ଐତିହାସିକ ପଦକ୍ଷେପ ହେବ ବୋଲି ମତ ପକାଶ ପାଇଛି । ମୁଖ୍ୟମନ୍ତ୍ରୀ ଗସ୍ତ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ସୁନ୍ଦର ଓ ଇନ୍ଦ୍ରନଦୀର ସଙ୍ଗମସ୍ଥଳୀରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ରଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ୧ ହଜାର ୬୭୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ ।

08 Mar 2021 By The Sakala

ନୂଆପଡାବାସୀଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଭେଟି, ଲୋକାର୍ପିତ ହେବ ୨ହଜାର କୋଟିରେ ନିର୍ମିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କରିବେ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଲୋକାର୍ପଣ କରିବେ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ।

ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଆସନ୍ତା ୧୦ରେ ନୂଆପଡ଼ା ଲାଇଫ୍ ଲାଇନର ହେବ ଶୁଭାରମ୍ଭ । ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ ପରେ ଖଡ଼ିଆଳ ହାଇସ୍କୁଲ ପଡ଼ିଆରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ଯକ୍ରମ ଅଛି । ନୂଆପଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଉପହାର ନେଇ ଆସୁଥିବା କହିଛନ୍ତି ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ।

ତିଖାଲିଠାରେ ୨୦୨୦ ମେ’ ୭ ତାରିଖରେ ୨୦୦୦ କୋଟି ଟଙ୍କା ଅଟକଳରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ଲୋୟର ଇନ୍ଦ୍ରପ୍ରକଳ୍ପ ସହ ନୂଆପଡ଼ା ଜିଲ୍ଲାରେ ୭୫୦ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପକୁ ବି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପଗୁଡିକ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବାରେ ଐତିହାସିକ ପଦକ୍ଷେପ ହେବ ବୋଲି ମତ ପକାଶ ପାଇଛି । ମୁଖ୍ୟମନ୍ତ୍ରୀ ଗସ୍ତ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୁନ୍ଦର ଓ ଇନ୍ଦ୍ରନଦୀର ସଙ୍ଗମସ୍ଥଳୀରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ରଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ୧ ହଜାର ୬୭୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ ।

https://www.thesakala.in/big-news/cm-naveen-patnaik-to-visit-nuapada-on-10th-march/article-514
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର