ବିଶେଷଜ୍ଞଙ୍କ ସତର୍କବାଣୀ: ‘କ୍ଲାଉଡ୍‌ ସିଡିଂ’ ଆଣିପାରେ ପାଣିପାଗ ଯୁଦ୍ଧ

The Sakala Picture
Published On

ଦୁବାଇ: ଅପ୍ରତ୍ୟାଶିତ ଲଗାଣ ବର୍ଷା ଯୋଗୁଁ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି। ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେବା ଦେଖାଯାଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଅଚାନକ ଭାବେ ଏଭଳି ସ୍ଥିତି ଦେଖାଯିବା ପଛର କାରଣ ତର୍ଜମା କରିବା ପରେ ପାଣିପାଗ ବିଶେଷଜ୍ଞମାନେ ‘କ୍ଲାଉଡ ସିଡିଂ’କୁ ଦାୟୀ କରିଛନ୍ତି । ଯଦି ଏବେ ଠାରୁ […]

ଦୁବାଇ: ଅପ୍ରତ୍ୟାଶିତ ଲଗାଣ ବର୍ଷା ଯୋଗୁଁ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି। ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେବା ଦେଖାଯାଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଅଚାନକ ଭାବେ ଏଭଳି ସ୍ଥିତି ଦେଖାଯିବା ପଛର କାରଣ ତର୍ଜମା କରିବା ପରେ ପାଣିପାଗ ବିଶେଷଜ୍ଞମାନେ ‘କ୍ଲାଉଡ ସିଡିଂ’କୁ ଦାୟୀ କରିଛନ୍ତି । ଯଦି ଏବେ ଠାରୁ ଏହା ପ୍ରତି ସତର୍କତା ଅବଲମ୍ବନ ନ କରାଯାଏ ତେବେ ଆଗକୁ ପାଣିପାଗଜନିତ ବିଭିନ୍ନ ସମସ୍ୟା ଦେଖାଯିବ ବୋଲି ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, କ୍ଲାଉଡ୍‌ ସିଡିଂକୁ ଉପଯୋଗ କରି ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପାଣିପାଗ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ପ୍ରକାଶଯୋଗ୍ୟ ଯେ, କ୍ଲାଉଡ୍‌ ସିଡିଂ ମାଧ୍ୟମରେ ଆକାଶରେ ରହିଥିବା ବାଦଲର ସ୍ଥିତିକୁ ମନୁଷ୍ୟକୃତ ଉପାୟରେ ପରିବର୍ତ୍ତନ କରାଯାଇ ଅନାବୃଷ୍ଟି ଅଞ୍ଚଳରେ ବର୍ଷା କରାଯାଇଥାଏ। ବିମାନ ସହାୟତାରେ ଛୋଟ ଛୋଟ କଣିକା ବାଦଲ ମଧ୍ୟକୁ ଛଡାଯାଇ ଜଳକଣାରେ ପରିବର୍ତ୍ତନ କରାଯାଏ ଏବଂ ପରେ ପରେ ଏହା ମାଧ୍ୟମରେ ବର୍ଷା କରାଯାଇଥାଏ। କ୍ଲାଉଡ ସିଡିଂ ପ୍ରକ୍ରିୟା ୧୯୪୦ରୁ ଆରମ୍ଭ ହୋଇଥିଲା ବେଳେ ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ୟୁଏଇ, ଜର୍ମାନୀ, ଚାଇନା, ଭାରତ ଏବଂ ମେକ୍ସିକୋ ଭଳି ବିଶ୍ବର ବିଭିନ୍ନ ଦେଶରେ ଏହି ଉପାୟରେ କୃତ୍ରିମ ବର୍ଷା କରାଯାଇଥାଏ। ସାଉଦି ଆରବରେ ଏହି ଉପାୟରେ ବର୍ଷା କରାଇବା ଲାଗି କେବଳ ୨୦୨୩ରେ ୪୫୦ରୁ ଅଧିକ ବିମାନ ଉପଯୋଗ କରାଯାଇଛି। କିନ୍ତୁ ଏଭଳି ପ୍ରକ୍ରିୟାକୁ ନେଇ ଆଗାମୀ ଦିନରେ ବିପଦ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏବେ ଦୁବାଇରେ ଯେତେ ପରିମାଣର ବର୍ଷା ହେଇଛି ତାହା ସେଠାକାର ବର୍ଷକର ବର୍ଷା ସହ ସମାନ । ଅଧିକ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହିତ ପ୍ରାକୃତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

21 Apr 2024 By The Sakala

ବିଶେଷଜ୍ଞଙ୍କ ସତର୍କବାଣୀ: ‘କ୍ଲାଉଡ୍‌ ସିଡିଂ’ ଆଣିପାରେ ପାଣିପାଗ ଯୁଦ୍ଧ

ଦୁବାଇ: ଅପ୍ରତ୍ୟାଶିତ ଲଗାଣ ବର୍ଷା ଯୋଗୁଁ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି। ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେବା ଦେଖାଯାଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଅଚାନକ ଭାବେ ଏଭଳି ସ୍ଥିତି ଦେଖାଯିବା ପଛର କାରଣ ତର୍ଜମା କରିବା ପରେ ପାଣିପାଗ ବିଶେଷଜ୍ଞମାନେ ‘କ୍ଲାଉଡ ସିଡିଂ’କୁ ଦାୟୀ କରିଛନ୍ତି । ଯଦି ଏବେ ଠାରୁ ଏହା ପ୍ରତି ସତର୍କତା ଅବଲମ୍ବନ ନ କରାଯାଏ ତେବେ ଆଗକୁ ପାଣିପାଗଜନିତ ବିଭିନ୍ନ ସମସ୍ୟା ଦେଖାଯିବ ବୋଲି ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, କ୍ଲାଉଡ୍‌ ସିଡିଂକୁ ଉପଯୋଗ କରି ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପାଣିପାଗ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, କ୍ଲାଉଡ୍‌ ସିଡିଂ ମାଧ୍ୟମରେ ଆକାଶରେ ରହିଥିବା ବାଦଲର ସ୍ଥିତିକୁ ମନୁଷ୍ୟକୃତ ଉପାୟରେ ପରିବର୍ତ୍ତନ କରାଯାଇ ଅନାବୃଷ୍ଟି ଅଞ୍ଚଳରେ ବର୍ଷା କରାଯାଇଥାଏ। ବିମାନ ସହାୟତାରେ ଛୋଟ ଛୋଟ କଣିକା ବାଦଲ ମଧ୍ୟକୁ ଛଡାଯାଇ ଜଳକଣାରେ ପରିବର୍ତ୍ତନ କରାଯାଏ ଏବଂ ପରେ ପରେ ଏହା ମାଧ୍ୟମରେ ବର୍ଷା କରାଯାଇଥାଏ। କ୍ଲାଉଡ ସିଡିଂ ପ୍ରକ୍ରିୟା ୧୯୪୦ରୁ ଆରମ୍ଭ ହୋଇଥିଲା ବେଳେ ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ୟୁଏଇ, ଜର୍ମାନୀ, ଚାଇନା, ଭାରତ ଏବଂ ମେକ୍ସିକୋ ଭଳି ବିଶ୍ବର ବିଭିନ୍ନ ଦେଶରେ ଏହି ଉପାୟରେ କୃତ୍ରିମ ବର୍ଷା କରାଯାଇଥାଏ। ସାଉଦି ଆରବରେ ଏହି ଉପାୟରେ ବର୍ଷା କରାଇବା ଲାଗି କେବଳ ୨୦୨୩ରେ ୪୫୦ରୁ ଅଧିକ ବିମାନ ଉପଯୋଗ କରାଯାଇଛି। କିନ୍ତୁ ଏଭଳି ପ୍ରକ୍ରିୟାକୁ ନେଇ ଆଗାମୀ ଦିନରେ ବିପଦ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏବେ ଦୁବାଇରେ ଯେତେ ପରିମାଣର ବର୍ଷା ହେଇଛି ତାହା ସେଠାକାର ବର୍ଷକର ବର୍ଷା ସହ ସମାନ । ଅଧିକ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହିତ ପ୍ରାକୃତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର