ପାଗ ବଦଳି ଯାଇଛି, ଆଜାଦ ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି: ଜୟରାମ ରମେଶ

The Sakala Picture
Published On

ନୂଆଦିଲ୍ଲୀ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହୋଇଛନ୍ତି। ଏହାପରେ ସେ ଆସନ୍ତା କିଛି ଦିନ ମଧ୍ୟରେ ନିଜର ଏକ ନୂଆ ଦଳ ଗଢ଼ିବାକୁ ଘୋଷଣା ମଧ୍ୟ କରିଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପରି ସେ କାହାକୁ ବ୍ୟକ୍ତିଗତ ସମାଲୋଚନା କରନ୍ତି ନାହିଁ। ସେ ବ୍ୟକ୍ତିବିଶେଷଙ୍କୁ ନୁହେଁ […]

ନୂଆଦିଲ୍ଲୀ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହୋଇଛନ୍ତି। ଏହାପରେ ସେ ଆସନ୍ତା କିଛି ଦିନ ମଧ୍ୟରେ ନିଜର ଏକ ନୂଆ ଦଳ ଗଢ଼ିବାକୁ ଘୋଷଣା ମଧ୍ୟ କରିଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପରି ସେ କାହାକୁ ବ୍ୟକ୍ତିଗତ ସମାଲୋଚନା କରନ୍ତି ନାହିଁ। ସେ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ନୀତିକୁ ସମାଲୋଚନା କରନ୍ତି। ରାହୁଲ ଗାନ୍ଧୀ ବାରମ୍ବାର ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ନେଇ ଆଜାଦ୍ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ନେଇ କଟାକ୍ଷ କରି କହିଛନ୍ତ ଯେ, ଏବେ ପାଗ ବଦଳି ଯାଇଛି, ଏ ମହାଶୟ (ଗୁଲାମ ନବୀ ଆଜାଦ) ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯେତେବେଳେ ସେ ସାତ ବର୍ଷ ଧରି ସଂସଦରେ ବିରୋଧୀଦଳର ନେତା ଭୂମିକାରେ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ନାମ ଭାଜପା ସହ ଯୋଡା ଯାଉଛି। ଆଜାଦ କହିଛନ୍ତି, ଜି-୨୩ ଗଠନ ପରେ ରାହୁଲ ତାଙ୍କୁ ଭାଜପା ସହିତ ଯୋଡ଼ିବା ଆରମ୍ଭ କରିଥିଲେ। ଏହି ମିଥ୍ୟା ଖବର କଂଗ୍ରେସ ୱାର୍କିଂ କମିଟି ଏବଂ ନେତାଙ୍କଠାରୁ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଜି-୨୩ ପକ୍ଷରୁ ଚିଠି ଲେଖାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ମୁଁ କହିଥିଲି, ପ୍ରଧାନମନ୍ତ୍ରୀ ମୋଦୀ ପାଗଳ ନୁହଁନ୍ତି ଯେ ସେ ଆମକୁ କଂଗ୍ରେସକୁ ମଜବୁତ କରିବାକୁ କହିବେ। ମତେ କେହି ଆଦେଶ ଦେଇ ପାରିବେ ନାହିଁ। ମୋ ବିରୋଧରେ କୌଣସି ମାମଲା ନାହିଁ ଏବଂ ଗୋଟିଏ ଏଫଆଇଆର ରୁଜୁ ହୋଇ ନାହିଁ। ମୋର କୌଣସି ସମ୍ପତ୍ତି ନାହିଁ। ମୁଁ କାହିଁକି କାହାକୁ ଭୟ କରିବି ବୋଲି ଆଜାଦ କହିଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ ଜୟରାମ ରମେଶ ତାଙ୍କୁ ବିଜେପିର ବିଶ୍ୱସ୍ତ ସିପାହୀ କହି ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର