ଚିନ୍ମୟୀ ମୃତ୍ୟୁ ମାମଲା : ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

The Sakala Picture
Published On

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା। ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ। ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା। ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି। ଗତକାଲି ଭୁବନେଶ୍ବର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍। ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି। ଦୁଇଟି ଘର ଛାଡି ରହୁଥିଲେ […]

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା। ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ। ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା। ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି। ଗତକାଲି ଭୁବନେଶ୍ବର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍। ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି। ଦୁଇଟି ଘର ଛାଡି ରହୁଥିଲେ ବୟଫ୍ରେଣ୍ଡ ପ୍ରୀତିମାନ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅନେକ ସମୟରେ ପ୍ରୀତିମାନ ଚିନ୍ମୟୀଙ୍କ ଘରକୁ ଆସୁଥିବା ଭଡ଼ାଘର ମାଲିକାଣୀ କହିଛନ୍ତି। ତେବେ କେବଳ ବନ୍ଧୁ ଭାବେ ସାହାଯ୍ୟ କରିଥିବା କହିଛନ୍ତି ପ୍ରୀତିମାନଙ୍କ ମା’। ତଦନ୍ତ ପାଇଁ ଦୁଇଟି ଟିମ୍ ସୋନପୁର ଓ ବଲାଙ୍ଗିରରେ ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରେ ସୁରାଗ ଖୋଜୁଛି ବୁର୍ଲା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଘଟଣା ଦିନ ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ। ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ। କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ। ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ। ତେଣୁ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ବୋଲି କହିଛନ୍ତି ମୃତ ଚିନ୍ମୟୀଙ୍କ ବାପା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର