ରାଜ୍ୟର ୧୫ ଷ୍ଟେସନ୍‍ରେ ଆରମ୍ଭ ହେବ ସିସିଟିଭି ସର୍ଭିଲାନ୍ସ , ୨୦୨୩ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍‍ ସ୍ଥାନ ପାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, […]

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍‍ ସ୍ଥାନ ପାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ପଲାସା, ଜଗଦଲପୁର, ଶ୍ରୀକାକୁଲମ୍‍ ରୋଡ଼ ଏବଂ ବିଜୟନଗରମ୍‍ ଷ୍ଟେସନ୍‍ରେ ଭିଡିଓ ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲା ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରକଳ୍ପରେ ଏ-୧, ଏ, ବି, ସି ବର୍ଗର ରେଳ ଷ୍ଟେସନକୁ ସାମିଲ କରାଯାଇ ଥିବା ବେଳେ ୨୦୨୩ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ରେଳ ଷ୍ଟେସନ୍‍ରେ ଏହି ବ୍ୟବସ୍ଥା କରାଯିବ। ଇଣ୍ଟରନେଟ୍‍ ପ୍ରୋଟୋକଲ (ଆଇପି) ଆଧାରିତ ଏହି ପ୍ରକଳ୍ପ ଜରିଆରେ ରେଳ ଷ୍ଟେସନ୍‍ର ପ୍ରତ୍ୟେକ ଗହଳି ସ୍ଥାନ ଉପରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ନଜର ରଖିବ। ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମେତ ୱେଟିଂ ହଲ୍‍, ପ୍ଲାଟଫର୍ମ, ଟିକଟ କାଉଣ୍ଟର, ଫୁଟ୍‍ ଓଭର ବ୍ରିଜ୍‍, ପାର୍ସଲ କାର୍ଯ୍ୟାଳୟ ଆଦି ସ୍ଥାନରେ ସିସିଟିଭି ଲଗାଯିବ। ସିସିଟିଭି ପରିଚାଳନା ପାଇଁ ଆରପିଏଫ୍‍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‍ ରହିବ ଏବଂ କ୍ୟାମେରାରେ ଉତ୍ତୋଳିତ ଭିଡିଓ ବିଭାଗୀୟ ଏବଂ ଜୋନ୍‍ କାର୍ଯ୍ୟାଳୟରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳ ଯୁକ୍ତ ଏହି ବ୍ୟବସ୍ଥାରେ ପେସାଦାର ଅପରାଧୀଙ୍କୁ ପୁଲିସ ଚିହ୍ନଟ କରିପାରିବ। ଏଫ୍‍ଆରଏସ୍‍ (ମୁହଁ ଚିହ୍ନଟ ବ୍ୟବସ୍ଥା) ଜରିଆରେ ପୂର୍ବରୁ ସଂରକ୍ଷିତ ଥିବା ଅପରାଧୀଙ୍କ ଫଟୋ ସହିତ ଷ୍ଟେସନ୍‍ ପରିସରରେ ଥିବା ଅପରାଧୀଙ୍କ ମୁହଁଙ୍କୁ ସ୍ୱୟଞ୍ଚାଳିତ ବ୍ୟବସ୍ଥାରେ ମେଳ କରାଯାଇ ପାରିବ। ଡୋମ୍‍, ବୁଲେଟ୍‍, ପ୍ୟାନ୍‍ ଟିଲ୍ଟ ଜୁମ୍‍ ଏବଂ ଅଲ୍ଟ୍ରା ଏଚ୍‍ଡି-୪କେ ଭଳି ଚାରି ପ୍ରକାର ସିସିଟିଭି ଲଗାଯିବ। ସିସିଟିଭି ଦ୍ୱାରା ଉତ୍ତୋଳିତ ଭିଡ଼ିଓ ୩୦ ଦିନ ପର୍ଯ୍ୟନ୍ତ ସର୍ଭରରେ ସଂରକ୍ଷିତ ରହିବ। ସେହିପରି ଯାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ପ୍ଲାଟଫର୍ମରେ ଦୁଇଟି ଲେଖାଏଁ ପ୍ୟାନିକ୍‍ ବଟନ୍‍ ରହିବ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଏହି ବଟନ୍‍ ଟିପିଲେ ସେଠାରେ ଲାଗିଥିବା କ୍ୟାମେରା ସେହି ଆଡ଼କୁ ବୁଲିଯିବା ସହିତ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀଙ୍କୁ ସଜାଗ କରିବ। ଫଳରେ ବିପଦରେ ଥିବା ଯାତ୍ରୀଙ୍କ ନିକଟରେ ତୁରନ୍ତ ପୁଲିସ ପହଞ୍ଚି ପାରିବ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

07 Jul 2022 By The Sakala

ରାଜ୍ୟର ୧୫ ଷ୍ଟେସନ୍‍ରେ ଆରମ୍ଭ ହେବ ସିସିଟିଭି ସର୍ଭିଲାନ୍ସ , ୨୦୨୩ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍‍ ସ୍ଥାନ ପାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ପଲାସା, ଜଗଦଲପୁର, ଶ୍ରୀକାକୁଲମ୍‍ ରୋଡ଼ ଏବଂ ବିଜୟନଗରମ୍‍ ଷ୍ଟେସନ୍‍ରେ ଭିଡିଓ ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲା ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରକଳ୍ପରେ ଏ-୧, ଏ, ବି, ସି ବର୍ଗର ରେଳ ଷ୍ଟେସନକୁ ସାମିଲ କରାଯାଇ ଥିବା ବେଳେ ୨୦୨୩ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ରେଳ ଷ୍ଟେସନ୍‍ରେ ଏହି ବ୍ୟବସ୍ଥା କରାଯିବ। ଇଣ୍ଟରନେଟ୍‍ ପ୍ରୋଟୋକଲ (ଆଇପି) ଆଧାରିତ ଏହି ପ୍ରକଳ୍ପ ଜରିଆରେ ରେଳ ଷ୍ଟେସନ୍‍ର ପ୍ରତ୍ୟେକ ଗହଳି ସ୍ଥାନ ଉପରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ନଜର ରଖିବ। ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମେତ ୱେଟିଂ ହଲ୍‍, ପ୍ଲାଟଫର୍ମ, ଟିକଟ କାଉଣ୍ଟର, ଫୁଟ୍‍ ଓଭର ବ୍ରିଜ୍‍, ପାର୍ସଲ କାର୍ଯ୍ୟାଳୟ ଆଦି ସ୍ଥାନରେ ସିସିଟିଭି ଲଗାଯିବ। ସିସିଟିଭି ପରିଚାଳନା ପାଇଁ ଆରପିଏଫ୍‍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‍ ରହିବ ଏବଂ କ୍ୟାମେରାରେ ଉତ୍ତୋଳିତ ଭିଡିଓ ବିଭାଗୀୟ ଏବଂ ଜୋନ୍‍ କାର୍ଯ୍ୟାଳୟରେ ଉପଲବ୍ଧ ହେବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳ ଯୁକ୍ତ ଏହି ବ୍ୟବସ୍ଥାରେ ପେସାଦାର ଅପରାଧୀଙ୍କୁ ପୁଲିସ ଚିହ୍ନଟ କରିପାରିବ। ଏଫ୍‍ଆରଏସ୍‍ (ମୁହଁ ଚିହ୍ନଟ ବ୍ୟବସ୍ଥା) ଜରିଆରେ ପୂର୍ବରୁ ସଂରକ୍ଷିତ ଥିବା ଅପରାଧୀଙ୍କ ଫଟୋ ସହିତ ଷ୍ଟେସନ୍‍ ପରିସରରେ ଥିବା ଅପରାଧୀଙ୍କ ମୁହଁଙ୍କୁ ସ୍ୱୟଞ୍ଚାଳିତ ବ୍ୟବସ୍ଥାରେ ମେଳ କରାଯାଇ ପାରିବ। ଡୋମ୍‍, ବୁଲେଟ୍‍, ପ୍ୟାନ୍‍ ଟିଲ୍ଟ ଜୁମ୍‍ ଏବଂ ଅଲ୍ଟ୍ରା ଏଚ୍‍ଡି-୪କେ ଭଳି ଚାରି ପ୍ରକାର ସିସିଟିଭି ଲଗାଯିବ। ସିସିଟିଭି ଦ୍ୱାରା ଉତ୍ତୋଳିତ ଭିଡ଼ିଓ ୩୦ ଦିନ ପର୍ଯ୍ୟନ୍ତ ସର୍ଭରରେ ସଂରକ୍ଷିତ ରହିବ। ସେହିପରି ଯାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ପ୍ଲାଟଫର୍ମରେ ଦୁଇଟି ଲେଖାଏଁ ପ୍ୟାନିକ୍‍ ବଟନ୍‍ ରହିବ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଏହି ବଟନ୍‍ ଟିପିଲେ ସେଠାରେ ଲାଗିଥିବା କ୍ୟାମେରା ସେହି ଆଡ଼କୁ ବୁଲିଯିବା ସହିତ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀଙ୍କୁ ସଜାଗ କରିବ। ଫଳରେ ବିପଦରେ ଥିବା ଯାତ୍ରୀଙ୍କ ନିକଟରେ ତୁରନ୍ତ ପୁଲିସ ପହଞ୍ଚି ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର