ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ହେଲେ ପ୍ରଶାନ୍ତ କିଶୋର

The Sakala Picture
Published On

ଚଣ୍ଡୀଗଡ଼: ବଙ୍ଗଳାରେ ମମତା ଦିଦିଙ୍କୁ ପରାମର୍ଶ ଦେବା ପରେ ପ୍ରଶାନ୍ତ କିଶୋରଙ୍କୁ ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପି.କେ. ତାଙ୍କର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଅମରିନ୍ଦର ଟ୍ବିଟ୍‌ କରି କହିଛନ୍ତି। Happy to share that @PrashantKishor has joined me as my Principal Advisor. […]

ଚଣ୍ଡୀଗଡ଼: ବଙ୍ଗଳାରେ ମମତା ଦିଦିଙ୍କୁ ପରାମର୍ଶ ଦେବା ପରେ ପ୍ରଶାନ୍ତ କିଶୋରଙ୍କୁ ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପି.କେ. ତାଙ୍କର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଅମରିନ୍ଦର ଟ୍ବିଟ୍‌ କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

ସୂଚନାଯୋଗ୍ୟ, କଂଗ୍ରେସ ୨୦୧୭ରେ ତାଙ୍କୁ ୫ଟି ରାଜ୍ୟର ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାକୁ ଦାୟିତ୍ଵ ଦେଇଥିଲା। ସେଥିରେ ପଞ୍ଜାବ ଏକମାତ୍ର ରାଜ୍ୟ ଥିଲା, ଯେଉଁଠି ଦଳକୁ ବହୁମତ ମିଳିବାରେ ସଫଳ ହୋଇଥିଲା। ମାତ୍ର ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା। ଏହା ସତ୍ବେ ଦଳ ପି.କେ.ଙ୍କ ପ୍ରଶଂସା କରିଥିଲା।

୨୦୧୪ ଲୋକ ସଭା ନିର୍ବାଚନରେ ବିଜେପି ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରସ୍ତୁତ ନୀତିକୁ ଅନୁସରଣ କରି କ୍ଷମତା ହାସଲ କରିଥିଲା। ଏହା ପରେ ବିହାରରେ ଜେଡିୟୁ ସହିତ କାମ କରିଥିଲେ। ନୀତିଶ କୁମାର, ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସକୁ ଏକତ୍ର କରି ରାଜ୍ୟରେ କ୍ଷମତା ଦେବାରେ ସଫଳ ହୋଇଥିଲେ। ଏହା ବଦଳରେ ଜେଡିୟୁ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ଦେଇଥିଲା। ତେବେ ଜେଡିୟୁରେ ଅସନ୍ତୋଷ ବୃଦ୍ଧି ପାଇବାରୁ ପି.କେ. ଦଳରୁ ଅଲଗା ହୋଇଯାଇଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp