ଫେବ୍ରୁଆରୀ ପହିଲାରେ ବଜେଟ: ବଜେଟ ଦିନ ଖୋଲା ରହିବ ସେୟାର ବଜାର, ନିତିଦିନିଆ ଭଳି ହେବ ଟ୍ରେଡିଂ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିବର୍ଷର ସାଧାରଣ ବେଜଟ ଆସନ୍ତା ଫେବୃଆରୀ ପହିଲାରେ ସଂସଦରେ ଆଗତ ହେବ। ତେବେ ବଜେଟ ଦିନ ଅର୍ଥାତ୍‌ ଶନିବାର ଦିନ ଷ୍ଟକ୍ ବଜାର ଖୋଲା ରହିବ। ତେଣୁ କେନ୍ଦ୍ରୀୟ ବଜେଟ ହେତୁ ସେହି ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଖୋଲା ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦିନ ୮ମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ବାଣିଜ୍ୟ ପାଇଁ ଉଭୟ ଏକ୍ସଚେଞ୍ଜ ସକାଳ […]

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିବର୍ଷର ସାଧାରଣ ବେଜଟ ଆସନ୍ତା ଫେବୃଆରୀ ପହିଲାରେ ସଂସଦରେ ଆଗତ ହେବ। ତେବେ ବଜେଟ ଦିନ ଅର୍ଥାତ୍‌ ଶନିବାର ଦିନ ଷ୍ଟକ୍ ବଜାର ଖୋଲା ରହିବ। ତେଣୁ କେନ୍ଦ୍ରୀୟ ବଜେଟ ହେତୁ ସେହି ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଖୋଲା ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦିନ ୮ମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସାଧାରଣ ବାଣିଜ୍ୟ ପାଇଁ ଉଭୟ ଏକ୍ସଚେଞ୍ଜ ସକାଳ ୯ଟା ୧୫ଟାରୁ ଅପରାହ୍ନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ। ଫେବୃଆରୀ ପହିଲାରେ ସକାଳ ଅଧିବେଶନରେ କାରବାର ପାଇଁ କମୋଡିଟି ଡେରିଭେଟିଭ୍ ସେଗମେଣ୍ଟ ମଧ୍ୟ ଖୋଲା ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ଭାରତରେ ଷ୍ଟକ୍ ଏକ୍ସଚେଞ୍ଜ ସାଧାରଣତଃ ଶନିବାର ଏବଂ ରବିବାର ବନ୍ଦ ହୋଇଥାଏ। ଅବଶ୍ୟ, ବିଶେଷ ଦିନରେ, ଏହି ଦିନରେ ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନ ଆୟୋଜିତ ହୋଇଥାଏ। ଏହା ପୂର୍ବରୁ ମଧ୍ୟ ବଜେଟ୍ ଦିନ ଶନିବାର ବଜାର କାରବାର ଖୋଲାରହିଥିଲା। ଏହାପୂର୍ବରୁ, ୨୦୨୦ ଫେବୃଆରୀ ପହିଲାରେ ବଜେଟ୍ ଦିନ ଶନିବାର ଥିଲା, ଯେଉଁ ଦିନ ଷ୍ଟକ୍ ବଜାର ଖୋଲା ଥିଲା। ଏହାସହିତ ୨୦୧୫ ଫେବୃଆରୀ ୨୮ ରେ ବଜେଟ ପାଇଁ ବଜାର ଶନିବାର ଦିନ ଖୋଲା ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର