ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌, ଶାହରୁଖ ଖାନଙ୍କୁ ନେଇ ଚର୍ଚ୍ଚା

The Sakala Picture
Published On

ମୁମ୍ବାଇ: ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ମଧ୍ୟ ଏହି ଟ୍ରେଲରକୁ ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ। ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ। ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବାଲୁ ଯାଉଛି […]

ମୁମ୍ବାଇ: ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ମଧ୍ୟ ଏହି ଟ୍ରେଲରକୁ ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ। ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ। ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବାଲୁ ଯାଉଛି ।

ଏହି ଫିଲ୍ମକୁ ନେଇ ୨୦୧୪ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ । ବିବାହ ପରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକାଠି ନଜର ଆସିବେ। ଏଥିରେ ରଣବୀର କପୁର ଶିବା ଏବଂ ଆଲିଆ ଇଶା ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲର ଦେଖି ଲୋକମାନେ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହୁଛନ୍ତି। ଯାହାକୁ ଦର୍ଶକେ ଉତ୍ସାହର ସହିତ ଚାହିଁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ଚଳଚ୍ଚିତ୍ରେ ଶାହରୁଖ ଖାନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମ ନିର୍ଦ୍ଦେଶକ କିମ୍ବା  ଶାହରୁଖ ଖାନଙ୍କୁ ପକ୍ଷରୁ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଶାହରୁଖ ଖାନ ଥିବା ନେଇ ପ୍ରଶଂସକମନଙ୍କ ମଧ୍ଯରେ ଟ୍ୱିଟ ୱାର ଚାଲିଛି।  ଏହା ସତ୍ଯକୁ ନୁହେଁ ଜାଣିବା ପାଇଁ ଆମକୁ ଫିଲ୍ମ ରିଲିଜ୍ ପାଇଁ ଅପେକ୍ଷା କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର