ନରକୋଟିକ ବ୍ୟୁରୋ ପକ୍ଷରୁ ୬ଶହ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

ବୌଦ୍ଧ: ନରକୋଟିକ ବ୍ୟୁରୋର ଏକ ଟିମ ବୁଧବାର ବୌଦ୍ଧ ଜିଲ୍ଳାରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ୱର ସ୍ଥିତ ନରକୋଟିକ ବ୍ୟୁରୋ ଏକ ୫ଜଣିଆ ଟିମ ଚଢ଼ାଉ କରିଥିଲେ। ଏକ ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଗାଡିକୁ ଗୋଡ଼ାଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ଠାରୁ ମୋଟ ୬୨୩ କେଜି […]

ବୌଦ୍ଧ: ନରକୋଟିକ ବ୍ୟୁରୋର ଏକ ଟିମ ବୁଧବାର ବୌଦ୍ଧ ଜିଲ୍ଳାରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ୱର ସ୍ଥିତ ନରକୋଟିକ ବ୍ୟୁରୋ ଏକ ୫ଜଣିଆ ଟିମ ଚଢ଼ାଉ କରିଥିଲେ। ଏକ ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଗାଡିକୁ ଗୋଡ଼ାଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ଠାରୁ ମୋଟ ୬୨୩ କେଜି ଗଞ୍ଜେଇ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚ ଏବଂ ପଚରାଉଚରା ଚାଲିଛି। ତେଣୁ ପରିମାଣ ବୃଦ୍ଧି ପାଇବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର