ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କ: ୩୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଏନସିବି

The Sakala Picture
Published On

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ […]

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍‌ ଦାଖଲ ହୋଇଛି ।  ଏନସିବିର ମୁଖ୍ୟ ସମୀର ଓ୍ୱାନଖେଡେ ଚାର୍ଜସିଟ୍ ଦାଖଲ ପାଇଁ ନିଜେ ଆଜି ଅଦାଲତରେ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଚାର୍ଜଶିଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ୩୩ଜଣଙ୍କ ନାଁ ରହିଛି। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଏବଂ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛ। ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା।  ଏନସିବି ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ ଏନସିବି ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର