ଆମ୍ବ ଟାକୁଆ ଟ୍ରାଜେଡ଼ି: ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି, ଏହି ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଘେରିଛି। ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଲା। ଏହି ଘଟଣା […]

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି, ଏହି ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଘେରିଛି। ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଲା। ଏହି ଘଟଣା ସରକାରଙ୍କ ବିଫଳତାକୁ ପଦାରେ ପକାଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ୨ ଜଣଙ୍କ ମଧ୍ୟରୁ ଜଣେ ଆଜି ମୃତ୍ୟୁ ବରଣ କରିଛନ୍ତି। ଆଜି ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ, ଏହି ଘଟଣା ରାଜ୍ୟ ପାଇଁ ଆଉ ଥରେ ଲଜ୍ଜାକୁ ଉଜ୍ଜୀବିତ କରିଛି। ଏହି ଘଟଣା ଯୋଗୁ ରାଜ୍ୟରେ ନୂଆ ସରକାର ଆସିବା ପରେ, ରାଜ୍ୟରେ ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁ ବରଣ କରିବାକୁ ପଡୁଛି ଭଳି, ଏକ ଯନ୍ତ୍ରଣା ଦାୟକ ସତ୍ୟ ସାମ୍ନାକୁ ଆସିଛି। ସରକାର ସଚେତନ ହେବା ପରିବର୍ତ୍ତେ ଏହି ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଇଥିବା ମନ୍ତବ୍ୟ ଯେ ଆମ୍ବ ଟାକୁଆ ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ସହିତ ନିଜ ପଦବୀରୁ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର