+୨ ପରୀକ୍ଷା ଖାତା ଦେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି…

The Sakala Picture
Published On

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଏକ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପରୀକ୍ଷାରେ କପି କରି ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆସ୍ୱସ୍ତି। କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା […]

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଏକ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପରୀକ୍ଷାରେ କପି କରି ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆସ୍ୱସ୍ତି। କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିଲା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ଭୁଲରେ ବୁକ ହୋଇଥିବେ ତାହେଲେ ସେମାନଙ୍କୁ କ୍ଷମା ଦିଆଯିବ ଓ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା। ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ପିଲାମାନେ ଭୁଲ ନ କରି ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଉଲ୍ଲେଖଯୋଗ୍ୟ ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ। କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତା ଦେଖା ବହୁ ବିଳମ୍ବ ହେଉଥିବାରୁ ଚଳିତ ଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବାକୁ ପଦକ୍ଷେପ ନିଆଯାଇଛି। ଚଳିତ ଥର ୬୩ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ର କରାଇଥିବାବେଳେ ୭୭ଟି ଅଫ୍‌ଲାଇନ୍‌ ଓ ୫୭ଟି କୋଡିଂ ସେଣ୍ଟର କରାଯାଇଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ହେଉଥିବା ଦୂରତାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମୂଲ୍ୟାଙ୍କନ କେନ୍ଦ୍ର ଖୋଲାଯାଇଛି। ଦେବଗଡ଼ ପରି ଜିଲ୍ଲାରେ ପ୍ରଥମ ଥର ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିବ। ସେହିପରି ପୂର୍ବରୁ କଲେଜଗୁଡ଼ିକ ପ୍ରାକ୍ଟିକାଲ୍‌ ମାର୍କ ମାନୁଆଲ୍‌ ଭାବେ ଦେଉଥିଲେ। ମାତ୍ର ଚଳିତ ବର୍ଷ କଲେଜମାନେ ଏହାକୁ ଅନ୍‌ଲାଇନ୍‌ରେ ଦାଖଲ କରିଥିବାରୁ ଅତିରିକ୍ତ ସମୟ ଅପଚୟ ହେବ ନାହିଁ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ସେପଟେ  ଅତ୍ୟଧିକ ଖରା ଯୋଗୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନ ଥିବାରୁ ଖାତା ଦେଖା କେନ୍ଦ୍ର ବଢାଯାଇଥିବା କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତା ଦେଖା ପାଇଁ ନିଯୁକ୍ତି ହୋଇଛନ୍ତି। ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡିକ ପାଇଁ ୩୦ ଟି ଖାତା ୫ ଘଣ୍ଟାରେ ଦେଖାଯାଇ ପାରିବ। ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ। ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା।  ଚଳିତ ଥର ମୋଟ୍‌ ୧୨୭୬ ଟି ପରୀକ୍ଷା କେନ୍ଦ୍ରରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗର ପ୍ରାୟ ୩ଲକ୍ଷ ୯୩ ହଜାର ପିଲା ପରୀକ୍ଷା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର