ବଲିଉଡ଼ରେ କରୋନା ଆତଙ୍କ, ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି କରୋନା ସଂକ୍ରମିତ

The Sakala Picture
Published On

ମୁମ୍ବାଇ: ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ […]

ମୁମ୍ବାଇ: ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଗତ ଶନିବାର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର,  ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ୟ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର