ବାହାନଗା ରେଳ ଦୁର୍ଘଟଣା: ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ନେଇଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ମେଦିନୀପୁର : ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା କୁ ନେଇ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପଶ୍ଚିମବଙ୍ଗର ମେଦିନୀପୁରରେ ଶନିବାର ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା। ସୂଚନା ଅନୁଯାୟୀ, ବାଲେଶ୍ୱରରେ ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବିଭିନ୍ନ […]

ମେଦିନୀପୁର : ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା କୁ ନେଇ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପଶ୍ଚିମବଙ୍ଗର ମେଦିନୀପୁରରେ ଶନିବାର ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା। ସୂଚନା ଅନୁଯାୟୀ, ବାଲେଶ୍ୱରରେ ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି। ଏହି ସମୟରେ ବାଟରେ ମେଦିନୀପୁର ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସରେ ଥିବା ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏହି ଯାତ୍ରୀମାନେ ପୂର୍ବରୁ ହିଁ ଆହତ ହୋଇଥିବାରୁ ପୁଣି ଥରେ ଆହତ ହେବା ପରେ ଚିନ୍ତିତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

03 Jun 2023 By The Sakala

ବାହାନଗା ରେଳ ଦୁର୍ଘଟଣା: ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ନେଇଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର : ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା କୁ ନେଇ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପଶ୍ଚିମବଙ୍ଗର ମେଦିନୀପୁରରେ ଶନିବାର ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା। ସୂଚନା ଅନୁଯାୟୀ, ବାଲେଶ୍ୱରରେ ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି। ଏହି ସମୟରେ ବାଟରେ ମେଦିନୀପୁର ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସରେ ଥିବା ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏହି ଯାତ୍ରୀମାନେ ପୂର୍ବରୁ ହିଁ ଆହତ ହୋଇଥିବାରୁ ପୁଣି ଥରେ ଆହତ ହେବା ପରେ ଚିନ୍ତିତ ହୋଇପଡ଼ିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର