ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ, ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ୍‌ କର୍ମଚାରୀ

The Sakala Picture
Published On

ଭୁବନେଶ୍ବର : ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ରହିଛି। ୬ ହଜାର ବ୍ୟାଙ୍କ୍‌ ଶାଖାର ୩୭ ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ୍‌ ହେବେ ବୋଲି ଜଣାପଡିଛି। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହରେ […]

ଭୁବନେଶ୍ବର : ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ରହିଛି। ୬ ହଜାର ବ୍ୟାଙ୍କ୍‌ ଶାଖାର ୩୭ ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ୍‌ ହେବେ ବୋଲି ଜଣାପଡିଛି। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହରେ ୫ ଦିନ କାର୍ଯ୍ୟ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ଅନ୍ୟପଟେ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ରହିଥିବା ବେଳେ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । ଏସବୁ ଦିନରେ ବ୍ୟାଙ୍କ ସେବା ବନ୍ଦ ରହିବ। ଏଣୁ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଯଥାଶୀଘ୍ର ଶେଷ କରି ନିଅନ୍ତୁ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

17 Mar 2025 By The Sakala

ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ, ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ୍‌ କର୍ମଚାରୀ

ଭୁବନେଶ୍ବର : ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ରହିଛି। ୬ ହଜାର ବ୍ୟାଙ୍କ୍‌ ଶାଖାର ୩୭ ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ୍‌ ହେବେ ବୋଲି ଜଣାପଡିଛି। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହରେ ୫ ଦିନ କାର୍ଯ୍ୟ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି ।

ଅନ୍ୟପଟେ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ରହିଥିବା ବେଳେ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । ଏସବୁ ଦିନରେ ବ୍ୟାଙ୍କ ସେବା ବନ୍ଦ ରହିବ। ଏଣୁ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଯଥାଶୀଘ୍ର ଶେଷ କରି ନିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର