ଆମେରିକା, ସ୍ବିଜରଲାଣ୍ଡ ପରେ ଜର୍ମାନୀରେ ବ୍ୟାଙ୍କିଙ୍ଗ ସଙ୍କଟ

The Sakala Picture
Published On

ନୂଆଦିଲ୍ଲୀ:ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ଦେବାଳିଆ ହେବାଠାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଡୁବିଯିବା ପରେ ଆମେରିକାର ସିଗ୍‌ନେଚର ବ୍ୟାଙ୍କ, ସ୍ୱିଜରଲ୍ୟାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସମସ୍ୟାରେ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ଏହି ବ୍ୟାଙ୍କିଙ୍ଗ ସଙ୍କଟ ଏବେ ଜର୍ମାନୀରେ ପହଞ୍ଚିଛି। ଜର୍ମାନୀର ସବୁଠାରୁ ବଡ଼ ବ୍ୟାଙ୍କ ଡଏଚ୍‌ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏମିତିକି ଡଚ୍‌ ବ୍ୟାଙ୍କର ଆର୍ଥିକବସ୍ଥା […]

ନୂଆଦିଲ୍ଲୀ:ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ଦେବାଳିଆ ହେବାଠାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଡୁବିଯିବା ପରେ ଆମେରିକାର ସିଗ୍‌ନେଚର ବ୍ୟାଙ୍କ, ସ୍ୱିଜରଲ୍ୟାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସମସ୍ୟାରେ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ଏହି ବ୍ୟାଙ୍କିଙ୍ଗ ସଙ୍କଟ ଏବେ ଜର୍ମାନୀରେ ପହଞ୍ଚିଛି। ଜର୍ମାନୀର ସବୁଠାରୁ ବଡ଼ ବ୍ୟାଙ୍କ ଡଏଚ୍‌ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏମିତିକି ଡଚ୍‌ ବ୍ୟାଙ୍କର ଆର୍ଥିକବସ୍ଥା ବର୍ତ୍ତମାନ ସଂଘାତିକ ରୂପ ନେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ଷ୍ଟକ୍ ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିଛି। ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତାର ବାତାବରଣ ଲାଗି ରହିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ସେୟାର ମୂଲ୍ୟ ନିମ୍ନଗାମୀ ହେବାରେ ଲାଗିଛି। ଏଥିସହିତ ଗତ ଏକ ମାସ ମଧ୍ୟରେ ଜର୍ମାନୀର ଏହି ବୃହତ୍ତମ ବ୍ୟାଙ୍କର ସେୟାର ମୂଲ୍ୟରେ ୨୪ ପ୍ରତିଶତ ହ୍ରାସ ଘଟିଛି। ଦ ସ୍ପେକ୍ଟାଟର ଇଣ୍ଡେକ୍ସ ଅନୁଯାୟୀ, ଡଚ୍‌ ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ୍ ଡଲାର। ଏଥିସହିତ ୨୦୨୨ରେ ବ୍ୟାଙ୍କର ମୋଟ ଲାଭ ୬ ବିଲିୟନ ଡଲାର ରହିଥିଲା। ସୂଚନାଯୋଗ୍ୟ ଯେ ବ୍ୟାଙ୍କର ଶେୟାର ମୂଲ୍ୟରେ ହ୍ରାସ କେବଳ ବୈଶ୍ବିକ ସ୍ତରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦେଖାଦେଇଥିବା ଚାପ ଯୋଗୁଁ ନୁହେଁ, ବରଂ ବ୍ୟାଙ୍କର କ୍ରେଡିଟ୍-ଡିଫଲ୍ଟ ସ୍ବାପ୍ ବୀମା ଖର୍ଚ୍ଚ ୨୦୨୦ ତୁଳନାରେ ବହୁଗୁଣ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କର ଅଂଶୀଦାରମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ଏବଂ ସେୟାର ବିକ୍ରି ବୃଦ୍ଧି ପାଇଛି। କ୍ରେଡିଟ୍-ଡିଫଲ୍ଟ ସ୍ବାପ୍‌ ବୀମା ହେଉଛି ଏକ ପ୍ରକାର ବୀମା ଯାହା ଡିଫଲ୍ଟ ବଦଳରେ ବ୍ୟାଙ୍କଗୁଡିକ ଏକ କମ୍ପାନୀ କିମ୍ବା ବ୍ରାଣ୍ଡକୁ ପ୍ରଦାନ କରିଥାନ୍ତି। । ଡଚ୍‌ ବ୍ୟାଙ୍କ ସଙ୍କଟ ସମ୍ପର୍କରେ ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କୋଲ୍‌ଜ କହିଛନ୍ତି ଯେ, ୟୁରୋପର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିବେଶକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବାସ୍ତବରେ ଡଏଚ୍ ବ୍ୟାଙ୍କ ହେଉଛି ଜର୍ମାନୀର ସବୁଠାରୁ ବଡ ବ୍ୟାଙ୍କ। ଦେଶର ଅର୍ଥନୀତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ କାମ କରିଥାଏ। ଡଏଚ୍‌ ବ୍ୟାଙ୍କକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି ବ୍ୟାଙ୍କ ସାଧାରଣତଃ ସର୍ବାଧିକ ସଂଖ୍ୟକ କର୍ପୋରେଟ୍ ଋଣ ପ୍ରଦାନ କରିଥାଏ। ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ ଡଲାର ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଏହି ବ୍ୟାଙ୍କରେ କୌଣସି ପ୍ରକାର ସଙ୍କଟ ଦେଖାଦେଇଥାଏ, ତେବେ ଏହା ସମଗ୍ର ୟୁରୋପକୁ ବ୍ୟାପି ଯାଇଥାଏ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଜର୍ମାନୀର ଡଏଚ୍ ବ୍ୟାଙ୍କ ସମସ୍ୟାରେ ପଡ଼ିବା ପୂର୍ବରୁ ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯିବା ଖବର ସମଗ୍ର ବିଶ୍ବର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆମେରିକାରୁ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କିଙ୍ଗ୍ ସଙ୍କଟ ପରେ ୟୁରୋପରେ ପହଞ୍ଚିଛି ​​ଯେତେବେଳେ ସ୍ୱିଜରଲାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ବୁଡ଼ିଯିବା ଖବର ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

27 Mar 2023 By The Sakala

ଆମେରିକା, ସ୍ବିଜରଲାଣ୍ଡ ପରେ ଜର୍ମାନୀରେ ବ୍ୟାଙ୍କିଙ୍ଗ ସଙ୍କଟ

ନୂଆଦିଲ୍ଲୀ:ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ଦେବାଳିଆ ହେବାଠାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଡୁବିଯିବା ପରେ ଆମେରିକାର ସିଗ୍‌ନେଚର ବ୍ୟାଙ୍କ, ସ୍ୱିଜରଲ୍ୟାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସମସ୍ୟାରେ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ଏହି ବ୍ୟାଙ୍କିଙ୍ଗ ସଙ୍କଟ ଏବେ ଜର୍ମାନୀରେ ପହଞ୍ଚିଛି। ଜର୍ମାନୀର ସବୁଠାରୁ ବଡ଼ ବ୍ୟାଙ୍କ ଡଏଚ୍‌ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏମିତିକି ଡଚ୍‌ ବ୍ୟାଙ୍କର ଆର୍ଥିକବସ୍ଥା ବର୍ତ୍ତମାନ ସଂଘାତିକ ରୂପ ନେବାରେ ଲାଗିଛି।

ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ଷ୍ଟକ୍ ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିଛି। ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତାର ବାତାବରଣ ଲାଗି ରହିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ସେୟାର ମୂଲ୍ୟ ନିମ୍ନଗାମୀ ହେବାରେ ଲାଗିଛି। ଏଥିସହିତ ଗତ ଏକ ମାସ ମଧ୍ୟରେ ଜର୍ମାନୀର ଏହି ବୃହତ୍ତମ ବ୍ୟାଙ୍କର ସେୟାର ମୂଲ୍ୟରେ ୨୪ ପ୍ରତିଶତ ହ୍ରାସ ଘଟିଛି। ଦ ସ୍ପେକ୍ଟାଟର ଇଣ୍ଡେକ୍ସ ଅନୁଯାୟୀ, ଡଚ୍‌ ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ୍ ଡଲାର। ଏଥିସହିତ ୨୦୨୨ରେ ବ୍ୟାଙ୍କର ମୋଟ ଲାଭ ୬ ବିଲିୟନ ଡଲାର ରହିଥିଲା। ସୂଚନାଯୋଗ୍ୟ ଯେ ବ୍ୟାଙ୍କର ଶେୟାର ମୂଲ୍ୟରେ ହ୍ରାସ କେବଳ ବୈଶ୍ବିକ ସ୍ତରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦେଖାଦେଇଥିବା ଚାପ ଯୋଗୁଁ ନୁହେଁ, ବରଂ ବ୍ୟାଙ୍କର କ୍ରେଡିଟ୍-ଡିଫଲ୍ଟ ସ୍ବାପ୍ ବୀମା ଖର୍ଚ୍ଚ ୨୦୨୦ ତୁଳନାରେ ବହୁଗୁଣ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କର ଅଂଶୀଦାରମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ଏବଂ ସେୟାର ବିକ୍ରି ବୃଦ୍ଧି ପାଇଛି। କ୍ରେଡିଟ୍-ଡିଫଲ୍ଟ ସ୍ବାପ୍‌ ବୀମା ହେଉଛି ଏକ ପ୍ରକାର ବୀମା ଯାହା ଡିଫଲ୍ଟ ବଦଳରେ ବ୍ୟାଙ୍କଗୁଡିକ ଏକ କମ୍ପାନୀ କିମ୍ବା ବ୍ରାଣ୍ଡକୁ ପ୍ରଦାନ କରିଥାନ୍ତି। । ଡଚ୍‌ ବ୍ୟାଙ୍କ ସଙ୍କଟ ସମ୍ପର୍କରେ ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କୋଲ୍‌ଜ କହିଛନ୍ତି ଯେ, ୟୁରୋପର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିବେଶକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବାସ୍ତବରେ ଡଏଚ୍ ବ୍ୟାଙ୍କ ହେଉଛି ଜର୍ମାନୀର ସବୁଠାରୁ ବଡ ବ୍ୟାଙ୍କ। ଦେଶର ଅର୍ଥନୀତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ କାମ କରିଥାଏ। ଡଏଚ୍‌ ବ୍ୟାଙ୍କକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି ବ୍ୟାଙ୍କ ସାଧାରଣତଃ ସର୍ବାଧିକ ସଂଖ୍ୟକ କର୍ପୋରେଟ୍ ଋଣ ପ୍ରଦାନ କରିଥାଏ। ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ ଡଲାର ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଏହି ବ୍ୟାଙ୍କରେ କୌଣସି ପ୍ରକାର ସଙ୍କଟ ଦେଖାଦେଇଥାଏ, ତେବେ ଏହା ସମଗ୍ର ୟୁରୋପକୁ ବ୍ୟାପି ଯାଇଥାଏ।

ଜର୍ମାନୀର ଡଏଚ୍ ବ୍ୟାଙ୍କ ସମସ୍ୟାରେ ପଡ଼ିବା ପୂର୍ବରୁ ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯିବା ଖବର ସମଗ୍ର ବିଶ୍ବର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆମେରିକାରୁ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କିଙ୍ଗ୍ ସଙ୍କଟ ପରେ ୟୁରୋପରେ ପହଞ୍ଚିଛି ​​ଯେତେବେଳେ ସ୍ୱିଜରଲାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ବୁଡ଼ିଯିବା ଖବର ସାମ୍ନାକୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର