ବ୍ୟାଙ୍କ ଜାଲିଆତି ରୋକିବ ଡିଜିଟାଲ କରେନ୍ସି

The Sakala Picture
Published On

ନୂଆଦିଲ୍ଲୀ : ଏବେ ବିଶ୍ବସ୍ତରରେ ଡିଜିଟାଲ କରେନ୍ସି ପାଇଁ ଚାହଦା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଯୋଜନା ଆରମ୍ଭ ହୋଇଥିଲା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସି ପ୍ରଚଳନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଇଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଏକ […]

ନୂଆଦିଲ୍ଲୀ : ଏବେ ବିଶ୍ବସ୍ତରରେ ଡିଜିଟାଲ କରେନ୍ସି ପାଇଁ ଚାହଦା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଯୋଜନା ଆରମ୍ଭ ହୋଇଥିଲା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସି ପ୍ରଚଳନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଇଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ଅଧୀନରେ ଡିଜିଟାଲ କରେନ୍ସି ଉପରେ କାର୍ଯ୍ୟ କରାଯାଉଛି। କିନ୍ତୁ କ୍ରିପ୍ଚୋ କରେନ୍ସି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏଭଳି ମୁଦ୍ରା ବ୍ୟବସ୍ଥା ଦ୍ବାରା ଅନେକ କ୍ଷେତ୍ରରେ ବ୍ୟାଙ୍କ ଠକେଇ ରୋକାଯାଇପାରିବ। ଏହାସହିତ ଋଣ ଆଦାନ ପ୍ରଦାନ କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖାଯାଇପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଦିନକୁ ଦିନ ବ୍ୟାଙ୍କ ଠକେଇ ସଂଖ୍ୟା ଏବଂ ପରିମାଣ ଉଭୟ ବୃଦ୍ଧି ପାଉଥିବା ବେଳେ ଏହାକୁ ଚେକ୍‌ ଦେବାରେ ଡିଜିଟାଲ କରେନ୍ସି ବ୍ୟବସ୍ଥା ଅନେକ ଦିଗରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ଭାରତରେ ବ୍ୟାଙ୍କିଙ୍ଗ ଠକେଇ ସଂଖ୍ୟା ୧୫୯ ରହିଥିଲା ବେଳେ ଏହାର ପୂର୍ବବର୍ଷ ତୁଳନାରେ ୨.୫ ଗୁଣ ଅଧିକ ରହିଥିଲା ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର