କାନ୍ଦିଲେ ଅପରାଜିତା, କହିଲେ- ଅବାଟକୁ ଚାଲିଯାଇଛି ବାବୁସାନ

The Sakala Picture
Published On

ଭୁବନେଶ୍ବର : ଗତକାଲିର ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା। ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ […]

ଭୁବନେଶ୍ବର : ଗତକାଲିର ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା। ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗଣମାଧ୍ୟମକୁ ଗତକାଲି ଘଟଣା ବିଷୟରେ ନିଜ ପ୍ରତିକ୍ରିୟା ନେଇ ଅପରାଜିତା ମହାନ୍ତି କହିଛନ୍ତି ‘ବାବୁସାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କଥା କଥାରେ ରାଗି ଯାଏ ବୋଲି ଅପରାଜିତା କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏଥି ସହିତ ବାବୁସାନ ଆଗରୁ ମଦ୍ୟପାନ କରୁଥିଲା କିନ୍ତୁ ତାହା ଅଧିକ ପରିମାଣର ନଥିଲା। କୋଭିଡ୍ ସମୟରେ କିଛି ଖରାପ ସଙ୍ଗତରେ ସେ ପଡ଼ିଗଲା। ଯାହା ପରଠୁ ଘରକୁ ସମୟ ନଦେବା । ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲା। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ସେଥିପାଇଁ ତା’ର ସର୍ବନାଶ ହୋଇଛି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ବାବୁସାନର ଚରିତ୍ର ବଦଳି ଗଲା। ସେ ଡିପ୍ରେସନରେ ରହିଲା। ଘରକୁ ନଫେରି କୁଆଡେ ରହିଲା। ବାପା-ମା, ସ୍ତ୍ରୀ-ଛୁଆଙ୍କ ପ୍ରତି ତାର ଥିବା ଭଲ ପାଇବା କମିବାରେ ଲାଗିଲା ବୋଲି ଅପରାଜିତା କହିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ ବୋଲି ଅପରାଜିତା କହିଛନ୍ତି। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।

ଅନ୍ୟପଟେ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପରସ୍ପରର ଭଲ ବନ୍ଧୁ ବୋଲି କହୁଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ବନ୍ଧୁର ସଂଜ୍ଞା କହିଛନ୍ତି ଅପରାଜିତ ମହାନ୍ତି। ସେ କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।

ସେପଟେ ଖାରବେଳନଗର ଥାନାରେ ଦାଏର ହୋଇଥିବା ୨ଟି ମାମଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରଥମେ ସାତଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ । ଆଉ ବାକି ବାବୁଶାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଚେନ୍ନାଇରୁ ଫେରିବା ପରେ ଉଭୟ ଆସି ଥାନାରେ ନିଜ ନିଜ ପକ୍ଷ ରଖିବାକୁ ପୁଲିସ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର