ଆଜିଠାରୁ ବିଧାନସଭା ଶୀତ ଅଧିବେଶନ

The Sakala Picture
Published On

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ। ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ ଧରି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଡିସେମ୍ବର ୨ ତାରିଖ ଦିନ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‍ ଉପରେ ଆଲୋଚନା ହୋଇ ବିଲ୍‍ ପାରିତ […]

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ। ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ ଧରି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଡିସେମ୍ବର ୨ ତାରିଖ ଦିନ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‍ ଉପରେ ଆଲୋଚନା ହୋଇ ବିଲ୍‍ ପାରିତ ହେବ। ଅଧିବେଶନଟି ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଅନ୍ୟପକ୍ଷରେ ଅଧିବେଶନରେ ଅର୍ଚ୍ଚନା ନାଗ, ଚାଷୀ, ବେକାରୀ, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ଏବଂ କେନ୍ଦ୍ରୀୟ ଅବହେଳା ମୁଖ୍ୟ ପ୍ରସଙ୍ଗ ହେବାକୁ ଥିବା ବେଳେ ଏହାକୁ ନେଇ ଗୃହରେ ସରଗରମ୍‍ ଆଲୋଚନା ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଅଧିବେଶନର ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୃହକାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଧେୟକ-୨୦୨୨ ବିଚାର ଏବଂ ପାରିତ ହେବାକୁ ଉପସ୍ଥାପିତ କରିବେ। ଏହାପରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିବାକୁ ଥିବାବେଳେ ଏହା ପ୍ରାୟ ୧୮ ହଜାର କୋଟିରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ରାଜ୍ୟବ୍ୟାପୀ ବର୍ତ୍ତମାନ ବିକାଶମୂଳକ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଅତିରିକ୍ତ ବଜେଟରେ ଏନେଇ ଅନୁଦାନର ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି। ସେହିପରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ବ୍ୟୟ ବରାଦକୁ ଅତିରିକ୍ତ ବଜେଟରେ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଶୀତ ଅଧିବେଶନ ଦୀର୍ଘ ଅବଧି ଧରି ଚାଲିବାକୁ ଥିବାରୁ ଉଭୟ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଗୃହରେ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି। ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ବିଧାୟକ ଦଳ ବୈଠକରେ ଏନେଇ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ବିରୋଧୀଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ ଆସନ୍ତାକାଲି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଯାଉଥିବା ବେଳେ ଗୃହରେ ବିଜେଡିର ଭୂମିକା କଣ ରହିବ ସେନେଇ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ତେବେ ଗୃହରେ କେନ୍ଦ୍ରୀୟ ଅବହେଳା ଏବଂ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉପସ୍ଥାପିତ କରିବ ବୋଲି ସୂଚନା ମିଳିଛି। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବିଚାର, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ, ଦରଦାମ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିକୁ ଶାସକ ଦଳ ପକ୍ଷରୁ ବିଧାନସଭାରେ ଦୃଢ଼ ଭାବେ ଉଠାଯିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର