ପୁଣି ଥରେ ମହାନତାର ପରିଚୟ ଦେଲେ ସୋନୁ ସୁଦ୍, ଅନଲାଇନ୍ କ୍ଲାସରୁ ବଞ୍ଚିତ ଥିବା ୩୦୦ ଛାତ୍ରୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ୍‌

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ  ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ପୁଣି ଥରେ ମହାନତାର ପରିଚୟ ଦେଇଛନ୍ତି ସୋନୁ ସୁଦ। ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ସୋନୁ। ଏ ନେଇ ସେ ଟ୍ବିଟ କରି ଜଣାଇଛନ୍ତି। କରୋନା ଦ୍ୱାରା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେଉଛି। ଅଧିକାଂଶ […]

ନୂଆଦିଲ୍ଲୀ: କରୋନା ମହାମାରୀ  ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ପୁଣି ଥରେ ମହାନତାର ପରିଚୟ ଦେଇଛନ୍ତି ସୋନୁ ସୁଦ। ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ସୋନୁ। ଏ ନେଇ ସେ ଟ୍ବିଟ କରି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କରୋନା ଦ୍ୱାରା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେଉଛି। ଅଧିକାଂଶ ବିଦ୍ୟାଳୟ ଅନଲାଇନ୍ କ୍ଲାସେସ୍‌ ମାଧ୍ୟମରେ ପିଲାମାନଙ୍କ ପାଠପଢା ଜାରି ରଖିଛନ୍ତି। ଗୋଟିଏ ପଟେ ଧନୀ ପରିବାରର ପିଲାମାନେ ଅନଲାଇନ୍ କ୍ଲାସ୍‌ର ସୁବିଧା ପାଉଥିବାବେଳେ ଅନ୍ୟ ପଟେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ। ଏହି କାରଣରୁ, ଏହି ପିଲାମାନଙ୍କ ପାଇଁ କ୍ଲାସ୍ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି ସମସ୍ୟା ହେତୁ ଉତ୍ତରପ୍ରଦେଶର ଏକ ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ୩୦୦ ଛାତ୍ରୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି ସୋନୁ ସୁଦଙ୍କୁ ଟ୍ବିଟ୍ କରି ଲେଖିଛନ୍ତି। ପୁରା ଲକଡାଉନରେ ମୋବାଇଲ୍ ଫୋନ୍ ଅଭାବ ହେତୁ ଏହି ଝିଅମାନେ ଅଧ୍ୟୟନ କରିପାରିଲେ ନାହିଁ। ଆପଣଙ୍କ ସାହାଯ୍ୟରେ, ୟୁପିର ଏହି ଗାଁରେ ୩୦୦ ପରିବାରର ଭବିଷ୍ୟତ ବଦଳିପାରେ। ଦୟାକରି ସାହାଯ୍ୟ କରନ୍ତୁ  ବୋଲି ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ପୋଷ୍ଟ ପଢିବା ପରେ ସୋନୁ ସୁଦ ଲେଖିଛନ୍ତି ଯେ, ୩୦୦ ପରିବାରର ଏହି ଝିଅମାନଙ୍କର ଅନଲାଇନ୍ କ୍ଲାସ ବର୍ତ୍ତମାନଠାରୁ ଆଉ ବଞ୍ଚିତ ହେବ ନାହିଁ। ଏହି ସପ୍ତାହରେ ସେମାନଙ୍କ ପାଖରେ ମୋବାଇଲ୍ ପହଞ୍ଚିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର