କରୋନା ପ୍ରଭାବ : ୯ ମାସରେ ୭୧ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ଇପିଏଫ୍‌ଓ

The Sakala Picture
Published On

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଦେଶର ନିଯୁନ୍ତି କ୍ଷେତ୍ରରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ଏଥିଯୋଗୁ ବ୍ୟାପକ ମାତ୍ରାରେ ନିଯୁକ୍ତି କାଟ୍‌ ହୋଇଥିଲା। ଯାହା ଫଳରେ ଅନେକ ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ଦେୟ ଭରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କରୋନା ମହାମାରୀ ପ୍ରଭାବରେ ବହୁ ସଂଖ୍ୟାରେ ନିଯୁକ୍ତି କାଟ୍‌ ହେବା ଯୋଗୁ ମାତ୍ର ୯ ମାସରେ ଇପିଏଫ୍‌ଓ ୭୧ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିବା ସଂସଦରେ ଆଜି କେନ୍ଦ୍ର ଶ୍ରମ ମନ୍ତ୍ରୀ ଏହି ସୂଚନା […]

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଦେଶର ନିଯୁନ୍ତି କ୍ଷେତ୍ରରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ଏଥିଯୋଗୁ ବ୍ୟାପକ ମାତ୍ରାରେ ନିଯୁକ୍ତି କାଟ୍‌ ହୋଇଥିଲା। ଯାହା ଫଳରେ ଅନେକ ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ଦେୟ ଭରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କରୋନା ମହାମାରୀ ପ୍ରଭାବରେ ବହୁ ସଂଖ୍ୟାରେ ନିଯୁକ୍ତି କାଟ୍‌ ହେବା ଯୋଗୁ ମାତ୍ର ୯ ମାସରେ ଇପିଏଫ୍‌ଓ ୭୧ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିବା ସଂସଦରେ ଆଜି କେନ୍ଦ୍ର ଶ୍ରମ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୭ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା

୨୦୨୦ରେ କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ବ୍ୟାପକ ମାତ୍ରାରେ ନିଯୁକ୍ତି କାଟ୍‌ ହେବା ଯୋଗୁ ଇପିଏଫ୍‌ଓ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୭୧ ଲକ୍ଷ ୧ ହଜାର ୯୨୯ ଆକାଉଣ୍ଟ ବନ୍ଦ କରିଛି। ତେବେ ୨୦୧୯ରେ ମଧ୍ୟ ଇପିଏଫ୍‌ଓ ୬୬.୬୬ ଲକ୍ଷ ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିଥିବା ସଂସଦରେ ମଙ୍ଗଳବାର ଏକ ଲିଖିତ ଉତ୍ତର ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ତେବେ ୨୦୧୯ ଏପ୍ରିଲ-ଡିସେମ୍ବରରେ ସଂଗଠନ ୬୬,୬୬,୫୬୩ ଲକ୍ଷ ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିଥିଲା, ଯାହାକି ୨୦୨୦ ତୁଳନାରେ କମ୍‌। ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିବାର ଅନେକ କାରଣ ରହିଛି।

ଆହୁରି ପଢ଼ନ୍ତୁ: ମୃତ୍ୟୁର ୪ ମାସ ପରେ ଆୟାତୁଲ୍ଲା ଅଲି ଖାମେନେଇଙ୍କୁ ଦିଆଯିବ କବର, ୩୦୦୦ କିଲୋମିଟର ଲମ୍ବା ହେବ ଶୋଭାଯାତ୍ରା

ସେଗୁଡିକ ହେଉଛି, କର୍ମଚାରୀ ଅବସର ଗ୍ରହଣ କରିବ, ନିଯୁକ୍ତି ହରାଇବା ଏବଂ ଚାକିରି କ୍ଷେତ୍ର ପରିବର୍ତ୍ତନ କରିବା। ତେବେ ୨୦୨୦ ଏପ୍ରିଲ-ଡିସେମ୍ବରରେ ମୋଟ ୧,୨୭,୭୨,୧୨୦ ଇପିଏଫ୍‌ ଆକାଉଣ୍ଟକୁ ଆଶିଂକ ଭାବେ ପ୍ରତ୍ୟାହାର କରିନିଆଯାଇଥିବାବେଳେ ୨୦୧୯ର ଏହି ସମୟରେ ୫୪,୪୨,୮୮୪ ଆକାଉଣ୍ଟକୁ ସଂଗଠନ ଆଶିଂକ ପ୍ରତ୍ୟାହାର କରିେନଇଥିଲା। ସେହିଭଳି ଭାବେ ୨୦୨୦ ଏପ୍ରିଲ-ଡିସେମ୍ବରରେ ଇପିଏଫ୍‌ ଆକାଉଣ୍ଟରୁ ସଦସ୍ୟମାନଙ୍କ ଦ୍ବାରା ମୋଟ ୭୩,୪୯୮ କୋଟି ଟଙ୍କା ଉଠାଣ କରାଯାଇଥିବାବେଳେ ୨୦୧୯ରେ ୫୫,୧୨୫ କୋଟି ଟଙ୍କା ଉଠାଣ ହୋଇଥିବା ଶ୍ରୀ ଗଙ୍ଗୱାର କହିଛନ୍ତି। ଚଳିତବର୍ଷ ଫେବୃଆରୀ ମାସ ସୁଦ୍ଧା ୧.୮୩ ଲକ୍ଷ ପ୍ରତିଷ୍ଠାନର ୧୫.୩୦ ଲକ୍ଷ କର୍ମଚାରୀ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆର୍‌ୱାଇ)ରେ ପଞ୍ଜିକୃତ ହୋଇଛନ୍ତି। ଏହି ସମୟ ସୁଦ୍ଧା ସରକାର ଉକ୍ତ ଯୋଜନାରେ ୧୮୬.୩୪ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ୨୦୨୬: ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ହେବେ ୧୨,୦୦୦ ପୋଲିସ କର୍ମୀ

17 Mar 2021 By The Sakala

କରୋନା ପ୍ରଭାବ : ୯ ମାସରେ ୭୧ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ଇପିଏଫ୍‌ଓ

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଦେଶର ନିଯୁନ୍ତି କ୍ଷେତ୍ରରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ଏଥିଯୋଗୁ ବ୍ୟାପକ ମାତ୍ରାରେ ନିଯୁକ୍ତି କାଟ୍‌ ହୋଇଥିଲା। ଯାହା ଫଳରେ ଅନେକ ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ଦେୟ ଭରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କରୋନା ମହାମାରୀ ପ୍ରଭାବରେ ବହୁ ସଂଖ୍ୟାରେ ନିଯୁକ୍ତି କାଟ୍‌ ହେବା ଯୋଗୁ ମାତ୍ର ୯ ମାସରେ ଇପିଏଫ୍‌ଓ ୭୧ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିବା ସଂସଦରେ ଆଜି କେନ୍ଦ୍ର ଶ୍ରମ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

୨୦୨୦ରେ କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ବ୍ୟାପକ ମାତ୍ରାରେ ନିଯୁକ୍ତି କାଟ୍‌ ହେବା ଯୋଗୁ ଇପିଏଫ୍‌ଓ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୭୧ ଲକ୍ଷ ୧ ହଜାର ୯୨୯ ଆକାଉଣ୍ଟ ବନ୍ଦ କରିଛି। ତେବେ ୨୦୧୯ରେ ମଧ୍ୟ ଇପିଏଫ୍‌ଓ ୬୬.୬୬ ଲକ୍ଷ ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିଥିବା ସଂସଦରେ ମଙ୍ଗଳବାର ଏକ ଲିଖିତ ଉତ୍ତର ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ତେବେ ୨୦୧୯ ଏପ୍ରିଲ-ଡିସେମ୍ବରରେ ସଂଗଠନ ୬୬,୬୬,୫୬୩ ଲକ୍ଷ ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିଥିଲା, ଯାହାକି ୨୦୨୦ ତୁଳନାରେ କମ୍‌। ଇପିଏଫ୍‌ ଆକାଉଣ୍ଟ ବନ୍ଦ କରିବାର ଅନେକ କାରଣ ରହିଛି।

ସେଗୁଡିକ ହେଉଛି, କର୍ମଚାରୀ ଅବସର ଗ୍ରହଣ କରିବ, ନିଯୁକ୍ତି ହରାଇବା ଏବଂ ଚାକିରି କ୍ଷେତ୍ର ପରିବର୍ତ୍ତନ କରିବା। ତେବେ ୨୦୨୦ ଏପ୍ରିଲ-ଡିସେମ୍ବରରେ ମୋଟ ୧,୨୭,୭୨,୧୨୦ ଇପିଏଫ୍‌ ଆକାଉଣ୍ଟକୁ ଆଶିଂକ ଭାବେ ପ୍ରତ୍ୟାହାର କରିନିଆଯାଇଥିବାବେଳେ ୨୦୧୯ର ଏହି ସମୟରେ ୫୪,୪୨,୮୮୪ ଆକାଉଣ୍ଟକୁ ସଂଗଠନ ଆଶିଂକ ପ୍ରତ୍ୟାହାର କରିେନଇଥିଲା। ସେହିଭଳି ଭାବେ ୨୦୨୦ ଏପ୍ରିଲ-ଡିସେମ୍ବରରେ ଇପିଏଫ୍‌ ଆକାଉଣ୍ଟରୁ ସଦସ୍ୟମାନଙ୍କ ଦ୍ବାରା ମୋଟ ୭୩,୪୯୮ କୋଟି ଟଙ୍କା ଉଠାଣ କରାଯାଇଥିବାବେଳେ ୨୦୧୯ରେ ୫୫,୧୨୫ କୋଟି ଟଙ୍କା ଉଠାଣ ହୋଇଥିବା ଶ୍ରୀ ଗଙ୍ଗୱାର କହିଛନ୍ତି। ଚଳିତବର୍ଷ ଫେବୃଆରୀ ମାସ ସୁଦ୍ଧା ୧.୮୩ ଲକ୍ଷ ପ୍ରତିଷ୍ଠାନର ୧୫.୩୦ ଲକ୍ଷ କର୍ମଚାରୀ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆର୍‌ୱାଇ)ରେ ପଞ୍ଜିକୃତ ହୋଇଛନ୍ତି। ଏହି ସମୟ ସୁଦ୍ଧା ସରକାର ଉକ୍ତ ଯୋଜନାରେ ୧୮୬.୩୪ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର