ଭାରତ ଆସୁଛି ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍‌ କମ୍ପାନୀ, ମହଙ୍ଗା ହେବ ଷ୍ଟାର୍‌ଲିଙ୍କ୍‌ ସେବା

The Sakala Picture
Published On

ନୂଆଦିଲ୍ଲୀ : ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଷ୍ଟାରଲିଙ୍କ୍‌ ଏବେ ଭାରତ ଆସିବାକୁ ଏହାର ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ମସ୍କଙ୍କ କମ୍ପାନୀ ଏୟାରଟେଲ, ଏବଂ ରିଲାଏନ୍ସ ଜିଓ ସହିତ ହାତ ମିଳାଇଛି। ତେେବ ଭାରତରେ ଷ୍ଟାରଲିଙ୍କ୍‌ର ଇଣ୍ଟରନେଟ୍ ସେବା ପାଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୁହାଯାଉଥିଲା ଯେ, ଭାରତରେ ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ କମ୍ପାନୀ ପ୍ରବେଶ କରିବା ପରେ ଇଣ୍ଟରନେଟ୍ ସେବା ଶସ୍ତା ହେବ। ସେମିତି କିଛି […]

ନୂଆଦିଲ୍ଲୀ : ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଷ୍ଟାରଲିଙ୍କ୍‌ ଏବେ ଭାରତ ଆସିବାକୁ ଏହାର ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ମସ୍କଙ୍କ କମ୍ପାନୀ ଏୟାରଟେଲ, ଏବଂ ରିଲାଏନ୍ସ ଜିଓ ସହିତ ହାତ ମିଳାଇଛି। ତେେବ ଭାରତରେ ଷ୍ଟାରଲିଙ୍କ୍‌ର ଇଣ୍ଟରନେଟ୍ ସେବା ପାଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୁହାଯାଉଥିଲା ଯେ, ଭାରତରେ ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ କମ୍ପାନୀ ପ୍ରବେଶ କରିବା ପରେ ଇଣ୍ଟରନେଟ୍ ସେବା ଶସ୍ତା ହେବ। ସେମିତି କିଛି ହେବାକୁ ଯାଉନାହିଁ। କାରଣ ଭାରତ ସରକାର ଷ୍ଟାରଲିଙ୍କ୍‌ ଉପରେ ଲାଗୁ କରିବାକୁ ଯାଉଥିବା ସ୍ପେକ୍ଟ୍ରମ୍ ଟିକସ ଏହାର ମୁଖ୍ୟ କାରଣ। ବାସ୍ତବରେ ଷ୍ଟାରଲିଙ୍କ୍‌କୁ ଏହାର ଆୟର ପ୍ରାୟ ୩% ଅର୍ଥ ସ୍ପେକ୍ଟ୍ରମ୍ ୟୁସେଜ୍‌ ଚାର୍ଜ (ଏସ୍‌ୟୁସି) ଭାବରେ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂତ୍ର ଅନୁଯାୟୀ, ଯଦି ଏସ୍‌ୟୁସି ଟିକସ ଲାଗୁ ହୁଏ ତେବେ ଭାରତରେ ଷ୍ଟାରଲିଙ୍କ୍‌ ସେବା ମହଙ୍ଗା ହୋଇଯିବ। ଷ୍ଟାରଲିଙ୍କ୍ ସରକାର ଟେଲିକମ୍ ଏୟାରୱେଭ୍ ଦେବେ। ଏହି ଆବଣ୍ଟନ ୨୦୨୩ ଡିସେମ୍ବରରେ ଅନୁମୋଦିତ ନୂତନ ଟେଲିକମ୍ ଆଇନ ଅନୁଯାୟୀ ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ନିୟମାନୁଯାୟୀ, ସାଟେଲାଇଟ୍ କମ୍ପାନୀଗୁଡ଼ିକୁ ଏସ୍‌ୟୁସି ଦେବାକୁ ପଡିବ। କାରଣ ସେମାନେ ନିଲାମ ମାଧ୍ୟମରେ ନୁହେଁ, ଏକ ସ୍ଥିର ମୂଲ୍ୟରେ ସ୍ପେକ୍ଟ୍ରମ୍ ପାଇବେ। ଏହାସହିତ, ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ୮% ଲାଇସେନ୍ସ ଫି’ ଦେବାକୁ ପଡିବ। ପ୍ରଥମେ ଟ୍ରାଇର ମତାମତ ସରକାରଙ୍କ ପାଖକୁ ଯିବ, ଏହା ପରେ ଟେଲିକମ୍‌ ବିଭାଗ (ଡିଓଟି) ଏହାକୁ ଏହାକୁ ବିଚାର କରିବ ଏବଂ ପରେ ମାମଲା ଡିସିସି ଏବଂ କ୍ୟାବିନେଟକୁ ଯିବ। ଏହା ସରକାରୀ ନୀତି ଏବଂ ଟେଲିକମ୍-ସାଟେଲାଇଟ୍ ଶିଳ୍ପ ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରେ। ଏହା ମଧ୍ୟ ଭାରତୀୟ ବଜାରରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବାର ମୂଲ୍ୟ ଏବଂ ପ୍ରତିଯୋଗିତାମୂଳକ ତାକୁ ପ୍ରଭାବିତ କରିପାରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର