ଜୟନାରାୟଣଙ୍କ ଜାମିନ ଖାରଜ ପରେ ଓଡ଼ିଶାର ବିଜେପି ସରକାରକୁ କଡା ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍‌ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ ପ୍ରେସମିଟ କରି ଗିରଫ ଦାବି କରିଛି ବିଜେଡି। ଏହାକୁ ନେଇ ସୋସିଆଲ ମିଡିଆ ସାଇଟରେ ଟ୍ୱିଟ୍‌ କରି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, […]

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍‌ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ ପ୍ରେସମିଟ କରି ଗିରଫ ଦାବି କରିଛି ବିଜେଡି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହାକୁ ନେଇ ସୋସିଆଲ ମିଡିଆ ସାଇଟରେ ଟ୍ୱିଟ୍‌ କରି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, ବିଜେପି ନେତୃତ୍ୱାଧିନ ଓଡିଶା ସରକାରରେ ଏହାଠାରୁ ଲଜ୍ଜାଜନକ ଘଟଣା କଣ ହୋଇପାରେ ? ବିଜେପି ବିଧାୟକଙ୍କ ସପକ୍ଷରେ ଠିଆ ହୋଇଥିବା ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡା ମାରିବା ମାମଲାରେ ଜୟନାରାୟଣଙ୍କ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ । ଜଷ୍ଟିସ୍ ରାୟ କହିଛନ୍ତି କି, ସରକାର ପରିବର୍ତ୍ତନ ହେଲେ ପୋଲିସ ଅଫିସରଙ୍କ ବର୍ଦ୍ଦିର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ଯାହା ବିଜେପି ସରକାର ପାଇଁ ଲଜ୍ଜାଜନକ କଥା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର