ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ରାଜନୀତି ଆଗରେ ମଣିଷ ପଣିଆ ତୁଛ : ବିଜେଡି

The Sakala Picture
Published On

ଭୁୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହେବାକୁ ସମ୍ବଲପୁର ଆସିଥିଲେ । ହେଲେ ଘରକୁ ଫେରିପାରିଲେନି । ଶୋଭଯାତ୍ରା ଚାଲିଥିବା ସମୟରେ ଟଳିପଡିଲେ କଳାକାର । ମୃତ କଳାକାର ଜଣକ ହେଲେ ବାମରା ବ୍ଲକ ପିଣ୍ଡାପଥର ଗାଁର ବାଘପଡା ନିବାସୀ କୁମର ମାଝୀ । ତେବେ ନିଜର ପ୍ରଚାର ପାଇଁ ଡାକିଥିବା କଳାକାରଙ୍କୁ ଶେଷ ସମ୍ମାନ ଦେବାକୁ ମଧ୍ୟ ଉଚିତ ମଣିଲେନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରୁ ଧର୍ମେନ୍ଦ୍ରଙ୍କର […]

ଭୁୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହେବାକୁ ସମ୍ବଲପୁର ଆସିଥିଲେ । ହେଲେ ଘରକୁ ଫେରିପାରିଲେନି । ଶୋଭଯାତ୍ରା ଚାଲିଥିବା ସମୟରେ ଟଳିପଡିଲେ କଳାକାର । ମୃତ କଳାକାର ଜଣକ ହେଲେ ବାମରା ବ୍ଲକ ପିଣ୍ଡାପଥର ଗାଁର ବାଘପଡା ନିବାସୀ କୁମର ମାଝୀ । ତେବେ ନିଜର ପ୍ରଚାର ପାଇଁ ଡାକିଥିବା କଳାକାରଙ୍କୁ ଶେଷ ସମ୍ମାନ ଦେବାକୁ ମଧ୍ୟ ଉଚିତ ମଣିଲେନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରୁ ଧର୍ମେନ୍ଦ୍ରଙ୍କର ମଣିଷ ପଣିଆ ନଥିବା କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଡ. ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଯେ ନାମାନଙ୍କ ପତ୍ର ଦାଖଲ କାର୍ଯ୍ୟକ୍ରମରେ ବିଜେପି ଦଳ ଭିଡ ଦେଖାଇବାକୁ ଦୂରଦୂରାନ୍ତରରୁ ଲୋକଙ୍କୁ ଡାକି ଠୁଳ କରିଥିଲା । ଏପରିକି ଅନେକ କଳାକାର ମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଡାକିଥିଲା । ପିଣ୍ଡାପଥର ଗାଁର ବାଘପଡା ଠାରୁ ଆସିଥିବା ବାଜାଦଳ ସହିତ କୁମର ମାଝୀ ଆସିଥିଲେ । ନାମାଙ୍କନ କାର୍ଯ୍ୟକ୍ରମକୁ ଡାକି ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତାମାନେ ପ୍ରଚାରରେ ମାତିଥିଲେ ।ଅନ୍ୟପଟେ ମୁଣ୍ଡଫଟା ଖରାରେ ଲୋକେ ଡହକବିକଳ ହେଉଥିଲେ । ଲୋକଙ୍କୁ ପାଣି ଟୋପାଏ କଥା ପଚାରିବାକୁ ମଧ୍ୟ ବିଜେପି ନେତାଙ୍କ ପାଖରେ ସମୟ ନଥିଲା । ଫଳରେ ଦୀର୍ଘ ସମୟ ଧରି ବାଜା ବଜାଉଥିବା କୁମରଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଶୋଭାଯାତ୍ରା ଚାଲିଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଏତେ ଘଟଣା ହେଲା ପରେ ମଧ୍ୟ ବିଜେପି ନେତାଙ୍କୁ କିଛି ଦିଶିଲାନି । କିମ୍ବା ସେମାନେ କିଛି ଜାଣିବାକୁ ଚେଷ୍ଟା କଲେନି । ଶେଷରେ ସେହି କଳାକାର ମାନେ ହିଁ କୁମରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ କୁମରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି । କିନ୍ତୁ ଏଯାଏଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ବିଜେପି ଦଳର କୌଣସି ନେତାଙ୍କ ଦେଖାଦର୍ଶନ ନାହିଁ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏହା ହେଉଛି ବିଜେପି ନେତାଙ୍କ ଅସଲ ଚେହେରା । ସେମାନଙ୍କର ମଣିଷ ପଣିଆ ନାହିଁ । କ୍ଷମତା ପାଇଁ ଜନତାଙ୍କୁ ବ୍ୟବହାର କରିବା ଜାଣିଛନ୍ତି । କିନ୍ତୁ ସେହି ଜନତାର କିଛି ହେଲେ ତା ସାଙ୍ଗରେ ଛିଡା ହେବା ପାଇଁ ସମୟ ନାହିଁ । ସବୁବେଳେ ଆପଣଙ୍କ ସାଙ୍ଗରେ ରହିବୁ ବୋଲି ମିଛ ଭାଷଣ ମାରୁଥିବା ଧର୍ମେନ୍ଦ୍ର ପ୍ରଧାନ, ଜୟନାରାୟଣ ମିଶ୍ର ଙ୍କ ମଣିଷପଣିଆ କୁଆଡେ ଗଲା । ଆଗାମୀ ଦିନରେ ଜନତା ଏହାର କଡା ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର