ଅନ୍ତରୀଣ ବଜେଟ ୨୦୨୪-୨୫: କମ୍‌ ଆୟ ଥିବା ଗରିବ ଲୋକଙ୍କୁ ମିଳିପାରେ ପ୍ରୋତ୍ସାହନ ରାଶି

The Sakala Picture
Published On

ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ଅସ୍ଥିରତା ଦେଖିବାକୁ ମିଳିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇ ବିଜେପି ସହ ସରକାର ଗଠନ କରିଛନ୍ତି। ତେବେ ଆଗାମୀ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ବିହାର ସରକାରଙ୍କ ଏକ ଯୋଜନାକୁ ସବୁଜ ସଙ୍କେତ ଦେଇପାରନ୍ତି। ଏହାର ପ୍ରତ୍ୟକ୍ଷ ଲାଭ ନିର୍ବାଚନରେ ​​ଦେଖିବାକୁ ମିଳିବ। ଏଠାରେ ସୂଚନାଯୋଗ୍ୟ ବିହାର ସରକାର ମାସକୁ ୬୦୦୦ ଟଙ୍କାରୁ କମ୍ ଆୟ ଥିବା ୯୪ ଲକ୍ଷ ଗରିବ ପରିବାରକୁ ୨ ଲକ୍ଷ […]

ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ଅସ୍ଥିରତା ଦେଖିବାକୁ ମିଳିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇ ବିଜେପି ସହ ସରକାର ଗଠନ କରିଛନ୍ତି। ତେବେ ଆଗାମୀ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ବିହାର ସରକାରଙ୍କ ଏକ ଯୋଜନାକୁ ସବୁଜ ସଙ୍କେତ ଦେଇପାରନ୍ତି। ଏହାର ପ୍ରତ୍ୟକ୍ଷ ଲାଭ ନିର୍ବାଚନରେ ​​ଦେଖିବାକୁ ମିଳିବ। ଏଠାରେ ସୂଚନାଯୋଗ୍ୟ ବିହାର ସରକାର ମାସକୁ ୬୦୦୦ ଟଙ୍କାରୁ କମ୍ ଆୟ ଥିବା ୯୪ ଲକ୍ଷ ଗରିବ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନ୍ତରୀଣ ବଜେଟରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆପଣାଇବାର ସମ୍ଭାବନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ତେବେ ଏଭଳି ଏକ ପ୍ରସ୍ତାବକୁ ଯଦି କେନ୍ଦ୍ର ସରକାର କାର୍ଯ୍ୟାନ୍ବୟନ କରନ୍ତି ତେବେ ଆର୍ଥିକ ନିଅଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ସରକାର ଆର୍ଥିକ ନିଅଣ୍ଟକୁ ୧୭.୯ ଲକ୍ଷ କୋଟି ଅର୍ଥାତ୍ ୫.୯ ପ୍ରତିଶତ ରହିବା ନେଇ ଆକଳନ କରିଛନ୍ତି। ଏହି ଆକଳନ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୦୧.୮ ଲକ୍ଷ କୋଟି ଟଙ୍କାର ଆକଳନ ଉପରେ ଆଧାରିତ। ଯଦି ୨୦୨୩-୨୪ ପାଇଁ ପ୍ରଥମ ଅଗ୍ରୀମ ଆକଳନରେ ଜିଡିପି ହେଉଛି ୨୯୬.୬ ଲକ୍ଷ କୋଟି ଟଙ୍କା, ତେବେ ଏହା ଛଅ ପ୍ରତିଶତ ଅର୍ଥାତ୍ ୧୭.୮ ଲକ୍ଷ କୋଟି ଟଙ୍କା ହେବ। ଏହା ବଜେଟରେ ଧାର୍ଯ୍ୟ ଲକ୍ଷ୍ୟ ସହିତ ପ୍ରାୟ ସମାନ। ୨୦୨୫-୨୬ ଆର୍ଥିକବର୍ଷ ସୁଦ୍ଧା ଆର୍ଥିକ ନିଅଣ୍ଟକୁ ୪.୫ ପ୍ରତିଶତକୁ ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନର ୬ ପ୍ରତିଶତ ତୁଳନାରେ ଏହାକୁ ୧.୫ ପ୍ରତିଶତ ହ୍ରାସ କରିବାକୁ ପଡିବ। ଅପରପକ୍ଷେ ୧୦.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ସହିତ ୨୦୨୪-୨୫ରେ ଜିଡିପି ୩୨୭.୭ ଲକ୍ଷ କୋଟି ଟଙ୍କା ଛୁଇଁବ। ଏଭଳି ପରିସ୍ଥିତିରେ ଆର୍ଥିକ ନିଅଣ୍ଟକୁ ୦.୭୫ ପ୍ରତିଶତ ହ୍ରାସ କରିବାର ଅର୍ଥ ବ୍ୟୟକୁ ୨.୫ ଲକ୍ଷ କୋଟି ଟଙ୍କା ହ୍ରାସ କରିବାକୁ ପଡିବ। ଏହା କଷ୍ଟକର ଲାଗୁଛି। ଅନ୍ୟପକ୍ଷରେ ସରକାରଙ୍କ ଜନପ୍ରିୟ ଯୋଜନା ପାଇଁ ଖର୍ଚ୍ଚ ବଢ଼ାଇବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ରାଜସ୍ୱ ଉପରେ ଶ୍ରୀ ଗର୍ଗ କହିଛନ୍ତି ଯେ, ବଜେଟ୍ ଆକଳନଠାରୁ ଟିକସ ସଂଗ୍ରହ ବହୁତ ଭଲ ହେବ। ସୂଚନାନୁସାରେ, ଚଳିତ ଆର୍ଥିକବର୍ଷରେ ଆୟକର ଏବଂ କମ୍ପାନୀ ଟିକସ ସଂଗ୍ରହରେ ବୃଦ୍ଧି ଘଟିଛି। ଏହି କାରଣରୁ, ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବଜେଟ ଆକଳନଠାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅଧିକ ହୋଇପାରେ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସିଧାସଳଖ ଟିକସରୁ ୧୮.୨୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ବଜେଟ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଜାନୁୟାରୀ ୧୦,୨୦୨୪ ପର୍ଯ୍ୟନ୍ତ ଏହି ଆଇଟମ୍ ଅନୁଯାୟୀ ଟିକସ ସଂଗ୍ରହ ଥିଲା ୧୪.୭୦ ଲକ୍ଷ କୋଟି, ଯାହା ବଜେଟ୍ ଆକଳନର ୮୧ ପ୍ରତିଶତ। ଆର୍ଥିକବର୍ଷ ଶେଷ ହେବାକୁ ଆଉ ଦୁଇ ମାସରୁ ଅଧିକ ସମୟ ବାକି ଅଛି | ଜିଏସ୍‌ଟି ସାମ୍ନାରେ କେନ୍ଦ୍ରୀୟ ଜିଏସ୍‌ଟି ରାଜସ୍ୱ ୮.୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଆକଳନଠାରୁ ପ୍ରାୟ ୧୦,୦୦୦ କୋଟି ଟଙ୍କା ଅଧÒକ ହେବା ବୋଲି ଆଶା କରାଯାଉଛି। ତେବେ ଉତ୍ପାଦ ଶୁଳ୍କ ଏବଂ ସୀମ ଶୁଳ୍କ ସଂଗ୍ରହରେ ପ୍ରାୟ ୪୯,୦୦୦ କୋଟି ଟଙ୍କା କମ୍‌ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର