ବଢ଼ିବ ସରକାରୀ ଡାକ୍ତରଙ୍କ ଦକ୍ଷତା, ଉଚ୍ଚଶିକ୍ଷା ପାଇଁ ଛୁଟି ଅବଧି ୬ବର୍ଷକୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଜରିଆରେ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଛୁଟି ନିୟମକୁ ଆହୁରି ସରଳ କରାଯାଇଛି। ଏଣିକି ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟଡିଲିଭ୍‌‌ ମିଳିବ। ସେହିପରି କାର୍ଯ୍ୟରେ ଯୋଗଦେବାର ୫ ବର୍ଷ ମଧ୍ୟରେ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି […]

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଜରିଆରେ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଛୁଟି ନିୟମକୁ ଆହୁରି ସରଳ କରାଯାଇଛି। ଏଣିକି ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟଡିଲିଭ୍‌‌ ମିଳିବ। ସେହିପରି କାର୍ଯ୍ୟରେ ଯୋଗଦେବାର ୫ ବର୍ଷ ମଧ୍ୟରେ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ମିଳିବ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଉଚ୍ଚ ଶିକ୍ଷା ପାଇଁ ଏକ୍ସଟ୍ରା ଅର୍ଡିନାରୀ ଲିଭ୍‌‌ (ଇଓଏଲ୍‌‌) ନେଇଥିଲେ ତାହା ଡାଇନାମିକ୍‌‌ ଆସ୍ୟୁର୍ଡ କ୍ୟାରିୟର୍‌‌ ପ୍ରୋଗାମ୍‌‌ (ଡିଏସିପି) ଅନୁସାରେ ଗ୍ରହଣୀୟ ହେବ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପୂର୍ବ ପ୍ରଚଳିତ ନିୟମ ଅନୁସାରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସରକାରୀ ଡାକ୍ତରମାନଙ୍କୁ ୩୬ ମାସ ଅବା ୩ ବର୍ଷ ଛୁଟି ମିଳୁଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ୟା ଓ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଅବଧି ୭୨ ମାସ ଅବା ୬ ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତରମାନେ ସ୍ନାକତ୍ତୋର କିମ୍ବା ତଦୁର୍ଦ୍ଧ ପାଠ୍ୟକ୍ରମରେ ନାମ ଲେଖାଇ ପାଠ ପଢ଼଼ା ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ। ଯେଉଁ ଡାକ୍ତରମାନଙ୍କର କାର୍ଯ୍ୟକାଳ ୫ ବର୍ଷରୁ କମ୍‌‌ ଥିବ ସେମାନଙ୍କୁ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ନ ମିଳିବା ନିୟମ ରହିଛି। ସେହିପରି ନବ ନିଯୁକ୍ତ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟକାଳ ୫ ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଛୁଟି ଦେବେ ବୋଲି କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ହେବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଗଲେ ମଧ୍ୟ ସରକାର ସେମାନଙ୍କ ବେତନ ପ୍ରଦାନ ଜାରି ରଖିବେ। ଶେଷ ଥର ପାଇଁ ସେମାନେ ଯେଉଁଠାରେ କାର୍ଯ୍ୟରତ ଥିଲେ ସେହିଠାରୁ ସେମାନେ ବେତନ ପାଇପାରିବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

25 Sep 2023 By The Sakala

ବଢ଼ିବ ସରକାରୀ ଡାକ୍ତରଙ୍କ ଦକ୍ଷତା, ଉଚ୍ଚଶିକ୍ଷା ପାଇଁ ଛୁଟି ଅବଧି ୬ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଜରିଆରେ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଛୁଟି ନିୟମକୁ ଆହୁରି ସରଳ କରାଯାଇଛି। ଏଣିକି ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟଡିଲିଭ୍‌‌ ମିଳିବ। ସେହିପରି କାର୍ଯ୍ୟରେ ଯୋଗଦେବାର ୫ ବର୍ଷ ମଧ୍ୟରେ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ମିଳିବ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଉଚ୍ଚ ଶିକ୍ଷା ପାଇଁ ଏକ୍ସଟ୍ରା ଅର୍ଡିନାରୀ ଲିଭ୍‌‌ (ଇଓଏଲ୍‌‌) ନେଇଥିଲେ ତାହା ଡାଇନାମିକ୍‌‌ ଆସ୍ୟୁର୍ଡ କ୍ୟାରିୟର୍‌‌ ପ୍ରୋଗାମ୍‌‌ (ଡିଏସିପି) ଅନୁସାରେ ଗ୍ରହଣୀୟ ହେବ।

ପୂର୍ବ ପ୍ରଚଳିତ ନିୟମ ଅନୁସାରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସରକାରୀ ଡାକ୍ତରମାନଙ୍କୁ ୩୬ ମାସ ଅବା ୩ ବର୍ଷ ଛୁଟି ମିଳୁଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ୟା ଓ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଅବଧି ୭୨ ମାସ ଅବା ୬ ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତରମାନେ ସ୍ନାକତ୍ତୋର କିମ୍ବା ତଦୁର୍ଦ୍ଧ ପାଠ୍ୟକ୍ରମରେ ନାମ ଲେଖାଇ ପାଠ ପଢ଼଼ା ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ। ଯେଉଁ ଡାକ୍ତରମାନଙ୍କର କାର୍ଯ୍ୟକାଳ ୫ ବର୍ଷରୁ କମ୍‌‌ ଥିବ ସେମାନଙ୍କୁ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ନ ମିଳିବା ନିୟମ ରହିଛି। ସେହିପରି ନବ ନିଯୁକ୍ତ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟକାଳ ୫ ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଛୁଟି ଦେବେ ବୋଲି କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ହେବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଗଲେ ମଧ୍ୟ ସରକାର ସେମାନଙ୍କ ବେତନ ପ୍ରଦାନ ଜାରି ରଖିବେ। ଶେଷ ଥର ପାଇଁ ସେମାନେ ଯେଉଁଠାରେ କାର୍ଯ୍ୟରତ ଥିଲେ ସେହିଠାରୁ ସେମାନେ ବେତନ ପାଇପାରିବେ।

https://www.thesakala.in/big-news/study-leave-of-doctors-increased-from-3-to-6-years/article-25747
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର