ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର : ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟ ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ […]

ଭୁବନେଶ୍ୱର : ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟ ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଛି ।ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ସୁଚନାଯୋଗ୍ୟଯେ, ନିକଟରେ ରାଜ୍ୟ ସରକାର ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରେ ମଧ୍ୟ ପ୍ରମୋଦକର ଛାଡ କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

03 Apr 2023 By The Sakala

ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟ ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଛି ।ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ।

ସୁଚନାଯୋଗ୍ୟଯେ, ନିକଟରେ ରାଜ୍ୟ ସରକାର ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରେ ମଧ୍ୟ ପ୍ରମୋଦକର ଛାଡ କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର