ଶ୍ରୀମନ୍ଦିର ବିକାଶକୁ ବିରୋଧ କାହିଁକି ?

The Sakala Picture
Published On

ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ ଧ୍ୟାନମଗ୍ନ ଶିବଙ୍କୁ। କିଏ ଧନୁର୍ଧାରୀ ରାମଙ୍କୁ ତ କିଏ ବଂଶୀଧାରୀ କୃଷ୍ଣଙ୍କୁ। କିଏ ପୁଣି ଏହି ଅଧାଗଢ଼ା ମୂର୍ତ୍ତି ଭିତରେ ନିରାକାର ବ୍ରହ୍ମଙ୍କ ମହାର୍ଘ୍ୟ […]

ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ ଧ୍ୟାନମଗ୍ନ ଶିବଙ୍କୁ। କିଏ ଧନୁର୍ଧାରୀ ରାମଙ୍କୁ ତ କିଏ ବଂଶୀଧାରୀ କୃଷ୍ଣଙ୍କୁ। କିଏ ପୁଣି ଏହି ଅଧାଗଢ଼ା ମୂର୍ତ୍ତି ଭିତରେ ନିରାକାର ବ୍ରହ୍ମଙ୍କ ମହାର୍ଘ୍ୟ ଅନୁଭୂତି ସାଉଁଟି ବିସ୍ମୟବିମୂଢ଼ ହୋଇଯାଏ। ଭକ୍ତି ଓ ଭାବର ଠାକୁର ଜଗନ୍ନାଥଙ୍କ ଆଗରେ ସବୁ ଧର୍ମ, ସବୁ ପନ୍ଥ ଏବଂ ସବୁ ବାଦ ଏକାକାର ହୋଇଯାଏ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

କିନ୍ତୁ ବିଡ଼ମ୍ବନା ହେଲା; କୋଟି ଓଡ଼ିଆ ପ୍ରାଣର ସ୍ପନ୍ଦନ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରକୁ ନେଇ ସୃଷ୍ଟି କରାଯାଉଛି ବାଦ ବିସମ୍ବାଦ। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଯେତେବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କଲେ; ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶ୍ରୀମନ୍ଦିର ନିକଟରେ ପୁରୁଷ ପୁରୁଷ ଧରି ଘରଦ୍ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିବା ସେବାୟତମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ଜମି ଓ ଘରଦ୍ବାରକୁ ଏହି ମହତ୍ କାର୍ଯ୍ୟ ଲାଗି ଉତ୍ସର୍ଗ କରିଦେଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ବିକାଶର ନକ୍ସା ପ୍ରସ୍ତୁତ ହେଲା। ଏଥିପାଇଁ ୮୦୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପର ନାଁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ର ମାର୍ଗଦର୍ଶିକାକୁ ଆଧାର କରି ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିଲା। ଏଏସ୍‌ଆଇର ବରିଷ୍ଠ ଅଧିକାରୀଙ୍କଠୁ ନେଇ ବିଭିନ୍ନ ରାଜ‌େନୖତିକ ଦଳର ନେତୃବୃନ୍ଦ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବ‌ା ଅବସରରେ ଶ୍ରୀକ୍ଷେତ୍ରର ଏହି ବିକାଶମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମୁକ୍ତ କଣ୍ଠରେ ଭୁରିଭୁରି ପ୍ରଶଂସା କରିଥିଲେ। ଦେଶର ଅନନ୍ୟ ଧାର୍ମିକ ପୀଠ ଭଳି ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ସମଗ୍ର ଦେଶରେ ପୁରୀ ଯେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ତାହା ସମସ୍ତେ ଅନୁଭବ କରିଥିଲେ ଏବଂ ଦଳମତ ନିର୍ବିଶେଷରେ ଏହାକୁ ସ୍ବାଗତ କରିଥିଲେ।କିନ୍ତୁ ବିକାଶର ଏହି ମହାପର୍ବକୁ ସମ୍ଭବତଃ କିଛି କୁଚକ୍ରୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହଜମ କରିପାରୁନାହାନ୍ତି। ପ୍ରକଳ୍ପ କାର୍ଯ୍ୟ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁସାରେ ହେଉ ନ ଥିବା ଅଭିଯୋଗ କରୁଛନ୍ତି ଏବଂ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ମିଛ ପ୍ରଚାର କରି ବିକାଶ କାର୍ଯ୍ୟରେ ବାଧା ପହଞ୍ଚାଇବାକୁ ଅପଚେଷ୍ଟା କରୁଛନ୍ତି।

ଶ୍ରୀମନ୍ଦିରର ସେବାୟତଙ୍କଠୁ ନେଇ ସମଗ୍ର ପୁରୀବାସୀ ଏବଂ ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତ ଏହି ପରିକ୍ରମା ପ୍ରକଳ୍ପର ଚୂଡ଼ାନ୍ତ ରୂପକୁ ଦେଖିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଅଳ୍ପ କେତେଜଣ ସ୍ବଘୋଷିତ ବୁଦ୍ଧିଜୀବୀ ଏଥିରେ ବାଧକ ସାଜିଛନ୍ତି। ପ୍ରଶ୍ନ ଉଠୁଛି; ବିନା ତଥ୍ୟ ପ୍ରମାଣରେ ମିଥ୍ୟା ଅଭିଯୋଗ ଆଣି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶକୁ ବିରୋଧ କରୁଥିବା ଏହି ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ପଛରେ କିଏ ଅଛନ୍ତି? ଏହି ପ୍ରକଳ୍ପ ପାଇଁ ନିଜର ଭିଟାମାଟିକୁ ମଧ୍ୟ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗ କରିଥିବା ଶହଶହ ସେବାୟତଙ୍କ ତ୍ୟାଗର ମୂଲ୍ୟ ଏମାନେ ବୁଝନ୍ତି କି? ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପୁରୀର ମୁରବୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଓ ଭକ୍ତ ସମାଜଙ୍କ ମତ କ’ଣ ତାହା ସେମାନେ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି କି? କାଶୀ, କେଦାରନାଥ, ବଦ୍ରିନାଥ, ମଥୁରା ଭଳି ଦେଶର ଅନ୍ୟାନ୍ୟ ଭାଗରେ ଥିବା ଧାର୍ମିକ ପୀଠର ବିକାଶ ହୋଇପାରୁଥିବାବେଳେ ଶ୍ରୀକ୍ଷେତ୍ର ବେଳକୁ ବ୍ୟକ୍ତିଗତ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ଏମାନେ ଏହି ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି ତ?

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ ଓ ପରମ୍ପରା ସଂପର୍କରେ ଗଜପତି ମହରାଜାଙ୍କର ବହୁ ଅଭିଜ୍ଞତା ରହିଛି। ଗଜପତି ମ‌ହାରାଜା କେବଳ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ସେବକ ନୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ସଭାପତି ମଧ୍ୟ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଲା, ମନ୍ଦିରର ସୁରକ୍ଷା ବାବଦରେ ଗଜପତିଙ୍କର ମତ ଦେବାର ଯୋଗ୍ୟତା ଓ ଅଧିକାରକୁ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଥମେ ଏସ୍‌ଜେଟିଏ ହିଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ପାଇଁ ପଠାଇଥିଲା। ଏନ୍‌ଏମ୍‌ଏର ତିନି ଜଣିଆ କମିଟି (‌େଯଉଁ କମିଟିର ଜଣେ ସଦସ୍ୟ ହେଉଛନ୍ତି ଏଏସ୍‌ଆଇର ଡିଜି) ପୁଙ୍ଖାନୁପୁଙ୍ଖ ଭ‌ାବେ ଅନୁଧ୍ୟାନ କଲା ପରେ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ପରିକ୍ରମା ପ୍ରକଳ୍ପରେ ଯେଉଁ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ ଏନ୍‌ଏମ୍‌ଏ ଓ ଏଏସ୍‌ଆଇ କହିଥିଲେ; ଏହାକୁ ବାଦ୍ ଦେଇ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ ଏବେ ଜାରି ରହିଛି। ତେଣୁ କହିବା ବାହୁଲ୍ୟ; ଏସ୍‌ଜେଟିଏର ସଭାପତି ଭାବେ ଗଜପତି ମହାରାଜା ଆରମ୍ଭରୁ ପ୍ରକଳ୍ପର ବୈଷୟିକ ଦିଗ ଓ ତଥ୍ୟ ସଂପର୍କରେ ଅବଗତ ଅଛନ୍ତି ଏବଂ ବର୍ତ୍ତମାନ ଜାରି ରହିଥିବା ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଭଲଭାବେ ଜାଣିଛନ୍ତି ଏବଂ ଦାୟିତ୍ବସମ୍ପନ୍ନ ଭାବେ ନିଜ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀରେ କତିପୟ ବ୍ୟକ୍ତିବିଶେଷ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ଅପପ୍ରଚାର କରୁଛନ୍ତି; ନା ସେମାନଙ୍କ ନିକଟରେ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରକୃତ ତଥ୍ୟ ରହିଛି, ନା ବୈଷୟିକ ଜ୍ଞାନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯଦି ‌ବେଆଇନ ଭାବେ କିଛି ନିର୍ମାଣ କାର୍ଯ୍ୟ କରାଯାଉ ଥାଆନ୍ତା ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥାଆନ୍ତା; ତେବେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ଏହା ବନ୍ଦ କରନ୍ତେ ନାହିଁ କି? କିନ୍ତୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ଏବଂ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ସେମାନେ ଏହାର ବିରୋଧ କରୁଛନ୍ତି ବୋଲି ପୁରୀବାସୀ ଓ ସାରା ଓଡ଼ିଶାର ଜଗନ୍ନାଥପ୍ରେମୀ ଜାଣି ସାରିଲେଣି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ନିଜ ନିଜର ସଂକୀର୍ଣ୍ଣ ସ୍ବାର୍ଥ ହାସଲ ହୋଇଗ‌ଲେ ସେମାନେ ଚୁପ୍ ହୋଇଯିବେ।

ଯୁଗେ ଯୁଗେ ଭକ୍ତର ଭଗବାନ। ମହାପ୍ରଭୁ ସବୁ ସହିବେ; କିନ୍ତୁ ଭକ୍ତ ଅପମାନିତ ହେଲେ କିମ୍ବା ଭକ୍ତ ଆଖିରୁ ଲୁହ ଗଡ଼ିଲେ ସେ ସହି ପାରନ୍ତି ନାହିଁ। ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଥିବା ମହାପ୍ରଭୁଙ୍କ ରଥ ଭକ୍ତ ସାଲବେଗ ପାଇଁ ଅଧାବାଟରେ ଅଟକି ଯାଇପାରେ। ମହାପ୍ରଭୁ ହାତ ବଢ଼ାଇ ଭକ୍ତ ଦାସିଆ ବାଉରି ହାତରୁ ନଡ଼ିଆ ଗ୍ରହଣ କରିପାରନ୍ତି। ବିପଦରେ ପଡ଼ି ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ ମୃଗିଣୀ ହେଉ କି ହସ୍ତିନୀ; ମହାପ୍ରଭୁ ନିଜ ଭକ୍ତକୁ ରକ୍ଷା କରିବାକୁ କିଛି ବି କରିପାରନ୍ତି। ତେଣୁ ଶ୍ରୀମନ୍ଦିର ବିକାଶ ପ୍ରସଙ୍ଗକୁ ବିରୋଧ କରି ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ, ମହାପ୍ରଭୁଙ୍କ ଧର୍ମଦାଣ୍ଡରେ ଦଣ୍ଡିତ ନ ହୋଇ କେହି ଖସିଯାଇ ପାରିବେ ନାହିଁ। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟକୁ ରୋକିବା ପାଇଁ ଯେଉଁମାନେ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି ସେମାନଙ୍କୁ ଜଗନ୍ନାଥପ୍ରେମୀ ଓଡ଼ିଆ ଜାତି ଏବଂ ଭବିଷ୍ୟତ ପିଢ଼ି କେବେ କ୍ଷମା ଦେବ ନାହିଁ। ତେଣୁ ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ଏବଂ ନିଜ ଅନ୍ତରାତ୍ମାର ଡାକ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବାରୁ ନିବୃତ ରହନ୍ତୁ।

28 Apr 2022 By The Sakala

https://www.thesakala.in/big-news/why-the-opposition-to-the-development-of-srimandir/article-11126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର