ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବହୁତ୍ ଭଲ ପାଇବା ଅଛି, କିଛି ଗୋଟେ ଭୁଲ ବୁଝାମଣା ପାଇଁ ଏପରି ସମସ୍ୟା ହୋଇଛି….

The Sakala Picture
Published On

ଭୁବନେଶ୍ବର : କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି। ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛି ଦିନ ହେବ ପାରିବାରିକ ସମସ୍ୟା ଲାଗିରହିଛି। ଏନେଇ କୋର୍ଟରେ ମଧ୍ୟ କେଶ ରହିଛି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି […]

ଭୁବନେଶ୍ବର : କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି। ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛି ଦିନ ହେବ ପାରିବାରିକ ସମସ୍ୟା ଲାଗିରହିଛି। ଏନେଇ କୋର୍ଟରେ ମଧ୍ୟ କେଶ ରହିଛି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏହାରି ମଧ୍ୟରେ ଗତ ବୁଧବାର ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଯେଉଁ ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ଇସାରା କରି ଅନୁଭବ କହିଥିଲେ ଯେ ଭଲ ପାଇ ସେ ଭୁଲ କରି ଦେଇଛନ୍ତି । ମୋ ଜୀବନରେ କେବେ ମୁଁ ଏ କୋର୍ଟ, କଚେରୀ, ଥାନା, ପୁଲିସ୍ କେବେ ଦେଖି ନଥିଲି। କେବେ ଭାବି ନଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ। ଆଉ ସିଏ ବି ଜଣଙ୍କୁ ଭଲ ପାଇକି। ପୁଣି ଏତେ ମାତ୍ରାରେ। ଭଲ ପାଇକି ମଣିଷ ଖୁସିରେ ରୁହେ କିନ୍ତୁ  ଭଲ ପାଇ ମଣିଷ ଥାନା ଦୌଡ଼ିବ ଏପରି କେବେ ଭାବି ନଥିଲି । ଏପରି ଆହୁରି ଅକୁହା କଥା ଅନୁଭବ ଗତ ବୁଧବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ସେୟାର କରି କହିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସେପଟେ ଗତ ବୁଧାବର ଏକ ଭିଡିଓ ସେୟାର କରିଥିବା ବେଳେ ଆଜି ଆଉ ଏକ ଭିଡିଓ ସେୟାର କରିଛନ୍ତି ଅନୁଭବ। ପ୍ରାୟ ଏକ ଘଣ୍ଟାର ଏହି ଭିଡିଓରେ ଅନୁଭବ ନିଜ ବୈବାହିକ ଜୀବନରେ ଉଠିଥିବା ଝଡ଼ ପରିପେକ୍ଷୀରେ ବିସ୍ତୃତ୍ତ ଭାବେ କହିଛନ୍ତି। ବର୍ଷାକୁ ଭଲ ପାଇବା ଦିନଠୁ ଆଜି ଯାଏଁ କଣ କଣ ସବୁ ହୋଇଛି ତାହାକୁ ସବୁ ବଖାଣିଛନ୍ତି ଅନୁଭବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ତେବେ ଓଡ଼ିଆ ଚଳଚିତ୍ର ଜଗତର ସଫଳ ଯୋଡି ବର୍ଷା-ଅନୁଭବଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ସବ୍ୟସଚ୍ଚି ମିଶ୍ର। ସୋସିଆଲ ମିଡ଼ିଆ ରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ଦୁଃଖ କାହାଣୀକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଥିବା ବେଳେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବହୁତ୍ ଭଲ ପାଇବା ଅଛି । ଭଲ ପାଇବା ଟା ଭୁଲ ନୁହେଁ । କିଛି ଗୋଟେ ଭୁଲ ବୁଝାମଣା ସେମାନଙ୍କ ମଧ୍ୟରେ ହୋଇଛି । ଯାହାଦ୍ବାରା ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ସେମାନେ ଉଭୟ ମିଶିଯାନ୍ତୁ । ସେପଟେ ଅଭିନେତା ସବ୍ୟସଚ୍ଚି ମିଶ୍ର କହିଛନ୍ତି ଅନୁଭବ ଓ ବର୍ଷା ଉଭୟଙ୍କୁ ଭଲ ଭାବରେ ଜାଣିଛନ୍ତି। ଯାହାବି ଉଭୟଙ୍କ ମଧ୍ୟରେ ହୋଇଛି ଭଗବାନ କରନ୍ତୁ ଖୁବ୍ ଶୀଘ୍ର ସେମାନେ ମିଶି ଯାଆନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର