ସରକାରଙ୍କ ଚେତାବନୀ: ହ୍ୟାକ୍ ହୋଇପାରେ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ଫୋନ୍

The Sakala Picture
Published On

ନୂଆଦିଲ୍ଲୀ: ଦେଶର ଆଣ୍ଡ୍ରଏଡ୍ ୟୁଜର୍ସ ବା ବ୍ୟବହାରକାରୀଙ୍କ ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ନିକଟରେ ଏକ ଚେତାବନୀ ଜାରି କରିଛି। ଏହି ଅନୁଯାୟୀ, ଖୁବ୍‌ ଶୀଘ୍ର ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନଙ୍କର ଫୋନ୍ ହ୍ୟାକ୍‌ ହୋଇପାରେ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଆଣ୍ଡ୍ରଏଡ୍ ଓଏସ୍‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହାର ଫାଇଦା ନେବାକୁ ଯାଇ ହ୍ୟାକରମାନେ ଆପଣଙ୍କ ଫୋନରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ହ୍ୟାକ୍‌ କରି ନେଇଯିବାର ସମ୍ଭାବନା ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ […]

ନୂଆଦିଲ୍ଲୀ: ଦେଶର ଆଣ୍ଡ୍ରଏଡ୍ ୟୁଜର୍ସ ବା ବ୍ୟବହାରକାରୀଙ୍କ ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ନିକଟରେ ଏକ ଚେତାବନୀ ଜାରି କରିଛି। ଏହି ଅନୁଯାୟୀ, ଖୁବ୍‌ ଶୀଘ୍ର ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନଙ୍କର ଫୋନ୍ ହ୍ୟାକ୍‌ ହୋଇପାରେ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଆଣ୍ଡ୍ରଏଡ୍ ଓଏସ୍‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହାର ଫାଇଦା ନେବାକୁ ଯାଇ ହ୍ୟାକରମାନେ ଆପଣଙ୍କ ଫୋନରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ହ୍ୟାକ୍‌ କରି ନେଇଯିବାର ସମ୍ଭାବନା ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ସିଇଆରଟି-ଇନ୍‌ ଏ ନେଇ ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଏଭଳି ପରିସ୍ଥିତିରେ କେଉଁ ଆଣ୍ଡ୍ରଏଡ୍ ସଂସ୍କରଣ ବିପଦରେ ଅଛି ତାହା ଜାଣିବା ଜରୁରୀ। ଏଥିରେ ଆଣ୍ଡ୍ରଏଡ୍ ୧୨, ଆଣ୍ଡ୍ରଏଡ୍ ୧୨ ଏଲ୍, ଆଣ୍ଡ୍ରଏଡ୍ ୧୩ ଏବଂ ଆଣ୍ଡ୍ରଏଡ୍ ୧୪ ମଧ୍ୟ ଅନ୍ତର୍ଭୁକ୍ତ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ଯଦି କୌଣସି ହ୍ୟାକର ଆପଣଙ୍କ ଫୋନ୍‌କୁ ହ୍ୟାକ୍ କରିବାକୁ ଚାହାଁନ୍ତି। ତେବେ ଏହା ତାଙ୍କ ପାଇଁ ବହୁତ ସହଜ ହେବ। ଆପଣଙ୍କ ଫୋନ୍ ହ୍ୟାକ୍ କରିବା ପରେ, ହ୍ୟାକର ଆପଣଙ୍କ ଫୋନରୁ ତଥ୍ୟ ଚୋରି କରି ସେହି ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି କରିପାରନ୍ତି। ଏହାସହିତ, ହ୍ୟାକର ଆପଣଙ୍କ ଫୋନରେ ସର୍ଭିସ୍ ଡେନିଅଲ୍ ସ୍ଥିତିକୁ ମଧ୍ୟ ସକ୍ରିୟ କରିପାରିବେ। ତେଣୁ ସିଇଆର୍‌ଟି-ଇନ୍‌ ବ୍ୟବହାରକାରୀଙ୍କୁ ଯଥାଶୀଘ୍ର ସୁରକ୍ଷା ପ୍ୟାଚ୍ ଅପଡେଟ୍ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

09 Jun 2024 By The Sakala

ସରକାରଙ୍କ ଚେତାବନୀ: ହ୍ୟାକ୍ ହୋଇପାରେ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ଫୋନ୍

ନୂଆଦିଲ୍ଲୀ: ଦେଶର ଆଣ୍ଡ୍ରଏଡ୍ ୟୁଜର୍ସ ବା ବ୍ୟବହାରକାରୀଙ୍କ ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ନିକଟରେ ଏକ ଚେତାବନୀ ଜାରି କରିଛି। ଏହି ଅନୁଯାୟୀ, ଖୁବ୍‌ ଶୀଘ୍ର ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନଙ୍କର ଫୋନ୍ ହ୍ୟାକ୍‌ ହୋଇପାରେ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଆଣ୍ଡ୍ରଏଡ୍ ଓଏସ୍‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହାର ଫାଇଦା ନେବାକୁ ଯାଇ ହ୍ୟାକରମାନେ ଆପଣଙ୍କ ଫୋନରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ହ୍ୟାକ୍‌ କରି ନେଇଯିବାର ସମ୍ଭାବନା ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ସିଇଆରଟି-ଇନ୍‌ ଏ ନେଇ ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ଚେତାବନୀ ଦେଇଛି।

ଏଭଳି ପରିସ୍ଥିତିରେ କେଉଁ ଆଣ୍ଡ୍ରଏଡ୍ ସଂସ୍କରଣ ବିପଦରେ ଅଛି ତାହା ଜାଣିବା ଜରୁରୀ। ଏଥିରେ ଆଣ୍ଡ୍ରଏଡ୍ ୧୨, ଆଣ୍ଡ୍ରଏଡ୍ ୧୨ ଏଲ୍, ଆଣ୍ଡ୍ରଏଡ୍ ୧୩ ଏବଂ ଆଣ୍ଡ୍ରଏଡ୍ ୧୪ ମଧ୍ୟ ଅନ୍ତର୍ଭୁକ୍ତ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ଯଦି କୌଣସି ହ୍ୟାକର ଆପଣଙ୍କ ଫୋନ୍‌କୁ ହ୍ୟାକ୍ କରିବାକୁ ଚାହାଁନ୍ତି। ତେବେ ଏହା ତାଙ୍କ ପାଇଁ ବହୁତ ସହଜ ହେବ। ଆପଣଙ୍କ ଫୋନ୍ ହ୍ୟାକ୍ କରିବା ପରେ, ହ୍ୟାକର ଆପଣଙ୍କ ଫୋନରୁ ତଥ୍ୟ ଚୋରି କରି ସେହି ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି କରିପାରନ୍ତି। ଏହାସହିତ, ହ୍ୟାକର ଆପଣଙ୍କ ଫୋନରେ ସର୍ଭିସ୍ ଡେନିଅଲ୍ ସ୍ଥିତିକୁ ମଧ୍ୟ ସକ୍ରିୟ କରିପାରିବେ। ତେଣୁ ସିଇଆର୍‌ଟି-ଇନ୍‌ ବ୍ୟବହାରକାରୀଙ୍କୁ ଯଥାଶୀଘ୍ର ସୁରକ୍ଷା ପ୍ୟାଚ୍ ଅପଡେଟ୍ କରିବାକୁ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର