ରାଜୁଙ୍କ ଶୀଘ୍ର ଆରୋଗ୍ଯ କାମନା କରି ଅଡିଓ କ୍ଲିପ୍‌ ପଠାଇଲେ ବିଗ ବି’

The Sakala Picture
Published On

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଚାଲିଛି । ଏହାରି ମଧ୍ଯରେ କମେଡି କିଙ୍ଗ ରାଜୁଙ୍କ ପାଖକୁ ଏକ ଅଡିଓ କ୍ଲିପ ପଠାଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ । ଏହି ଅଡିଓ କ୍ଲିପରେ […]

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଚାଲିଛି । ଏହାରି ମଧ୍ଯରେ କମେଡି କିଙ୍ଗ ରାଜୁଙ୍କ ପାଖକୁ ଏକ ଅଡିଓ କ୍ଲିପ ପଠାଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଏହି ଅଡିଓ କ୍ଲିପରେ ବିଗ ବି ରାଜୁଙ୍କ ଆରୋଗ୍ଯ କାମନା କରିଛନ୍ତି। ଉଠ ରାଜୁ, ବହୁତ ହେଲା, ଆହୁରି ବହୁତ କାମ କରିବାର ଅଛି । ଏମିତି ଶୁଣି କାଳେ ରାଜୁ ହସ୍ପିଟାଲ ବେଡ୍‌ରୁ ଉଠିଯିବେ କି ? ପୁଣିଥରେ ଷ୍ଟେଜରେ ଚଢି ଦର୍ଶକଙ୍କୁ ହସାଇ ହସାଇ ଲୋଟ୍‌ପୋଟ୍‌ କରିବେ କି ? କିଛି ଏମିତି ଢଙ୍ଗରେ ଗୁରୁଗମ୍ଭୀର ସ୍ବରରୁ ରାଜୁଙ୍କ ପାଇଁ ଆସିଛି ଏକ ଭାବପ୍ରବଣ ଅଡିଓ କ୍ଲିପ୍‌ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଖବର ଅନୁଯାୟୀ,  ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ପରିବାରକୁ ଛୋଟିଆ ନିବେଦନ କରିଥିଲେ । ରାଜୁ ଚେତାଶୂନ୍ୟ ଅଛନ୍ତି ସତ କିନ୍ତୁ ହୁଏତ ସେ ଆମ ସମସ୍ତଙ୍କୁ ଶୁଣିଥାଇ ପାରୁଥାନ୍ତି । ଯଦି ରାଜୁଙ୍କୁ ତାଙ୍କ ପ୍ରିୟ ମଣିଷର ସ୍ବର ଶୁଣାଯାଇପାରନ୍ତା ହୁଏତ ତାଙ୍କ ବ୍ରେନ ପୁଣି କାର୍ଯ୍ଯକ୍ଷମ ହୋଇପାରେ । ରାଜୁ ଶୀଘ୍ର ସୁସ୍ଥ ହେବା ପାଇଁ ଏହା ହୁଏତ ସହାୟକ ହେବ ବୋଲି ଡାକ୍ତର କହିଥିଲେ।

ଆହୁରି ପଢ଼ନ୍ତୁ: Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

ଏହାପରେ ଡାକ୍ତରଙ୍କ ପରାମର୍ଶ ଶୁଣି ପରିବାର ଲୋକେ ଅମିତାଭ ବଚ୍ଚନଙ୍କ ସହ ଯୋଗାଯୋଗ କରିବାକୁ ମନସ୍ଥ କରିଥିଲେ। କାରଣ ଅମିତାଭଙ୍କୁ ରାଜୁ ନିଜ ଆଦର୍ଶ ମାନୁଥିଲେ । ରାଜୁଙ୍କ ଘରୁ ଅମିତାଭଙ୍କ ଅଫିସକୁ ଲାଗିଥିଲା ଫୋନ । ତାଙ୍କ ଅସୁସ୍ଥତା ଶୁଣିବା କ୍ଷଣି ହିଁ ଅମିତାଭ ଅନେକ ମେସେଜ କରିଥିବା ରାଜୁଙ୍କ ପରିବାରକୁ ଜଣାଇଥିଲା ବିଗ ବିଙ୍କ ଅଫିସ । ତଥାପି ରାଜୁଙ୍କ ସୁସ୍ଥତା କାମନା କରି ପୁଣିଥରେ ଅମିତାଭଙ୍କ ଅଡିଓ କ୍ଲିପ୍‌ ରାଜୁଙ୍କ ପାଖକୁ ପଠାଯାଇଛି । ଖୁବଶୀଘ୍ର ରାଜୁ ସୁସ୍ଥ ହୋଇ ଷ୍ଟେଜକୁ ଫେରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ କାମନା କରିଛନ୍ତି ଅମିତାଭ ବଚ୍ଚନ।

15 Aug 2022 By The Sakala

ରାଜୁଙ୍କ ଶୀଘ୍ର ଆରୋଗ୍ଯ କାମନା କରି ଅଡିଓ କ୍ଲିପ୍‌ ପଠାଇଲେ ବିଗ ବି’

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଚାଲିଛି । ଏହାରି ମଧ୍ଯରେ କମେଡି କିଙ୍ଗ ରାଜୁଙ୍କ ପାଖକୁ ଏକ ଅଡିଓ କ୍ଲିପ ପଠାଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ ।

ଏହି ଅଡିଓ କ୍ଲିପରେ ବିଗ ବି ରାଜୁଙ୍କ ଆରୋଗ୍ଯ କାମନା କରିଛନ୍ତି। ଉଠ ରାଜୁ, ବହୁତ ହେଲା, ଆହୁରି ବହୁତ କାମ କରିବାର ଅଛି । ଏମିତି ଶୁଣି କାଳେ ରାଜୁ ହସ୍ପିଟାଲ ବେଡ୍‌ରୁ ଉଠିଯିବେ କି ? ପୁଣିଥରେ ଷ୍ଟେଜରେ ଚଢି ଦର୍ଶକଙ୍କୁ ହସାଇ ହସାଇ ଲୋଟ୍‌ପୋଟ୍‌ କରିବେ କି ? କିଛି ଏମିତି ଢଙ୍ଗରେ ଗୁରୁଗମ୍ଭୀର ସ୍ବରରୁ ରାଜୁଙ୍କ ପାଇଁ ଆସିଛି ଏକ ଭାବପ୍ରବଣ ଅଡିଓ କ୍ଲିପ୍‌ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି।

ଖବର ଅନୁଯାୟୀ,  ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ପରିବାରକୁ ଛୋଟିଆ ନିବେଦନ କରିଥିଲେ । ରାଜୁ ଚେତାଶୂନ୍ୟ ଅଛନ୍ତି ସତ କିନ୍ତୁ ହୁଏତ ସେ ଆମ ସମସ୍ତଙ୍କୁ ଶୁଣିଥାଇ ପାରୁଥାନ୍ତି । ଯଦି ରାଜୁଙ୍କୁ ତାଙ୍କ ପ୍ରିୟ ମଣିଷର ସ୍ବର ଶୁଣାଯାଇପାରନ୍ତା ହୁଏତ ତାଙ୍କ ବ୍ରେନ ପୁଣି କାର୍ଯ୍ଯକ୍ଷମ ହୋଇପାରେ । ରାଜୁ ଶୀଘ୍ର ସୁସ୍ଥ ହେବା ପାଇଁ ଏହା ହୁଏତ ସହାୟକ ହେବ ବୋଲି ଡାକ୍ତର କହିଥିଲେ।

ଏହାପରେ ଡାକ୍ତରଙ୍କ ପରାମର୍ଶ ଶୁଣି ପରିବାର ଲୋକେ ଅମିତାଭ ବଚ୍ଚନଙ୍କ ସହ ଯୋଗାଯୋଗ କରିବାକୁ ମନସ୍ଥ କରିଥିଲେ। କାରଣ ଅମିତାଭଙ୍କୁ ରାଜୁ ନିଜ ଆଦର୍ଶ ମାନୁଥିଲେ । ରାଜୁଙ୍କ ଘରୁ ଅମିତାଭଙ୍କ ଅଫିସକୁ ଲାଗିଥିଲା ଫୋନ । ତାଙ୍କ ଅସୁସ୍ଥତା ଶୁଣିବା କ୍ଷଣି ହିଁ ଅମିତାଭ ଅନେକ ମେସେଜ କରିଥିବା ରାଜୁଙ୍କ ପରିବାରକୁ ଜଣାଇଥିଲା ବିଗ ବିଙ୍କ ଅଫିସ । ତଥାପି ରାଜୁଙ୍କ ସୁସ୍ଥତା କାମନା କରି ପୁଣିଥରେ ଅମିତାଭଙ୍କ ଅଡିଓ କ୍ଲିପ୍‌ ରାଜୁଙ୍କ ପାଖକୁ ପଠାଯାଇଛି । ଖୁବଶୀଘ୍ର ରାଜୁ ସୁସ୍ଥ ହୋଇ ଷ୍ଟେଜକୁ ଫେରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ କାମନା କରିଛନ୍ତି ଅମିତାଭ ବଚ୍ଚନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର