ଟ୍ବିଟର, ମେଟା ପରେ ଆମାଜନ୍‌ରେ ଛଟେଇ; ୩୫୦୦ରୁ ଅଧିକ କର୍ମଚାରୀଙ୍କ ଗଲା ଚାକିରି

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ସାରା ବିଶ୍ବକୁ ଏବେ ଘାରିଛି ମାନ୍ଦାବସ୍ଥାର ଭୟ। ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି। ବିଶେଷ କରି ଟେକ୍‌ କମ୍ପାନୀଗୁଡିକ ଏବେ ମାନ୍ଦାବସ୍ଥା ଭୟରେ ଆଗୁଆ ସେମାନଙ୍କର କର୍ମଚାରୀଙ୍କୁ ଛୁଟି କରିବାରେ ଲାଗିଛନ୍ତି। ଆମେରିକାରୁ ଏହି ଛଟେଇ ପର୍ବ ଆରମ୍ଭ ହୋଇଛି। ପ୍ରଥମେ ଟ୍ୱିଟର ପରେ ମେଟା (ଫେସବୁକ୍) ଓ ଏବେ ଇ-କମର୍ସ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି। ଫଳରେ କମ୍ପାନୀରୁ ୩୫୦୦ରୁ ଅଧିକ କର୍ମଚାରୀଙ୍କ […]

ନୂଆଦିଲ୍ଲୀ(ଏଜେନ୍ସି): ସାରା ବିଶ୍ବକୁ ଏବେ ଘାରିଛି ମାନ୍ଦାବସ୍ଥାର ଭୟ। ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି। ବିଶେଷ କରି ଟେକ୍‌ କମ୍ପାନୀଗୁଡିକ ଏବେ ମାନ୍ଦାବସ୍ଥା ଭୟରେ ଆଗୁଆ ସେମାନଙ୍କର କର୍ମଚାରୀଙ୍କୁ ଛୁଟି କରିବାରେ ଲାଗିଛନ୍ତି। ଆମେରିକାରୁ ଏହି ଛଟେଇ ପର୍ବ ଆରମ୍ଭ ହୋଇଛି। ପ୍ରଥମେ ଟ୍ୱିଟର ପରେ ମେଟା (ଫେସବୁକ୍) ଓ ଏବେ ଇ-କମର୍ସ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି। ଫଳରେ କମ୍ପାନୀରୁ ୩୫୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇଛି। ବିଶ୍ବର ଏହି ସର୍ବବୃହତ ଅନ୍‌ଲାଇନ୍ ଖୁଚୁରା ଷ୍ଟୋର୍ ଏହାର କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଧରାଇବା ଆରମ୍ଭ କରିଦେଇଛି। ଆମାଜନରେ ଛଟେଇ ପାଇଁ ପ୍ରସ୍ତୁତି ସହ ନୂଆ ନିଯୁକ୍ତି ସ୍ଥଗିତ ରଖିଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଟ୍ୱିଟର ଏବଂ ମେଟାରେ ଛଟେଇ ପରେ ବର୍ତ୍ତମାନ ଆମାଜନର କର୍ମଚାରୀମାନେ ମଧ୍ୟ ଚାକିରି ହରାଇବାକୁ ବିପଦରେ ଅଛନ୍ତି। ଏହି ଛଟେଇ ଅଭିଯାନରେ କମ୍ପାନୀ ବିଶେଷ କରି ଏହାର ରୋବୋଟିକ୍ସର ସବୁ କର୍ମଚାରୀଙ୍କୁ ବିଦା କରିଛି। କମ୍ପାନୀର ଆର୍ଥିକ ଆହ୍ବାନକୁ ଦୃଷ୍ଟିରେ ରଖି ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ସ୍ଥଗିତ ରଖିଛି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଫେସବୁକର ସହଯୋଗୀ କମ୍ପାନୀ ମେଟା ଏହାର ୧୧,୦୦୦ କର୍ମଚାରୀଙ୍କ ବାହାର ରାସ୍ତା ଦେଖାଇଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଲିଙ୍କଡ ଇନ୍‌ ତଥ୍ୟ ମୁତାବକ କମ୍ପାନୀର ରୋବୋଟିକ୍ସ ଡିଭିଜନରେ ଅନୁନ୍ୟ ୩,୭୬୬ କର୍ମଚାରୀ କାମ କରୁଥିଲେ। ତେବେ କେତେ କର୍ମଚାରୀଙ୍କୁ ବାହାର କରାଯାଇଛି ସେ ନେଇ ନିଦ୍ଦିଷ୍ଟ ଭାବେ କିଛି ତଥ୍ୟ ମିଳିନାହିଁ। ସେହିପରି ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ ଆମାଜନ୍‌ ଲାଭ କରିପାରୁ ନ ଥିବା ତା’ର କିଛି ୟୁନିଟ୍‌ର କର୍ମଚାରୀଙ୍କୁ ନୂଆ ଚାକିରି ଖୋଜିବା ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କାରଣ ଆମାଜନ୍‌ର ଏପରି ପ୍ରକଳ୍ପ ହୁଏତ ବନ୍ଦ ହୋଇପାରେ। କମ୍ପାନୀର ପ୍ୟୁପିଲ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜିର ସିନିୟର ଭାଇସ ପ୍ରେସିଡେଣ୍ଟ ବେଥ୍ ଗେଲେଟି ତାଙ୍କ ମେମୋରେ ‘ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ଓ ଗତ ବର୍ଷମାନଙ୍କରେ ଆମେ କେତେ ଲୋକଙ୍କୁ ନିଯୁକ୍ତ କରିଛୁ ଦେଖିବା ପରେ ଗତ ସପ୍ତାହରେ ନୂଆ ନିଯୁକ୍ତିରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଥିବା’ ଉଲ୍ଲେଖ କରିଛନ୍ତି। ଅର୍ଥ ବ୍ୟବସ୍ଥା ଓ ବିଜନେସ୍‌ରେ ଯାହା କିଛି ବି ପରିବର୍ତ୍ତନ ହେଉଛି ତା ଉପରେ ନଜର ରଖା ଯାଇଛି। ଯାହା ବୁଝାପଡୁଛି ସେହି ଅନୁସାରେ ବିଜନେସ୍‌କୁ ଆଡଜେଷ୍ଟ କରାଯିବ ବୋଲି କହିଛନ୍ତି। ତେବେ ମେମୋରେ କମ୍ପାନୀ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟରେ ନିଯୁକ୍ତି ଜାରି ରହିବ ବୋଲି କହିଛନ୍ତି। ତେବେ ଏଥିରୁ ଯେଉଁମାନେ ଚାକିରି ଛାଡି ଯିବେ ସେହି ସବୁ ପଦବୀ ପୁଣି ପୁରଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ନିଯୁକ୍ତି ଛଟେଇ କମ୍ପାନୀରେ ନୂଆ କଥା ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ମଧ୍ୟ କେତେକ ଅବସରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର