ଶ୍ରୀଲଙ୍କା ପରେ ଚୀନ୍‌ ଟାର୍ଗେଟ୍‌ରେ ନେପାଳ: ୧୫ ବିଲିୟନ ଡଲାର ସହାୟତା ଦେବାକୁ ଦେଲା ପ୍ରତିଶ୍ରୁତି

The Sakala Picture
Published On

ନୂଆଦିଲ୍ଲୀ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବା ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଦିନକୁ ଦିନ ରସାତଳକୁ ଯାଉଥିବା ଶ୍ରୀଲଙ୍କା ଅର୍ଥନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଯେଭଳି ଭାବେ ଡ୍ରାଗନ୍‌ର ଋଣ ଜାଲରେ ନ ପଡିବେ ସେଥିପାଇଁ ବେଶ ସତର୍କତା ଅମ୍ବଲମ୍ବନ କରୁଛନ୍ତି। ଏଭଳି ସମୟରେ ଶ୍ରୀଲଙ୍କା ପରେ ନେପାଳ ବର୍ତ୍ତମାନ ଚୀନ୍‌ର ଟାର୍ଗେଟରେ ରହିଛି। ଆହୁରିମଧ୍ୟ ଡ୍ରାଗନ୍‌ ନେପାଳ ସରକାରଙ୍କୁ ୧୫ ବିଲିୟନ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ନେପାଳର […]

ନୂଆଦିଲ୍ଲୀ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବା ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଦିନକୁ ଦିନ ରସାତଳକୁ ଯାଉଥିବା ଶ୍ରୀଲଙ୍କା ଅର୍ଥନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଯେଭଳି ଭାବେ ଡ୍ରାଗନ୍‌ର ଋଣ ଜାଲରେ ନ ପଡିବେ ସେଥିପାଇଁ ବେଶ ସତର୍କତା ଅମ୍ବଲମ୍ବନ କରୁଛନ୍ତି। ଏଭଳି ସମୟରେ ଶ୍ରୀଲଙ୍କା ପରେ ନେପାଳ ବର୍ତ୍ତମାନ ଚୀନ୍‌ର ଟାର୍ଗେଟରେ ରହିଛି। ଆହୁରିମଧ୍ୟ ଡ୍ରାଗନ୍‌ ନେପାଳ ସରକାରଙ୍କୁ ୧୫ ବିଲିୟନ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ନେପାଳର ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ କରିବାକୁ ଡ୍ରାଗନ୍‌ ଏହି ୧୫ ବିଲିୟନ ଟଙ୍କା ଅନୁଦାନ ପ୍ରଦାନ କରିବ। ଏହାପୂର୍ବରୁ ଚୀନ୍ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ନେପାଳର ବୈଦେଶିକ ମନ୍ତ୍ରୀ ନାରାୟଣ ଖଡ୍‌କା ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାପରେ ଚୀନ୍‌କୁ ଅନୁଦାନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ୱାଙ୍ଗ ୟିଙ୍କ ଆମନ୍ତ୍ରଣ କ୍ରମେ ନେପାଳର ବୈଦେଶିକ ମନ୍ତ୍ରୀ ଚୀନ୍ ଗସ୍ତରେ ଆସିଛନ୍ତି। ବୁଧବାର ଦିନ ପୂର୍ବ ଚୀନର କିଙ୍ଗଦାଓ ସହରରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ପାରସ୍ପରିକ ବୈଠକ ସମୟରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀମାନେ ନେପାଳ-ଚୀନ୍ ସମ୍ପର୍କର ସାମଗ୍ରିକ ଦିଗ ଉପରେ ଗୁରୁତ୍ବ ଦେଇ ବାଣିଜ୍ୟ, ସମ୍ପର୍କ, ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଦାରିଦ୍ର ଦୂରୀକରଣ, କୃଷି, ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏଠାରେ ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଚୀନ୍ ଶ୍ରୀଲଙ୍କା ପ୍ରତି ମଧ୍ୟ ଦୟା ଦେଖାଉଥିଲା। ସେ ଶ୍ରୀଲଙ୍କାକୁ ବୃହତ୍‌ ଅର୍ଥ ରାଶି ଦେଇଥିଲା, ଯାହାର ପେମେଣ୍ଟ ଦେଇ ନ ପାରିବାରୁ ଶ୍ରୀଲଙ୍କାର ଆର୍ଥ଄କ ଅବସ୍ଥା ଖରାପ ହୋଇଯାଇଥିଲା। ଆଜି ଶ୍ରୀଲଙ୍କା ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛି। ଏଭଳି ପରିସ୍ଥିତିରେ ଚୀନ୍ ନେପାଳ ପ୍ରତି ଦେଖାଉଥିବା ଦୟା ସନ୍ଦେହ ପରିସରକୁ ଆସୁଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

12 Aug 2022 By The Sakala

ଶ୍ରୀଲଙ୍କା ପରେ ଚୀନ୍‌ ଟାର୍ଗେଟ୍‌ରେ ନେପାଳ: ୧୫ ବିଲିୟନ ଡଲାର ସହାୟତା ଦେବାକୁ ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବା ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଦିନକୁ ଦିନ ରସାତଳକୁ ଯାଉଥିବା ଶ୍ରୀଲଙ୍କା ଅର୍ଥନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଯେଭଳି ଭାବେ ଡ୍ରାଗନ୍‌ର ଋଣ ଜାଲରେ ନ ପଡିବେ ସେଥିପାଇଁ ବେଶ ସତର୍କତା ଅମ୍ବଲମ୍ବନ କରୁଛନ୍ତି। ଏଭଳି ସମୟରେ ଶ୍ରୀଲଙ୍କା ପରେ ନେପାଳ ବର୍ତ୍ତମାନ ଚୀନ୍‌ର ଟାର୍ଗେଟରେ ରହିଛି। ଆହୁରିମଧ୍ୟ ଡ୍ରାଗନ୍‌ ନେପାଳ ସରକାରଙ୍କୁ ୧୫ ବିଲିୟନ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ନେପାଳର ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ କରିବାକୁ ଡ୍ରାଗନ୍‌ ଏହି ୧୫ ବିଲିୟନ ଟଙ୍କା ଅନୁଦାନ ପ୍ରଦାନ କରିବ। ଏହାପୂର୍ବରୁ ଚୀନ୍ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ନେପାଳର ବୈଦେଶିକ ମନ୍ତ୍ରୀ ନାରାୟଣ ଖଡ୍‌କା ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାପରେ ଚୀନ୍‌କୁ ଅନୁଦାନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ୱାଙ୍ଗ ୟିଙ୍କ ଆମନ୍ତ୍ରଣ କ୍ରମେ ନେପାଳର ବୈଦେଶିକ ମନ୍ତ୍ରୀ ଚୀନ୍ ଗସ୍ତରେ ଆସିଛନ୍ତି। ବୁଧବାର ଦିନ ପୂର୍ବ ଚୀନର କିଙ୍ଗଦାଓ ସହରରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ପାରସ୍ପରିକ ବୈଠକ ସମୟରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀମାନେ ନେପାଳ-ଚୀନ୍ ସମ୍ପର୍କର ସାମଗ୍ରିକ ଦିଗ ଉପରେ ଗୁରୁତ୍ବ ଦେଇ ବାଣିଜ୍ୟ, ସମ୍ପର୍କ, ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଦାରିଦ୍ର ଦୂରୀକରଣ, କୃଷି, ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଚୀନ୍ ଶ୍ରୀଲଙ୍କା ପ୍ରତି ମଧ୍ୟ ଦୟା ଦେଖାଉଥିଲା। ସେ ଶ୍ରୀଲଙ୍କାକୁ ବୃହତ୍‌ ଅର୍ଥ ରାଶି ଦେଇଥିଲା, ଯାହାର ପେମେଣ୍ଟ ଦେଇ ନ ପାରିବାରୁ ଶ୍ରୀଲଙ୍କାର ଆର୍ଥ଄କ ଅବସ୍ଥା ଖରାପ ହୋଇଯାଇଥିଲା। ଆଜି ଶ୍ରୀଲଙ୍କା ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛି। ଏଭଳି ପରିସ୍ଥିତିରେ ଚୀନ୍ ନେପାଳ ପ୍ରତି ଦେଖାଉଥିବା ଦୟା ସନ୍ଦେହ ପରିସରକୁ ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର