ମନୋରଞ୍ଜନ
ଓଡ଼ିଶା
ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବଲିଉଡ ଅଭିନେତା ଅରମାନ କୋହଲି
ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ରବିବାର ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଅଭିନେତା ଅରମାନ କୋହଲି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍ ବସ୍ ଫେମ୍ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍ସିବି ରେଡ୍ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । […]
ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ରବିବାର ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଅଭିନେତା ଅରମାନ କୋହଲି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍ ବସ୍ ଫେମ୍ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍ସିବି ରେଡ୍ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । ପରେ ଆଜି ଅରମାନଙ୍କୁ ଗିରଫ କରାଯାଇଛି ।
ଅଜୟ ରାଜୁଠାରୁ ମିଳିଥିବା ତଥ୍ୟ ଅନୁସାରେ, ଅରମାନଙ୍କ ଅନ୍ଧେରୀସ୍ଥିତ ଘରେ ଏନସିବି ରେଡ କରିଥିଲା । ତାଙ୍କ ଘରୁ କିଛି ପରିମାଣର କୋକେନ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅରମାନଙ୍କୁ ଅଧିକ ଜେରା ଲାଗି ଏନସିବିର କାର୍ଯ୍ଯାଳୟକୁ ନିଆଯାଇଛି । ଅରମାନ ପ୍ରେମ ରତନ ଧନ ପାଓ ଫିଲ୍ମରେ ଅଭିନୟ କରିବା ସହ ରିଅଲିଟି ସୋ ବିଗବସରେ ଅଭିନୟ କରିଥିଲେ । ଦିନକ ପୂର୍ବରୁ ନିଶାଦ୍ରବ୍ୟ ମାମଲାରେ ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଥିଲା ଏନସିବି ।
ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ପ୍ରତିଯୋଗୀ ଥିଲେ। ସେହି ସମୟ ମଧ୍ୟ ସେ ନିଜ ଲଭ୍ ଅଫେଆରକୁ ନେଇ ବିବାଦକୁ ଆସିଥିଲେ। ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁସମାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।






