ମୟୂରଭଞ୍ଜରେ ବିଜ୍ଞାନରେ ୮୨.୭୫ ଓ ବାଣିଜ୍ୟରେ ୮୧.୯୪ ପ୍ରତିଶତ ପାସହାର

The Sakala Picture
Published On

ବାରିପଦା: ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବାରିପଦାରେ ସ୍ଥିତ ଉତ୍ତର ଓଡ଼ିଶା ଜୋନ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ଜିଲ୍ଲାରେ ଯୁକ୍ତ ୨ ବିଜ୍ଞାନରେ ୫ହଜାର ୫୦୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ହଜାର ୪୩୮ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୮୨.୭୫ ପ୍ରତିଶତ ହାରରେ ୪୫୦୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ […]

ବାରିପଦା: ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବାରିପଦାରେ ସ୍ଥିତ ଉତ୍ତର ଓଡ଼ିଶା ଜୋନ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ଜିଲ୍ଲାରେ ଯୁକ୍ତ ୨ ବିଜ୍ଞାନରେ ୫ହଜାର ୫୦୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ହଜାର ୪୩୮ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୮୨.୭୫ ପ୍ରତିଶତ ହାରରେ ୪୫୦୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦୭୨, ଦ୍ୱିତୀୟରେ ୧୨୭୦ ଓ ତୃତୀୟ ଶ୍ରେଣୀରେ ୧୧୩୭ ଜଣ ଅଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

୨୧ ପରକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ବେଳେ ୧୧ ଜଣ କପି କରି ଧରାପଡ଼ିଛନ୍ତି। ସେହିପରି ବାଣିଜ୍ୟରେ ଜିଲାରୁ ୧୧୦୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୦୦୯ଜଣ ପରୀକ୍ଷା ଦେଇଥିଲେ। ୮୧.୯୪ ପ୍ରତିଶତ ହାରରେ ୮୯୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୧୩, ଦ୍ବିତୀୟରେ ୨୩୭ ଓ ତୃତୀୟ ଶ୍ରେଣୀରେ ୪୪୦ଜଣ ଅଛନ୍ତି। ୪ଜଣ ପରକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ବେଳେ ଦୁଇ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିଲେ ବୋଲି ଶିକ୍ଷା ପରିଷଦର ବାରିପଦା ଶାଖା କାର୍ଯ୍ୟାଳୟର ଉପ- ସଚିବ ଜୟଦେବ ପ୍ରମାଣିକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର