ଲୋକାଲ୍ ସର୍କଲ୍‌ ସର୍ଭେରେ ଖୁଲାସା: ଚାର୍ଜ ଲାଗୁ କରାଗଲେ ୭୩ ପ୍ରତିଶତ ଉପଭୋକ୍ତା ବନ୍ଦ କରିଦେବେ ୟୁପିଆଇ ବ୍ୟବହାର

The Sakala Picture
Published On

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ହେବ ଦେଶରେ ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ଢ଼େର ବଢ଼ିଯାଇଛି। ଲୋକେ ସବୁ ପ୍ରକାର ପେମେଣ୍ଟ ବା ଦେୟ ପାଇଁ ୟୁପିଆଇ ବ୍ୟବସ୍ଥାକୁ ବ୍ୟହାର କରୁଛନ୍ତି। ଯାହା ଫଳାରେ ଦେଶରେ ନଗର ଟଙ୍କା କାରବାର ବହୁ ମାତ୍ରରେ କମିଯାଇଛି। ବର୍ତ୍ତମାନ, ସମଗ୍ର ଦେଶରେ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ। ଏହାର ଅର୍ଥ ହେଉଛି କୌଣସି ପ୍ରକାର […]

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ହେବ ଦେଶରେ ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ଢ଼େର ବଢ଼ିଯାଇଛି। ଲୋକେ ସବୁ ପ୍ରକାର ପେମେଣ୍ଟ ବା ଦେୟ ପାଇଁ ୟୁପିଆଇ ବ୍ୟବସ୍ଥାକୁ ବ୍ୟହାର କରୁଛନ୍ତି। ଯାହା ଫଳାରେ ଦେଶରେ ନଗର ଟଙ୍କା କାରବାର ବହୁ ମାତ୍ରରେ କମିଯାଇଛି। ବର୍ତ୍ତମାନ, ସମଗ୍ର ଦେଶରେ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ। ଏହାର ଅର୍ଥ ହେଉଛି କୌଣସି ପ୍ରକାର ପେମେଣ୍ଟ କ୍ଷେତ୍ରରେ ଲୋକେ ବର୍ତ୍ତମାନ ଚାର୍ଜ ବା ଫି ଦେଉନାହଁାନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସେବା ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ଏହାର ବ୍ୟବହାର ବନ୍ଦ କରିଦେବେ। ଅର୍ଥାତ୍‌ ଚାର୍ଜ ଲାଗୁ କଲେ ୭୩% ଉପଭୋକ୍ତା ୟୁପିଆଇ କାରବାର ବନ୍ଦ କରିଦେବେ ବୋଲି ଲୋକାଲ୍ ସର୍କଲ୍‌ର ଏକ ଅନଲାଇନ୍ ସର୍ଭେରୁ ଏହା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ସର୍ଭେ ଅନୁଯାୟୀ, ବହୁ ସଂଖ୍ୟରେ ଲୋକେ ଦାବି କରିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ସେମାନଙ୍କଠାରୁ ୟୁପିଆଇ ଦେୟ ଉପରେ କାରବାର ଶୁଳ୍କ ଆଦାୟ ହୋଇଛି। ଲୋକାଲ ସର୍କଲ ପକ୍ଷରୁ ଦେଶର ୩୬୪ ରୁ ଅଧିକ ଜିଲ୍ଲାର ୩୪,୦୦୦ରୁ ଅଧିକ ଲୋକ ଏହି ସର୍ଭେରେ ନିଜର ମତ ଦେଇଛନ୍ତି। ସେଥିମଧ୍ୟରୁ ୬୭ ପ୍ରତିଶତ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୨୦୨୨ରେ ଏକ ଅନୁଧ୍ୟାନ ରିପୋର୍ଟ ଜାରି କରି ବିଭିନ୍ନ ପରିମାଣର ୟୁପିଆଇ କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା। ତେବେ ପରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବାର କୌଣସି ପ୍ରସ୍ତାବ ନାହିଁ। ଏହି ତାଜା ସର୍ଭରେ କୁହାଯାଇଛି ଯେ, ୟୁପିଆଇର ମାତ୍ର ୨୩ ପ୍ରତିଶତ ଉପଭୋକ୍ତା ପେମେଣ୍ଟ ଉପରେ କାରବାର ଶୁଳ୍କ ଦେବାକୁ ପ୍ରସ୍ତୁତ। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୭୩ ପ୍ରତିଶତ ସୂଚାଇ ଦେଇଛନ୍ତି ଯେ, ଯଦି କାରବାର ଶୁଳ୍କ ଲାଗୁ ହୁଏ ତେବେ ସେମାନେ ୟୁପିଆଇ ବ୍ୟବହାର ବନ୍ଦ କରିବେ। ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୦ ପ୍ରତିଶତ ୟୁପିଆଇ ବ୍ୟବହାରକାରୀ ପ୍ରତି ମାସରେ ୧୦ ରୁ ଅଧିକ କାରବାର କରିଥାନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

05 Mar 2024 By The Sakala

ଲୋକାଲ୍ ସର୍କଲ୍‌ ସର୍ଭେରେ ଖୁଲାସା: ଚାର୍ଜ ଲାଗୁ କରାଗଲେ ୭୩ ପ୍ରତିଶତ ଉପଭୋକ୍ତା ବନ୍ଦ କରିଦେବେ ୟୁପିଆଇ ବ୍ୟବହାର

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ହେବ ଦେଶରେ ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ଢ଼େର ବଢ଼ିଯାଇଛି। ଲୋକେ ସବୁ ପ୍ରକାର ପେମେଣ୍ଟ ବା ଦେୟ ପାଇଁ ୟୁପିଆଇ ବ୍ୟବସ୍ଥାକୁ ବ୍ୟହାର କରୁଛନ୍ତି। ଯାହା ଫଳାରେ ଦେଶରେ ନଗର ଟଙ୍କା କାରବାର ବହୁ ମାତ୍ରରେ କମିଯାଇଛି। ବର୍ତ୍ତମାନ, ସମଗ୍ର ଦେଶରେ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ। ଏହାର ଅର୍ଥ ହେଉଛି କୌଣସି ପ୍ରକାର ପେମେଣ୍ଟ କ୍ଷେତ୍ରରେ ଲୋକେ ବର୍ତ୍ତମାନ ଚାର୍ଜ ବା ଫି ଦେଉନାହଁାନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସେବା ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ଏହାର ବ୍ୟବହାର ବନ୍ଦ କରିଦେବେ। ଅର୍ଥାତ୍‌ ଚାର୍ଜ ଲାଗୁ କଲେ ୭୩% ଉପଭୋକ୍ତା ୟୁପିଆଇ କାରବାର ବନ୍ଦ କରିଦେବେ ବୋଲି ଲୋକାଲ୍ ସର୍କଲ୍‌ର ଏକ ଅନଲାଇନ୍ ସର୍ଭେରୁ ଏହା ଜଣାପଡିଛି।

ସର୍ଭେ ଅନୁଯାୟୀ, ବହୁ ସଂଖ୍ୟରେ ଲୋକେ ଦାବି କରିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ସେମାନଙ୍କଠାରୁ ୟୁପିଆଇ ଦେୟ ଉପରେ କାରବାର ଶୁଳ୍କ ଆଦାୟ ହୋଇଛି। ଲୋକାଲ ସର୍କଲ ପକ୍ଷରୁ ଦେଶର ୩୬୪ ରୁ ଅଧିକ ଜିଲ୍ଲାର ୩୪,୦୦୦ରୁ ଅଧିକ ଲୋକ ଏହି ସର୍ଭେରେ ନିଜର ମତ ଦେଇଛନ୍ତି। ସେଥିମଧ୍ୟରୁ ୬୭ ପ୍ରତିଶତ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ୨୦୨୨ରେ ଏକ ଅନୁଧ୍ୟାନ ରିପୋର୍ଟ ଜାରି କରି ବିଭିନ୍ନ ପରିମାଣର ୟୁପିଆଇ କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା। ତେବେ ପରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବାର କୌଣସି ପ୍ରସ୍ତାବ ନାହିଁ। ଏହି ତାଜା ସର୍ଭରେ କୁହାଯାଇଛି ଯେ, ୟୁପିଆଇର ମାତ୍ର ୨୩ ପ୍ରତିଶତ ଉପଭୋକ୍ତା ପେମେଣ୍ଟ ଉପରେ କାରବାର ଶୁଳ୍କ ଦେବାକୁ ପ୍ରସ୍ତୁତ। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୭୩ ପ୍ରତିଶତ ସୂଚାଇ ଦେଇଛନ୍ତି ଯେ, ଯଦି କାରବାର ଶୁଳ୍କ ଲାଗୁ ହୁଏ ତେବେ ସେମାନେ ୟୁପିଆଇ ବ୍ୟବହାର ବନ୍ଦ କରିବେ। ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୦ ପ୍ରତିଶତ ୟୁପିଆଇ ବ୍ୟବହାରକାରୀ ପ୍ରତି ମାସରେ ୧୦ ରୁ ଅଧିକ କାରବାର କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର