ପୁଲୱାମା ଆକ୍ରମଣକୁ ୬ ବର୍ଷ : ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ

The Sakala Picture
Published On

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୬ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ […]

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୬ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆତ୍ମଘାତୀ ଆତଙ୍କୀ ହମଲା ଯୋଗୁ ଦେଶର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଆଖି ପିଛୁଳାକେ ହମଲା କରି ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୪ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ। ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ୟ ହୋଇଯାଇଥିଲା। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରେ ଆତଙ୍କବାଦୀ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । କିନ୍ତୁ ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବ। କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ। ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା।

14 Feb 2025 By The Sakala

ପୁଲୱାମା ଆକ୍ରମଣକୁ ୬ ବର୍ଷ : ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୬ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ଆତ୍ମଘାତୀ ଆତଙ୍କୀ ହମଲା ଯୋଗୁ ଦେଶର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଆଖି ପିଛୁଳାକେ ହମଲା କରି ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା।

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୪ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ। ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ୟ ହୋଇଯାଇଥିଲା। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରେ ଆତଙ୍କବାଦୀ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । କିନ୍ତୁ ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବ। କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ। ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର