ବର୍ଷକରେ ୬୪ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଦେଶର ବଡ଼ ବଡ଼ ଆଇଟି କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ଆଇଟି କ୍ଷେତ୍ର ଉପରେ ପଡିଛି ଚଡକ। ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ତିନୋଟି ବୃହତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ୱିପ୍ରୋ ବଡ଼ ଧରଣର କର୍ମଚାରୀ ଛଟେଇ କରିଛନ୍ତି। ଏହି ତିନୋଟି ଯାନ କମ୍ପାନୀ ମିଶି ପ୍ରାୟ ୬୪,୦୦୦ କର୍ମଚାରୀଙ୍କ କମ୍ପାନୀରୁ ବାହାର ରାସ୍ତା ଦେଖାଇଛନ୍ତି। ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଦୁର୍ବଳ ଚାହିଦା ଏବଂ ଗ୍ରାହକଙ୍କ ଦ୍ବାରା ଟେକ୍ନୋଲୋଜି ଖର୍ଚ୍ଚରେ ହ୍ରାସ ଯୋଗୁ ଏହି କମ୍ପାନୀଗୁଡିକରେ କର୍ମଚାରୀଙ୍କୁ ବିଦା ହେବାକୁ […]

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ଆଇଟି କ୍ଷେତ୍ର ଉପରେ ପଡିଛି ଚଡକ। ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ତିନୋଟି ବୃହତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ୱିପ୍ରୋ ବଡ଼ ଧରଣର କର୍ମଚାରୀ ଛଟେଇ କରିଛନ୍ତି। ଏହି ତିନୋଟି ଯାନ କମ୍ପାନୀ ମିଶି ପ୍ରାୟ ୬୪,୦୦୦ କର୍ମଚାରୀଙ୍କ କମ୍ପାନୀରୁ ବାହାର ରାସ୍ତା ଦେଖାଇଛନ୍ତି। ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଦୁର୍ବଳ ଚାହିଦା ଏବଂ ଗ୍ରାହକଙ୍କ ଦ୍ବାରା ଟେକ୍ନୋଲୋଜି ଖର୍ଚ୍ଚରେ ହ୍ରାସ ଯୋଗୁ ଏହି କମ୍ପାନୀଗୁଡିକରେ କର୍ମଚାରୀଙ୍କୁ ବିଦା ହେବାକୁ ପଡିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ନିକଟରେ ଦେଶର ଏହି ତିନୋଟି ବୃହତ ଆଇଟି କମ୍ପାନୀର ତ୍ରୈମାସିକ ଆକଳନ ପ୍ରକାଶ ପାଇଛି। ବିଗତ କିଛି ମାସ ହେବ ଉକ୍ତ ତିନୋଟି କମ୍ପାନୀରେ ନିଯୁକ୍ତିରେ କ୍ରମାଗତ ହ୍ରାସ ଘଟିଛି। ଗତ ଆର୍ଥିକବର୍ଷରେ ମଧ୍ୟ ଏହି କମ୍ପାନୀଗୁଡିକରେ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୬୪ ହଜାର ହ୍ରାସ ପାଇଥÒଲା। ଏହାର ଅର୍ଥ ହେଉଛି ଏହି କମ୍ପାନୀଗୁଡିକ ୬୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଦୁର୍ବଳ ଚାହିଦା ଏବଂ କଟକଣା ଯୋଗୁଁ ନିଯକୁତିରେ ଏହି ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

ୱିପ୍ରୋ ପକ୍ଷରୁ ଏହାର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏଥିରେ କମ୍ପାନୀ କହିଛି ଯେ ମାର୍ଚ୍ଚ ୨୦୨୪ ସୁଦ୍ଧା ୱିପ୍ରୋ ଏହାର କର୍ମଚାରୀ ସଂଖ୍ୟା ୨,୩୪,୦୫୪କୁ ହ୍ରାସ ଘଟାଇଛି। ,ଠାରେ ସୂଚନାଯୋଗ୍ୟ ଯେ, ପୂର୍ବ ବର୍ଷର ସମାନ ମାରେ ୱିପ୍ରୋର କର୍ମଚାରୀ ସଂଖ୍ୟା ୨,୫୮,୫୭୦ ରହିଥିଲା। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ସଂଖ୍ୟାରେ ୨୪,୫୧୬ ହ୍ରାସ ଘଟାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବିଶ୍ବରେ ସମ୍ପ୍ରତି ଦେଖାଦେଇଥିବା ମାକ୍ରୋ-ଅର୍ଥନୈତିକ ଅନିଶ୍ଚିତତା ଏବଂ ଭୌଗୋଳିକ ପରିବର୍ତ୍ତନ ଯୋଗୁଁ ଭାରତର ଆଇଟି ସେବା ଶିଳ୍ପ ଚାପ ଅନୁଭବ କରୁଛି। ଦେଶର ଦ୍ୱିତୀୟ ବୃହତ ଆଇଟି ସେବା ରପ୍ତାନିକାରୀ ଇନଫୋସିସ୍ କହିଛି ଯେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହାର ମୋଟ କର୍ମଚାରୀ ସଂଖ୍ୟା ୩,୧୭,୨୪୦ ରହିଥିଲା, ଯାହା ଗତ ବର୍ଷ ସମାନ ଅବଧିରେ ୩,୪୩,୨୩୪ ଥିଲା। ତେବେ କମ୍ପାନୀ ୨୫,୯୯୪ କର୍ମଚାରୀଙ୍କୁ ଛଟେଇ କରିଛି। ସେହିପରି ଦେଶର ବୃହତ ଆଇଟି କମ୍ପାନୀ ଟିସିଏସ୍‌ ମଧ୍ୟ ଏହାର ୧୩,୨୪୯ କର୍ମଚାରୀଙ୍କୁ ଛଟେଇ କରିଛି। ଗତ ଆର୍ଥିକବର୍ଷ ଶେଷ ସୁଦ୍ଧା କମ୍ପାନୀରେ ମୋଟ ୬୦୧,୫୪୬ କାର୍ଯ୍ୟରତ ଥିଲେ।

21 Apr 2024 By The Sakala

ବର୍ଷକରେ ୬୪ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଦେଶର ବଡ଼ ବଡ଼ ଆଇଟି କମ୍ପାନୀ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ଆଇଟି କ୍ଷେତ୍ର ଉପରେ ପଡିଛି ଚଡକ। ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ତିନୋଟି ବୃହତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ୱିପ୍ରୋ ବଡ଼ ଧରଣର କର୍ମଚାରୀ ଛଟେଇ କରିଛନ୍ତି। ଏହି ତିନୋଟି ଯାନ କମ୍ପାନୀ ମିଶି ପ୍ରାୟ ୬୪,୦୦୦ କର୍ମଚାରୀଙ୍କ କମ୍ପାନୀରୁ ବାହାର ରାସ୍ତା ଦେଖାଇଛନ୍ତି। ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଦୁର୍ବଳ ଚାହିଦା ଏବଂ ଗ୍ରାହକଙ୍କ ଦ୍ବାରା ଟେକ୍ନୋଲୋଜି ଖର୍ଚ୍ଚରେ ହ୍ରାସ ଯୋଗୁ ଏହି କମ୍ପାନୀଗୁଡିକରେ କର୍ମଚାରୀଙ୍କୁ ବିଦା ହେବାକୁ ପଡିଛି।

ନିକଟରେ ଦେଶର ଏହି ତିନୋଟି ବୃହତ ଆଇଟି କମ୍ପାନୀର ତ୍ରୈମାସିକ ଆକଳନ ପ୍ରକାଶ ପାଇଛି। ବିଗତ କିଛି ମାସ ହେବ ଉକ୍ତ ତିନୋଟି କମ୍ପାନୀରେ ନିଯୁକ୍ତିରେ କ୍ରମାଗତ ହ୍ରାସ ଘଟିଛି। ଗତ ଆର୍ଥିକବର୍ଷରେ ମଧ୍ୟ ଏହି କମ୍ପାନୀଗୁଡିକରେ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୬୪ ହଜାର ହ୍ରାସ ପାଇଥÒଲା। ଏହାର ଅର୍ଥ ହେଉଛି ଏହି କମ୍ପାନୀଗୁଡିକ ୬୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଦୁର୍ବଳ ଚାହିଦା ଏବଂ କଟକଣା ଯୋଗୁଁ ନିଯକୁତିରେ ଏହି ହ୍ରାସ ଘଟିଛି।

ୱିପ୍ରୋ ପକ୍ଷରୁ ଏହାର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏଥିରେ କମ୍ପାନୀ କହିଛି ଯେ ମାର୍ଚ୍ଚ ୨୦୨୪ ସୁଦ୍ଧା ୱିପ୍ରୋ ଏହାର କର୍ମଚାରୀ ସଂଖ୍ୟା ୨,୩୪,୦୫୪କୁ ହ୍ରାସ ଘଟାଇଛି। ,ଠାରେ ସୂଚନାଯୋଗ୍ୟ ଯେ, ପୂର୍ବ ବର୍ଷର ସମାନ ମାରେ ୱିପ୍ରୋର କର୍ମଚାରୀ ସଂଖ୍ୟା ୨,୫୮,୫୭୦ ରହିଥିଲା। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ସଂଖ୍ୟାରେ ୨୪,୫୧୬ ହ୍ରାସ ଘଟାଇଛି।

ବିଶ୍ବରେ ସମ୍ପ୍ରତି ଦେଖାଦେଇଥିବା ମାକ୍ରୋ-ଅର୍ଥନୈତିକ ଅନିଶ୍ଚିତତା ଏବଂ ଭୌଗୋଳିକ ପରିବର୍ତ୍ତନ ଯୋଗୁଁ ଭାରତର ଆଇଟି ସେବା ଶିଳ୍ପ ଚାପ ଅନୁଭବ କରୁଛି। ଦେଶର ଦ୍ୱିତୀୟ ବୃହତ ଆଇଟି ସେବା ରପ୍ତାନିକାରୀ ଇନଫୋସିସ୍ କହିଛି ଯେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହାର ମୋଟ କର୍ମଚାରୀ ସଂଖ୍ୟା ୩,୧୭,୨୪୦ ରହିଥିଲା, ଯାହା ଗତ ବର୍ଷ ସମାନ ଅବଧିରେ ୩,୪୩,୨୩୪ ଥିଲା। ତେବେ କମ୍ପାନୀ ୨୫,୯୯୪ କର୍ମଚାରୀଙ୍କୁ ଛଟେଇ କରିଛି। ସେହିପରି ଦେଶର ବୃହତ ଆଇଟି କମ୍ପାନୀ ଟିସିଏସ୍‌ ମଧ୍ୟ ଏହାର ୧୩,୨୪୯ କର୍ମଚାରୀଙ୍କୁ ଛଟେଇ କରିଛି। ଗତ ଆର୍ଥିକବର୍ଷ ଶେଷ ସୁଦ୍ଧା କମ୍ପାନୀରେ ମୋଟ ୬୦୧,୫୪୬ କାର୍ଯ୍ୟରତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର