୩୧ ମାର୍ଚ୍ଚ ପାନ୍‌-ଆଧାର ସଂଯୋଗର ଶେଷ ଅବଧି, ନହେଲେ ଅବୈଧ ହେବ ପାନ୍‌ କାର୍ଡ !

The Sakala Picture
Published On

ନୂଆଦିଲ୍ଲୀ: ପାନ୍ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ତାରିଖ ଚଳିତମାସ ଅର୍ଥାତ୍‌ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ପାନ୍‌-ଆଧାର ସଂଯୋଗ କରା ନ ଗଲେ ପାନ୍ କାର୍ଡ ଅବୈଧ ଘୋଷିତ ହେବ ବା ବ୍ଲକ୍‌ ହୋଇଯିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ଅନୁଯାୟୀ, ଯଦି ପାନ୍ କାର୍ଡଧାରୀମାନେ ମାର୍ଚ୍ଚ ୩୧ ସୁଦ୍ଧା ସରକାର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ […]

ନୂଆଦିଲ୍ଲୀ: ପାନ୍ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ତାରିଖ ଚଳିତମାସ ଅର୍ଥାତ୍‌ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ପାନ୍‌-ଆଧାର ସଂଯୋଗ କରା ନ ଗଲେ ପାନ୍ କାର୍ଡ ଅବୈଧ ଘୋଷିତ ହେବ ବା ବ୍ଲକ୍‌ ହୋଇଯିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ଅନୁଯାୟୀ, ଯଦି ପାନ୍ କାର୍ଡଧାରୀମାନେ ମାର୍ଚ୍ଚ ୩୧ ସୁଦ୍ଧା ସରକାର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ ନ କରନ୍ତି, ତା’ହେଲେ ସେମାନେ ରିଟର୍ଣ୍ଣ ଦାଖଲରେ ସମସ୍ୟା ସହ ଟିକସ ସମ୍ବନ୍ଧୀୟ ଲାଭ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ। ନିକଟରେ ସିବିଡିଟି ଅଧ୍ୟକ୍ଷ ନୀତିନ୍‌ ଗୁପ୍ତା କହିଛନ୍ତି ଯେ ଦେଶରେ ମୋଟ ୬୧ କୋଟି ପାନ କାର୍ଡଧାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ପ୍ରାୟ ୪୮ କୋଟି ଆଧାର ସହ ସଂଯୋଗୀକୃତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ପାନ୍‌ କାର୍ଡ ଆଧାର ସହିତ ସଂଯୋଗ ହୋଇନାହିଁ, କିନ୍ତୁ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ତେଣୁ ମାର୍ଚ୍ଚ ୩୧ ସୁଦ୍ଧା ଆଧାର ସହିତ ସଂଯୋଗ ହୋଇ ନ ଥିବା ବ୍ୟକ୍ତିଗତ ପାନ୍ କାର୍ଡ ଏହି ତାରିଖ ପରେ ନିଷ୍କ୍ରିୟ ହୋଇଯିବ। ଏହା ସହିତ ସରକାର କହିଛନ୍ତି ଯେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାନ୍‌ କାର୍ଡ ସହ ଆଧାର ସଂଯୋଗ କରିବା ପାଇଁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଯଦି ଉଭୟ ଆଧାର ଏବଂ ପାନ୍‌କାର୍ଡରେ ଟିକସଦାତାଙ୍କ ନାମ ଏବଂ ଜନ୍ମ ତାରିଖ ସମାନ ବୋଲି ଜଣାପଡେ, ତେବେ ଏହା ସଂଯୁକ୍ତ ହେବ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

06 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର