ବଜାର ପ୍ରବେଶ କଲା ଉବନ କମ୍ପାନୀର ୪ -ଇନ୍- ୱାନ୍ ଫାଷ୍ଟ ଚାର୍ଜର

The Sakala Picture
Published On

ନୂଆଦିଲ୍ଲୀ: ଘରୋଇ କମ୍ପାନୀ UBON ( ଉବନ ) ନିକଟରେ ଏକ ମ୍ୟାଜିକ୍ ଚାର୍ଜର UBON CH 99 ( ଉବନ୍-ସିଏଚ୍-୯୯)କୁ ବଜାରରେ ପ୍ରବେଶ କରାଇଛି। ଯାହା ଏକା ସାଙ୍ଗରେ ୪ଟି କାମରେ ଲାଗି ପାରୁଛି।  ଆମେ ଏହାକୁ ୪ -ଇନ- ୱାନ୍ କହିପାରିବା। ଏହାର ମୂଲ୍ୟ ୬୯୯  ଟଙ୍କା ରଖାଯାଇଛି। ଯଦି ଆପଣ ଏହାକୁ କମ୍ପାନୀର ୱେବସାଇଟରୁ କିଣୁଛନ୍ତି ତେବେ ୫୫୯ ଟଙ୍କାରେ ପାଇପାରିବେ । ଏଥିରେ ଆପଣ ୨.୬ ଆମ୍ପିଅରର ଦୁଇଟି ଫାଷ୍ଟ  ଚାର୍ଜିଂ […]

ନୂଆଦିଲ୍ଲୀ: ଘରୋଇ କମ୍ପାନୀ UBON ( ଉବନ ) ନିକଟରେ ଏକ ମ୍ୟାଜିକ୍ ଚାର୍ଜର UBON CH 99 ( ଉବନ୍-ସିଏଚ୍-୯୯)କୁ ବଜାରରେ ପ୍ରବେଶ କରାଇଛି। ଯାହା ଏକା ସାଙ୍ଗରେ ୪ଟି କାମରେ ଲାଗି ପାରୁଛି।  ଆମେ ଏହାକୁ ୪ -ଇନ- ୱାନ୍ କହିପାରିବା। ଏହାର ମୂଲ୍ୟ ୬୯୯  ଟଙ୍କା ରଖାଯାଇଛି। ଯଦି ଆପଣ ଏହାକୁ କମ୍ପାନୀର ୱେବସାଇଟରୁ କିଣୁଛନ୍ତି ତେବେ ୫୫୯ ଟଙ୍କାରେ ପାଇପାରିବେ । ଏଥିରେ ଆପଣ ୨.୬ ଆମ୍ପିଅରର ଦୁଇଟି ଫାଷ୍ଟ  ଚାର୍ଜିଂ ପାଇବେ। ଏଥିସହିତ ଏକ ମୋବାଇଲ ରଖିବାକୁ ଏକ ବକ୍ସ ମଧ୍ଯ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

ubon-1

UBON CH 99  ଚାର୍ଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି,  ମାବାଇଲର ଚାର୍ଜିଂ ସମୟରେ ମୋବାଇଲକୁ ରଖିବାକୁ ଏକ ବକ୍ସ ସେହି ଚାର୍ଜର ମଧ୍ଯରେ ପ୍ରଦାନ କରାଯାଇଛି। ତେଣୁ ଚାର୍ଜ କରିବା ସମୟରେ ଆପଣ ନିଜ ଫୋନକୁ ଉକ୍ତ ବକ୍ସ ମଧ୍ଯରେ ରଖିପାରିବେ।  ଏହି ଚାର୍ଜରେ ଦୁଇଟି ଚାର୍ଜିଂ ପଏଣ୍ଟ ମଧ୍ୟ ଉପଲବ୍ଧ । ଯାହାକି USB (ୟୁଏସବି) କେବୁଲ ମାଧ୍ଯମରେ ଚାର୍ଜ କରିହେବ। ଦୁଇଟି ୟୁଏସବି ପୋର୍ଟ ବ୍ଯତୀତ ୩-ପିନର ଏକ ସକେଟ ଦିଆଯାଇଛି। ଏହି ମ୍ୟାଜିକ୍ ଚାର୍ଜର ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଆପଣ ଏହାକୁ ସହଜରେ ଯାତ୍ରା ସମୟରେ ମଧ୍ୟ ସାଙ୍ଗରେ ନେଇପାରିବେ।

ubon

ଉବନର ଏହି ମ୍ୟାଜିକ୍ ଚାର୍ଜର ସହିତ ଏକ ମିଟର ମାଇକ୍ରୋ ୟୁଏସବି କେବୁଲ୍ ମଧ୍ୟ ଉପଲବ୍ଧ। ଏଥି ସହିତ ଏକ କ୍ଯାରି ବ୍ୟାଗ୍ ମଧ୍ୟ ବାକ୍ସରେ ମାଗଣାରେ ଉପଲବ୍ଧ ରହିଛି। UBON CH 99 ମଧ୍ୟ ଭୋଲଟେଜ୍ ନିୟନ୍ତ୍ରଣ କରିବାକୁ ସକ୍ଷମ।  ଆପଣଙ୍କର ଡିଭାଇସ୍ ଆବଶ୍ୟକ କରୁଥିବା ଶକ୍ତି ହିଁ ଯୋଗାଇଥାଏ।  ଏହା ବଜାରରେ ଧଳା ରଙ୍ଗରେ ଉପଲବ୍ଧ ।

ubon-2

ଏହି ଚାର୍ଜର  ଡିଜାଇନ୍ ବାସ୍ତବରେ ଆକର୍ଷଣୀୟ ରହିଛି। ଦୁଇଟି ୟୁଏସବି ପୋର୍ଟ ସହିତ ଏହି ଚାର୍ଜରେ ଏକ ଥ୍ରୀ- ପିନ୍ -ପ୍ଲଗ୍ ମଧ୍ୟ ଉପଲବ୍ଧ । ଯାହାର ଅର୍ଥ ହେଉଛି ଆପଣ ଏହି ଚାର୍ଜର ମାଧ୍ୟମରେ ଏକ ସମୟରେ ତିନୋଟି ଡିଭାଇସ୍ ଚାର୍ଜ କରିପାରିବେ।  ଉଦାହରଣ ସ୍ୱରୂପ, ଆପଣ ଏକ ସମୟରେ ଥ୍ରୀ- ପିନ୍ -ପ୍ଲଗରୁ ଏବଂ ଦୁଇଟି ୟୁଏସବି କେବୁଲ୍ ବ୍ୟବହାର କରି ଚାର୍ଜ କରିପାରିବେ।

 

ଏକ ରିଭ୍ଯୁରୁ ଜଣାପଡ଼ିଛି ଯେ,  ଏହି ଚାର୍ଜରରେ ରେଡମି ନୋଟ୍ -୪ କୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ  ୧ ଘଣ୍ଟା ୩୦ ମିନିଟ ସମୟ ଲାଗିଥିଲା। ଆଇଫୋନ୍ ୧୩-ପ୍ରୋ ମଧ୍ୟ ଚାର୍ଜ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ନେଇଥିଲା । ସମସ୍ତ ତିନୋଟି ପୋର୍ଟ ଏକାସାଙ୍ଗରେ ବ୍ୟବହୃତ ହେଲେ ଚାର୍ଜର ଗରମ ହୁଏ ନାହିଁ ।  କିମ୍ବା ଖାଲି ପ୍ଲଗଇନ୍ ସହିତ ଏହାର କୌଣସି ଅସୁବିଧା ହୁଏ ନାହିଁ । ତେଣୁ ସାମଗ୍ରିକ ଭାବରେ, ଯଦି ଆପଣ ଏକ ଚାର୍ଜର ଖୋଜୁଛନ୍ତି ତେବେ UBON CH 99 ( ଉବନ୍-ସିଏଚ୍-୯୯) ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ରହିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp